Masthead

ଶୁଖିଲା ପଡିଛି ‘ଅମୃତ ଧାରା’

ବୀରମହାରାଜପୁର(ବଡ଼ ଖବର) : ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରରେ ରହିଛି ବହୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ । ଏହା ବ୍ୟବସାୟିକ ପେଣ୍ଠସ୍ଥଳ ମଧ୍ୟ । ଦୈନିକ ବିଭିନ୍ନ କାମରେ ଆସୁଥିବା ଲୋକେ ପିଇବା ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହୋଇଥାନ୍ତି । ବାରମ୍ବାର ଦାବି ପରେ ମୁଖ୍ୟ ଛକରେ ତିଆରି ହୋଇଛି ଅମୃତ ଧାରା ପ୍ରକଳ୍ପ । ୨୦୧୨-୧୩ ଆର୍ଥିକ ବର୍ଷରେ ଅଢେ଼ଇଲକ୍ଷ ଟଙ୍କାର ବ୍ୟୟରେ ପ୍ରକଳ୍ପଟି ନିର୍ମାଣ କରାଯାଇଛି । ଏଥିପାଇଁ ବୋରୱେଲ ଖନନ ସହ ପମ୍ପଘର ନିର୍ମାଣ ଓ ଶୀତଳିକରଣ ଯନ୍ତ୍ର ମଧ୍ୟ ସ୍ଥାପିତ ହୋଇଛି । ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପ ଅଧିକାଂଶ ସମୟରେ ଅଚଳ ହୋଇପଡୁଛି । କେତେବେଳେ ଯାନ୍ତ୍ରିକ ତ୍ରୁଟି ତ କେତେବେଳେ ବିଦ୍ୟୁତ ବିଭ୍ରାଟରୁ ଏହି ପ୍ରକଳ୍ପ ଚାଲି ପାରୁନାହିଁ । ବାରମ୍ବାର ଦାବି ପରେ ମଧ୍ୟ ପ୍ରତିକାର ହୋଇପାରୁନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଲାଗିରହିଛି । ଶୁଖିଲା ପଡିଥିବା ଏହି ଅମୃତ ଧାରା ପ୍ରକଳ୍ପ କେବେ ଚାଲିବ ଦେଖିବାକୁ ବାକି ରହିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ