ଶୁଖିଲା ପଡିଛି ‘ଅମୃତ ଧାରା’

ବୀରମହାରାଜପୁର(ବଡ଼ ଖବର) : ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରରେ ରହିଛି ବହୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ । ଏହା ବ୍ୟବସାୟିକ ପେଣ୍ଠସ୍ଥଳ ମଧ୍ୟ । ଦୈନିକ ବିଭିନ୍ନ କାମରେ ଆସୁଥିବା ଲୋକେ ପିଇବା ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହୋଇଥାନ୍ତି । ବାରମ୍ବାର ଦାବି ପରେ ମୁଖ୍ୟ ଛକରେ ତିଆରି ହୋଇଛି ଅମୃତ ଧାରା ପ୍ରକଳ୍ପ । ୨୦୧୨-୧୩ ଆର୍ଥିକ ବର୍ଷରେ ଅଢେ଼ଇଲକ୍ଷ ଟଙ୍କାର ବ୍ୟୟରେ ପ୍ରକଳ୍ପଟି ନିର୍ମାଣ କରାଯାଇଛି । ଏଥିପାଇଁ ବୋରୱେଲ ଖନନ ସହ ପମ୍ପଘର ନିର୍ମାଣ ଓ ଶୀତଳିକରଣ ଯନ୍ତ୍ର ମଧ୍ୟ ସ୍ଥାପିତ ହୋଇଛି । ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପ ଅଧିକାଂଶ ସମୟରେ ଅଚଳ ହୋଇପଡୁଛି । କେତେବେଳେ ଯାନ୍ତ୍ରିକ ତ୍ରୁଟି ତ କେତେବେଳେ ବିଦ୍ୟୁତ ବିଭ୍ରାଟରୁ ଏହି ପ୍ରକଳ୍ପ ଚାଲି ପାରୁନାହିଁ । ବାରମ୍ବାର ଦାବି ପରେ ମଧ୍ୟ ପ୍ରତିକାର ହୋଇପାରୁନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଲାଗିରହିଛି । ଶୁଖିଲା ପଡିଥିବା ଏହି ଅମୃତ ଧାରା ପ୍ରକଳ୍ପ କେବେ ଚାଲିବ ଦେଖିବାକୁ ବାକି ରହିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!