Masthead

ଧରାପୃଷ୍ଠରେ ମା’ ଦଶଭୁଜା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଧରା ପୃଷ୍ଠକୁ ଅବତରଣ କରିଛନ୍ତି ଜଗଜ୍ଜନନୀ ମା ଦୁର୍ଗା । ଏ ନେଇ ଚଳଞ୍ଚଳ ପୁରପଲ୍ଲୀ । ଏହି ଅବସରରେ ଦିଲ୍ଲୀ ସହର ଚଳଚଞ୍ଚଳ ହୋଇ ଉଠିଛି । ଦିଲ୍ଲୀରେ ମାଙ୍କ ନବରାତ୍ରୀ ପୂଜା ଆରମ୍ଭ ହୋଇଯାଇଛି । ମଣ୍ଡପରେ ମାଙ୍କ ଷଷ୍ଠୀ ପୂଜା ପରେ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି । ତେବେ ଚଳିତ ବର୍ଷ ତୃତୀୟ ଲହରକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ କଡା କଟକଣା ଜାରି ହୋଇଛି । ଭକ୍ତମାନଙ୍କୁ ମାଙ୍କ ଦର୍ଶନ ପାଇଁ ଅନୁମତି ଥିବାବେଳେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଉଛନ୍ତି ଆୟୋଜନ କମିଟି ।

ପ୍ରଥମେ ଜୀବନ ବଞ୍ଚିବା ଉପରେ ଗୁରୁତ୍ୱ ଦେଇ ଏଭଳି ନିଷ୍ପତି ନେଇଛନ୍ତି ଆୟୋଜନ କମିଟି । ତେବେ ଦିଲ୍ଲୀ ଏନସିଆରେ ହଜାର ହଜାର ସଂଖ୍ୟାରେ ପୂଜା ମଣ୍ଡପ ହେଉଥିବା ବେଳେ ଅଧିକ ମଣ୍ଡପ ବଙ୍ଗାଳି ମାନେ ହିଁ ପ୍ରସ୍ତୁତ କରିଥାନ୍ତି । ସେହିପରି ପ୍ରବାସୀ ଓଡିଆମାନେ ୨୦ରୁ ଅଧିକ ପୂଜା ମଣ୍ଡପ ପ୍ରସ୍ତୁତ କରନ୍ତି । ମାତ୍ର ଚଳିତ ବର୍ଷ କେବଳ ଦୁଇଟି ମଣ୍ଡପ ପ୍ରସ୍ତୁତ ହୋଇଛି । ଦିଲ୍ଲୀ ସରକାର ବିଳମ୍ବରେ ନିଷ୍ପତି ନେଇଥିବାରୁ ଅନେକ ମଣ୍ଡପ ଏବେ ଖାଲି ପଡିଛି । ମଣ୍ଡପରେ ମାଙ୍କ ମୂର୍ତ୍ତି ପ୍ରସ୍ତୁତ ହୋଇ ପାରିନି ।

ସେପଟେ ସରକାରଙ୍କ ବିଳମ୍ଭ ନିଷ୍ପତି ପାଇଁ ହଇରାଣରେ ପଡିଛନ୍ତି କାରିଗର । ତେବେ ନୂଆ ଦିଲ୍ଲୀ ଚିତ୍ତରଞ୍ଜନ ପାର୍କରେ ଥିବା କାଲିବାଡି ପୂଜା ମଣ୍ଡପରେ କୋଭିଡ ଗାିଡ ଲାଇନ ଅନୁସାରେ ତାଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି । କୋଭିଡ ଗାଇଡ ଲାଇନ ମାନି ଭକ୍ତମାନେ ମାଙ୍କୁ ଦର୍ଶନ କରୁଛନ୍ତି । ସେହିପରି ଦିଲ୍ଲୀର ଉକ୍ରଳ ଦୁର୍ଗା ପୂଜା କମିଟି ମଧ୍ୟ ନିଜର ପ୍ରସ୍ତୁତ ଆରମ୍ଭ କରିଛି । ସେମାନେ ଆଜକୁ ପ୍ରାୟ ୨୫ ବର୍ଷ ଧରି ପୂଜା କରି ଆସୁଛନ୍ତି । ତେବେ ଏଠି ମଧ୍ୟ କୋଭିଡ ଗାଇଡଲାଇନ ମାନି ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରୁଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼