Masthead

ଧରାପୃଷ୍ଠରେ ମା’ ଦଶଭୁଜା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଧରା ପୃଷ୍ଠକୁ ଅବତରଣ କରିଛନ୍ତି ଜଗଜ୍ଜନନୀ ମା ଦୁର୍ଗା । ଏ ନେଇ ଚଳଞ୍ଚଳ ପୁରପଲ୍ଲୀ । ଏହି ଅବସରରେ ଦିଲ୍ଲୀ ସହର ଚଳଚଞ୍ଚଳ ହୋଇ ଉଠିଛି । ଦିଲ୍ଲୀରେ ମାଙ୍କ ନବରାତ୍ରୀ ପୂଜା ଆରମ୍ଭ ହୋଇଯାଇଛି । ମଣ୍ଡପରେ ମାଙ୍କ ଷଷ୍ଠୀ ପୂଜା ପରେ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି । ତେବେ ଚଳିତ ବର୍ଷ ତୃତୀୟ ଲହରକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ କଡା କଟକଣା ଜାରି ହୋଇଛି । ଭକ୍ତମାନଙ୍କୁ ମାଙ୍କ ଦର୍ଶନ ପାଇଁ ଅନୁମତି ଥିବାବେଳେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଉଛନ୍ତି ଆୟୋଜନ କମିଟି ।

ପ୍ରଥମେ ଜୀବନ ବଞ୍ଚିବା ଉପରେ ଗୁରୁତ୍ୱ ଦେଇ ଏଭଳି ନିଷ୍ପତି ନେଇଛନ୍ତି ଆୟୋଜନ କମିଟି । ତେବେ ଦିଲ୍ଲୀ ଏନସିଆରେ ହଜାର ହଜାର ସଂଖ୍ୟାରେ ପୂଜା ମଣ୍ଡପ ହେଉଥିବା ବେଳେ ଅଧିକ ମଣ୍ଡପ ବଙ୍ଗାଳି ମାନେ ହିଁ ପ୍ରସ୍ତୁତ କରିଥାନ୍ତି । ସେହିପରି ପ୍ରବାସୀ ଓଡିଆମାନେ ୨୦ରୁ ଅଧିକ ପୂଜା ମଣ୍ଡପ ପ୍ରସ୍ତୁତ କରନ୍ତି । ମାତ୍ର ଚଳିତ ବର୍ଷ କେବଳ ଦୁଇଟି ମଣ୍ଡପ ପ୍ରସ୍ତୁତ ହୋଇଛି । ଦିଲ୍ଲୀ ସରକାର ବିଳମ୍ବରେ ନିଷ୍ପତି ନେଇଥିବାରୁ ଅନେକ ମଣ୍ଡପ ଏବେ ଖାଲି ପଡିଛି । ମଣ୍ଡପରେ ମାଙ୍କ ମୂର୍ତ୍ତି ପ୍ରସ୍ତୁତ ହୋଇ ପାରିନି ।

ସେପଟେ ସରକାରଙ୍କ ବିଳମ୍ଭ ନିଷ୍ପତି ପାଇଁ ହଇରାଣରେ ପଡିଛନ୍ତି କାରିଗର । ତେବେ ନୂଆ ଦିଲ୍ଲୀ ଚିତ୍ତରଞ୍ଜନ ପାର୍କରେ ଥିବା କାଲିବାଡି ପୂଜା ମଣ୍ଡପରେ କୋଭିଡ ଗାିଡ ଲାଇନ ଅନୁସାରେ ତାଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି । କୋଭିଡ ଗାଇଡ ଲାଇନ ମାନି ଭକ୍ତମାନେ ମାଙ୍କୁ ଦର୍ଶନ କରୁଛନ୍ତି । ସେହିପରି ଦିଲ୍ଲୀର ଉକ୍ରଳ ଦୁର୍ଗା ପୂଜା କମିଟି ମଧ୍ୟ ନିଜର ପ୍ରସ୍ତୁତ ଆରମ୍ଭ କରିଛି । ସେମାନେ ଆଜକୁ ପ୍ରାୟ ୨୫ ବର୍ଷ ଧରି ପୂଜା କରି ଆସୁଛନ୍ତି । ତେବେ ଏଠି ମଧ୍ୟ କୋଭିଡ ଗାଇଡଲାଇନ ମାନି ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରୁଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା