Masthead

ମାର୍କେଟିଂ ମ୍ୟାନେଜରରୁ ବାଉଁଶ କାରିଗର

କେନ୍ଦ୍ରାପଡା, (ବଡ଼ ଖବର ବ୍ୟୁରୋ) : ମହାମାରୀ କରୋନା ବଦଳାଇଦେଇଛି ଅନେକ ଲୋକଙ୍କ ଜୀବନ ଜୀବିକା । ମାର୍କେଟିଂ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଯଶୋବନ୍ତ ବେହେରା ଏବେ ପାଲଟିଯାଇଛନ୍ତି ବାଉଁଶ କାରିଗର । କରୋନା ବଦଳାଇଦେଇଛି ତାଙ୍କ ପରିଚୟ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଧନିଅପଡା ଗ୍ରାମର ଯଶୋବନ୍ତ ବେହେରା । ଭୁବନେଶ୍ବରରେ ଏକ ଘରୋଇ କଂପାନିରେ ମାର୍କେଟିଂ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ ଯଶୋବନ୍ତ । କରୋନା ଯୋଗୁ କମ୍ପାନୀ ବନ୍ଦ ହୋଇଯିବାରୁ ନିଜ ଜନ୍ମମାଟିକୁ ସେ ଫେରିବାକୁ ବାଧ୍ୟ ହୋଇଥିଲେ । ପରିବାର ପ୍ରତିପୋଷଣ ପାଇଁ ଗତ ଏପ୍ରିଲ ମାସରେ ନିଜ ବାଡିରେ ଥିବା ବାଉଁଶ ବୁଦାରୁ ବାଉଁଶ କାଟି ପ୍ରଥମେ ଶିଡି ତିଆରି କରି ବିକ୍ରି କରିବା ଅରମ୍ଭ କରିଦେଲେ ।

ଯଶୋବନ୍ତ ପାଠ ପଢୁଥିବା ସମୟରେ ଏକ ଘରୋଇ ଅନୁଷ୍ଠାନ ମଧ୍ୟମରେ ଫାଇନ୍ ଆର୍ଟ କଳାକୃତି ସଂପର୍କରେ ଅଧ୍ୟୟନ କରିଥିଲେ । ଫାଇନ୍ ଆଟ୍ ଶିକ୍ଷା ଏହି ବିପତ୍ତି ସମୟରେ ନିଜ ପରିବାର ଚଳାଇବା ପାଇଁ ତାଙ୍କୁ ସହଯୋଗ କରିଥିଲା । ବାଉଁଶରେ ଶିଡି ତିଆରି ପରେ ବଳକା ବାଉଁଶରେ ଯଶୋବନ୍ତ ବିଭିନ୍ନ ପ୍ରକାରର ସାମଗ୍ରୀ ତିଆରି କରିଥିଲେ। କପ୍, ପେନଷ୍ଟାଣ୍ଡ , ଲାଇଟ୍ଷ୍ଟାଣ୍ଡ, ଠାକୁରଙ୍କ ଖଟୁଲି ଇତ୍ୟାଦି ତିଆରି କରୁଛନ୍ତି ଯଶୋବନ୍ତ । ଯଶୋବନ୍ତଙ୍କ ବାଉଁଶ ତିଆରି ସାମଗ୍ରୀଗୁଡିକ ଅତି ଉନ୍ନତମାନର ହୋଇଥିବାରୁ ଗ୍ରାମାଞ୍ଚଳରେ ବେଶ ଚାହିଦା ରହିଛି। ଅନ୍ୟପଟେ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ମଧ୍ୟ ପାଲଟିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!