Masthead

ଅତୁଳନୀୟ ଭାରତ, ହିନ୍ଦୁଙ୍କ ପରମ୍ପରା ପାଇଁ ପୂଜା କଲେ ମୁସଲମାନ

କୋଲକାତା(ବଡ଼ ଖବର ବ୍ୟୁରୋ): ଭାଇଚାରାର ଦେଶ ଭାରତ । ଭାରତର ଅତୁଳନୀୟତା ସାରା ବିଶ୍ୱକୁ ଚକିତ କରେ । ଏଠି ସବୁ ଧର୍ମର ସମନ୍ୱୟ ଦେଖିବାକୁ ମିଳେ । ଏଠି ପର୍ବ ପାଳନ ହୁଏ ଧର୍ମର ବନ୍ଧନରୁ ଉଦ୍ଧ୍ୱର୍ରୁ ଉଠି । ଏମିତି ଏକ ଭାଇଚାରାର ଉଦାହରଣ ଆସିଛି ପଶ୍ଚିମବଙ୍ଗ ଅଲିମୁଦ୍ଦିନ ଅଞ୍ଚଳରୁ । ଅଲିମୁଦ୍ଦିନରେ ଏକ ହିନ୍ଦୁ ପରିବାରରେ ବର୍ଷ ବର୍ଷ ଧରି ଦୁର୍ଗର୍ା ପୂଜାର ପରମ୍ପରା ରହିଆସିଛି । କିନ୍ତୁ ଏବେ ପରିବାର ମୁଖ୍ୟ ବୃଦ୍ଧ ହୋଇଯାଇଥିବାରୁ ପୂଜା ବିଧି ରକ୍ଷା କରିବାରେ ସମର୍ଥ ହେଉନାହାନ୍ତି ।

ସେପଟେ ବୃଦ୍ଧଙ୍କ ପିଲାମାନେ ପିତା-ମାତାଙ୍କ ପାଖକୁ ଆସୁନାହାନ୍ତି । ଏଭଳି ସ୍ଥିତିରେ ଏବର୍ଷ କିଭଳି ମା’ ଦୁର୍ଗାଙ୍କ ପୂଜାର ପରମ୍ପରା ରକ୍ଷାହେବ ସେନେଇ ଚିନ୍ତିତ ଥିଲେ ବୃଦ୍ଧ-ବୃଦ୍ଧା । ହେଲେ ଏମିତି କିଛି ଘଟଣା ଘଟିଲା ଯାହା ଆପଣଙ୍କୁ ଜଣେ ଭାରତୀୟ ଭାବେ ଗର୍ବିତ ଅନୁଭବ କରାଇବ । ବର୍ଷ ବର୍ଷ ଧରି ଚାଲି ଆସିଥିବା ପରମ୍ପରାକୁ ରକ୍ଷା କଲେ କିଛି ମୁସଲମାନ । ମା’ଙ୍କ ମୂର୍ତ୍ତି ଗଢ଼ାଇବା ସହ ପୂଜାର ସମସ୍ତ ଆୟୋଜନ କରିଛନ୍ତି ଏହି ମୁସଲମାନ ଯୁବକ । ପୂଜାରୀ ଯୋଗାଡ଼ କରି ମା’ଙ୍କ ପୂଜା କରାଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ସବୁଆଡ଼େ ସେମାନଙ୍କ ଚର୍ଚ୍ଚା ହେଉଛି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ଯେ ଭାରତୀୟ ତାହାର ପ୍ରମାଣ ଦେଇଛନ୍ତି ଏହି ଯୁବକ ମାନେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ