Masthead

ଗାଡ଼ି ମାଲିକଙ୍କ ଉପରେ ଶହେ କୋଟି ବାକି

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ରାସ୍ତାଠାରୁ ଛକ ପର୍ଯ୍ୟନ୍ତ ସବୁଠି ଚାଲିଛି ଗାଡ଼ି ଯାଞ୍ଚ। ପୋଲିସ ବାବୁ ଓ ଆରଟିଓ ବାବୁମାନେ ବାଡ଼ି ପକାଇ ଜଗୁଛନ୍ତି। ସମସ୍ତଙ୍କ ନଜର ମଟରସାଇକେଲ ଉପରେ। ହେଲେ ବଡ଼ ବଡ଼ ଗାଡ଼ି ମାଲିକମାନେ ସରକାରୀ ଟଙ୍କା ଫାଙ୍କି ଚାଲିଛନ୍ତି। ଏମିତି ତଥ୍ୟ ଉପସ୍ଥାପନ କରିଛନ୍ତି ସିଏଜି। ପରିବହନ ବିଭାଗର ଅଡିଟ୍ କରିବା ବେଳେ ଗଦା ଗଦା ମାମଲା ପାଇଛନ୍ତି। ହଜାର ହଜାର ଗାଡ଼ି ମାଲିକ ଟିକସ ବାକି ରଖିଛନ୍ତି। ଟିକସ ନିର୍ଦ୍ଧାରଣରେ ବି ତ୍ରୁଟି କରି ସରକାରଙ୍କ ଟିକସ ବୁଡ଼ାଇଛନ୍ତି ବାବୁମାନେ।

ମୋଟର ଭେଇକଲ୍ ଟ୍ୟାକ୍ସ ଓ ଅତିରିକ୍ତ ଟ୍ୟାକ୍ସ ବାବଦ ୨୬.୭୪ କୋଟି, ପେନାଲ୍ଟି ବାବଦ ୫୩.୪୮ କୋଟି ଟଙ୍କା ଆଦାୟ ହୋଇନାହିଁ। ସେହିପରି ଟ୍ରାକ୍ଟର ଓ ଟ୍ରେଲର କମ୍ବିନେସନ ଟ୍ୟାକ୍ସ ବାବଦ ତ୍ରୁଟି ଯୋଗୁ ୧୨.୧୮ କୋଟି ଟଙ୍କା ମିଳିନାହିଁ। ତେଣେ ପରିବହନ ଅଧିକାରୀ ଓ ପୋଲିସ ମଟରସାଇକେଲକୁ ଦରାଣ୍ଡୁଛନ୍ତି। ସେମାନଙ୍କୁ ପାଇବା ମାତ୍ରେ ଫାଇନ କାଟୁଛନ୍ତି। ହେଲେ ଶହେ କୋଟିର ଟିକସ ଫାଙ୍କି ବୁଲୁଛନ୍ତି ବଡ଼ ବଡ଼ ଗାଡ଼ି ମାଲିକମାନେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼