Masthead

୨ ଦିନ ବର୍ଷିବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆଗାମୀ ୨୪ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ହେବ ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୬ ଓ ୧୭ ତାରିଖ ଦୁଇ ଦିନ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ମୁଖ୍ୟତଃ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲାରେ ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଏସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼