Masthead

ଠକେଇର ଶିକାର ହେଲେ ଏସ୍.ଏଚ୍.ଜି ମହିଳା

ମୁରିବାହାଲ (ବଡ ଖବର ବ୍ୟୁରୋ) : ସ୍ୱଳ୍ପ ସମୟ ମଧ୍ୟରେ ନିଜର ଜମା ଟଙ୍କା ଦ୍ୱି-ଗୁଣିତ ପାଇବା ଆଶାରେ ଏସ୍.ଏଚ୍.ଜି ମହିଳା କୋଟି କୋଟି ଟଙ୍କା ଠକେଇର ଶିକାର ହୋଇଛନ୍ତି । ଆଜି ଠକେଇର ଶିକାର ହୋଇଥିବା ୮ ରୁ ୯ ଗୋଟି ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ପାଖାପାଖି ୩୦ରୁ ଉର୍ଦ୍ଧ ମହିଳା ମୁରିବାହାଲ ଥାନାରେ ଅଭିଯୋଗ କରିଛନ୍ତି । ଏହି ଥାନା ଅଧିନସ୍ଥ ଡେଙ୍ଗପଦର, ଚିକିନିବାହାଲି, ଦେସିଲ୍ ଏବଂ ଖଇରମାଲ୍ ଗାଁର ୮ ରୁ ୯ ଗୋଟି ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ପାଖାପାଖି ୩୦ ରୁ ଉର୍ଦ୍ଧ ମହିଳାଙ୍କ ଠାରୁ ପାଖାପାଖି ୩ କୋଟି ଟଙ୍କା ଜମା ରଖିବାକୁ ନେଇଥିଲେ । ଅଭିଯୋଗ କ୍ରମେ, ଅସୁରମୁଣ୍ଡା ଗ୍ରାମର ଲିଙ୍ଗରାଜ ସେଲମାଙ୍କ ପୁଅ ଠାକୁର ସେଲମା ଆର୍.ଏମ୍.ସି.ସି କମ୍ପାନୀ ନାଁରେ ଏକ ଘରୋଇ କମ୍ପାନୀରେ ଟଙ୍କା ଜମା ରଖିଥିଲେ । ତାହା ସ୍ୱଳ୍ପ ସମୟ ମଧ୍ୟରେ ଦ୍ୱି-ଗୁଣିତ ଫେରସ୍ତ କରିବାର ପ୍ରଲୋଭନ ଦେଖାଇଥିଲା । । ତେବେ ଦୀର୍ଘଦିନ ପରେ ମଧ୍ୟ ଟଙ୍କା ଜମାକାରୀ ମହିଳାମାନେ ନିଜର ଜମା ଟଙ୍କା ଫେରସ୍ତ ପାଇନଥିଲେ । ଫଳରେ ସେମାନେ ନିଜର ଟଙ୍କା ଜମା ଦେଇଥିବା ଠାକୁର ସେଲମାଙ୍କୁ ସନ୍ଦେହ କରି ଆଜି ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ