Masthead

ଠକେଇର ଶିକାର ହେଲେ ଏସ୍.ଏଚ୍.ଜି ମହିଳା

ମୁରିବାହାଲ (ବଡ ଖବର ବ୍ୟୁରୋ) : ସ୍ୱଳ୍ପ ସମୟ ମଧ୍ୟରେ ନିଜର ଜମା ଟଙ୍କା ଦ୍ୱି-ଗୁଣିତ ପାଇବା ଆଶାରେ ଏସ୍.ଏଚ୍.ଜି ମହିଳା କୋଟି କୋଟି ଟଙ୍କା ଠକେଇର ଶିକାର ହୋଇଛନ୍ତି । ଆଜି ଠକେଇର ଶିକାର ହୋଇଥିବା ୮ ରୁ ୯ ଗୋଟି ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ପାଖାପାଖି ୩୦ରୁ ଉର୍ଦ୍ଧ ମହିଳା ମୁରିବାହାଲ ଥାନାରେ ଅଭିଯୋଗ କରିଛନ୍ତି । ଏହି ଥାନା ଅଧିନସ୍ଥ ଡେଙ୍ଗପଦର, ଚିକିନିବାହାଲି, ଦେସିଲ୍ ଏବଂ ଖଇରମାଲ୍ ଗାଁର ୮ ରୁ ୯ ଗୋଟି ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ପାଖାପାଖି ୩୦ ରୁ ଉର୍ଦ୍ଧ ମହିଳାଙ୍କ ଠାରୁ ପାଖାପାଖି ୩ କୋଟି ଟଙ୍କା ଜମା ରଖିବାକୁ ନେଇଥିଲେ । ଅଭିଯୋଗ କ୍ରମେ, ଅସୁରମୁଣ୍ଡା ଗ୍ରାମର ଲିଙ୍ଗରାଜ ସେଲମାଙ୍କ ପୁଅ ଠାକୁର ସେଲମା ଆର୍.ଏମ୍.ସି.ସି କମ୍ପାନୀ ନାଁରେ ଏକ ଘରୋଇ କମ୍ପାନୀରେ ଟଙ୍କା ଜମା ରଖିଥିଲେ । ତାହା ସ୍ୱଳ୍ପ ସମୟ ମଧ୍ୟରେ ଦ୍ୱି-ଗୁଣିତ ଫେରସ୍ତ କରିବାର ପ୍ରଲୋଭନ ଦେଖାଇଥିଲା । । ତେବେ ଦୀର୍ଘଦିନ ପରେ ମଧ୍ୟ ଟଙ୍କା ଜମାକାରୀ ମହିଳାମାନେ ନିଜର ଜମା ଟଙ୍କା ଫେରସ୍ତ ପାଇନଥିଲେ । ଫଳରେ ସେମାନେ ନିଜର ଟଙ୍କା ଜମା ଦେଇଥିବା ଠାକୁର ସେଲମାଙ୍କୁ ସନ୍ଦେହ କରି ଆଜି ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି