Masthead

ରକ୍ତରେ ଭିଜିଲା କୃଷକ ପ୍ରଦର୍ଶନ ସ୍ଥଳ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ରକ୍ତରେ ଭିଜିଲା କୃଷକ ପ୍ରଦର୍ଶନ ସ୍ଥଳ । ରାଜଧାନୀ ଦିଲ୍ଲୀର ସିଙ୍ଗୁ ସୀମାରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି । ଏହା ପରେ ତାଙ୍କ ମୃତ ଶରୀରକୁ ପ୍ରଦର୍ଶନ ସ୍ଥଳର ପଛରେ ଥିବା ବ୍ୟାରିକେଡରେ ବନ୍ଧା ହୋଇଥିବାର ଦେଖିବାକୁ ମିଳିଛି । ଏପରି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ଅନ୍ୟପଟେ ଏହି ଘଟଣାକୁ ନେଇ ଚାଷୀମାନଙ୍କ ଭିତରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ଘଟଣାସ୍ଥଳରେ ସେମାନେ ପୁଲିସକୁ ମଧ୍ୟ ଯିବା ପାଇଁ ଛାଡୁନଥିଲେ । ପରେ ପରିସ୍ଥିତି ଶାନ୍ତ ହେବା ପରେ ପୁଲିସ କର୍ମଚାରୀମାନେ ଶବକୁ ଜବତ କରି ନିକଟସ୍ଥ ହସ୍ପିଟାଲକୁ ନେଇଛନ୍ତି । ତେବେ ହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ।

କେବଳ ଏତିକି ନୁହେଁ ବରଂ ସେ ଚାଷୀ ଆନ୍ଦୋଳନରେ ସାମିଲ ଥିଲେ ତାହା ମଧ୍ୟ ଜଣାପଡ଼ି ନାହିଁ । ହେଲେ ତାଙ୍କୁ ନିହାଙ୍ଗମାନେ ହତ୍ୟା କରିବା ସହ ଗୋଟିଏ ହାତ କାଟି ଦେଇଥିବା ଅଭିଯୋଗ ହୋଇଛି । ସେପଟେ ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ନିହାଙ୍ଗଙ୍କ ଏକ ଗୋଷ୍ଠୀ ଉକ୍ତ ବ୍ୟକ୍ତି ଉପରେ ଚଢୁଥିବାର ଦେଖିବାକୁ ମିଳିଛି । ଭିଡିଓରେ ନିହାଙ୍ଗା ମାନଙ୍କୁ ଦେଖାଯାଇଛି । ସେମାନଙ୍କ ମଧ୍ୟରୁ କେତେକ ବର୍ଚ୍ଛା ଧରି ସେହି ବ୍ୟକ୍ତିଙ୍କ ପାଖରେ ଠିଆ ହୋଇ ତାଙ୍କ ନାମ ଓ ଗାଁ ବିଷୟରେ ପଚାରିଥିଲେ ।

ଏପରିକି ଆହତ ବ୍ୟକ୍ତିଙ୍କୁ କେହି ସାହାଯ୍ୟ କରିବାକୁ ଆସୁନଥିବାର ମଧ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓରୁ ସ୍ପଷ୍ଟ ଜଣାପଡୁଛି ଯେ ହତ୍ୟା ପୂର୍ବରୁ ତାଙ୍କୁ ଆକ୍ରମଣ କରାଯାଇ ଟାଣି ଟାଣି ବ୍ୟାରିକେଡ ପାଖକୁ ନିଆଯାଇଛି । ତା’ପରେ ଶବଟିର ଉଭୟ ହାତକୁ ବ୍ୟାରିକେଡରେ ବନ୍ଧା ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ!