Masthead

ରକ୍ତରେ ଭିଜିଲା କୃଷକ ପ୍ରଦର୍ଶନ ସ୍ଥଳ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ରକ୍ତରେ ଭିଜିଲା କୃଷକ ପ୍ରଦର୍ଶନ ସ୍ଥଳ । ରାଜଧାନୀ ଦିଲ୍ଲୀର ସିଙ୍ଗୁ ସୀମାରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି । ଏହା ପରେ ତାଙ୍କ ମୃତ ଶରୀରକୁ ପ୍ରଦର୍ଶନ ସ୍ଥଳର ପଛରେ ଥିବା ବ୍ୟାରିକେଡରେ ବନ୍ଧା ହୋଇଥିବାର ଦେଖିବାକୁ ମିଳିଛି । ଏପରି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ଅନ୍ୟପଟେ ଏହି ଘଟଣାକୁ ନେଇ ଚାଷୀମାନଙ୍କ ଭିତରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ଘଟଣାସ୍ଥଳରେ ସେମାନେ ପୁଲିସକୁ ମଧ୍ୟ ଯିବା ପାଇଁ ଛାଡୁନଥିଲେ । ପରେ ପରିସ୍ଥିତି ଶାନ୍ତ ହେବା ପରେ ପୁଲିସ କର୍ମଚାରୀମାନେ ଶବକୁ ଜବତ କରି ନିକଟସ୍ଥ ହସ୍ପିଟାଲକୁ ନେଇଛନ୍ତି । ତେବେ ହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ।

କେବଳ ଏତିକି ନୁହେଁ ବରଂ ସେ ଚାଷୀ ଆନ୍ଦୋଳନରେ ସାମିଲ ଥିଲେ ତାହା ମଧ୍ୟ ଜଣାପଡ଼ି ନାହିଁ । ହେଲେ ତାଙ୍କୁ ନିହାଙ୍ଗମାନେ ହତ୍ୟା କରିବା ସହ ଗୋଟିଏ ହାତ କାଟି ଦେଇଥିବା ଅଭିଯୋଗ ହୋଇଛି । ସେପଟେ ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ନିହାଙ୍ଗଙ୍କ ଏକ ଗୋଷ୍ଠୀ ଉକ୍ତ ବ୍ୟକ୍ତି ଉପରେ ଚଢୁଥିବାର ଦେଖିବାକୁ ମିଳିଛି । ଭିଡିଓରେ ନିହାଙ୍ଗା ମାନଙ୍କୁ ଦେଖାଯାଇଛି । ସେମାନଙ୍କ ମଧ୍ୟରୁ କେତେକ ବର୍ଚ୍ଛା ଧରି ସେହି ବ୍ୟକ୍ତିଙ୍କ ପାଖରେ ଠିଆ ହୋଇ ତାଙ୍କ ନାମ ଓ ଗାଁ ବିଷୟରେ ପଚାରିଥିଲେ ।

ଏପରିକି ଆହତ ବ୍ୟକ୍ତିଙ୍କୁ କେହି ସାହାଯ୍ୟ କରିବାକୁ ଆସୁନଥିବାର ମଧ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓରୁ ସ୍ପଷ୍ଟ ଜଣାପଡୁଛି ଯେ ହତ୍ୟା ପୂର୍ବରୁ ତାଙ୍କୁ ଆକ୍ରମଣ କରାଯାଇ ଟାଣି ଟାଣି ବ୍ୟାରିକେଡ ପାଖକୁ ନିଆଯାଇଛି । ତା’ପରେ ଶବଟିର ଉଭୟ ହାତକୁ ବ୍ୟାରିକେଡରେ ବନ୍ଧା ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି