Masthead

କଂଗ୍ରେସ ଛାଡିଲେ ଯୁବନେତା ଇନ୍ଦ୍ରଜିତ ଦାସ

ଯାଜପୁର(ବଡ଼ ଖବର ବ୍ୟୁରୋ): କଂଗ୍ରେସ ଛାଡିଲେ ଟାଣୁଆ ଯୁବନେତା ଇନ୍ଦ୍ରଜିତ ଦାସ । ଯାଜପୁର ଜିଲ୍ଲା ଦଶରଥପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଛାତ୍ର ଯୁବନେତା ଇନ୍ଦ୍ରଜିତ ଦାସ କଂଗ୍ରସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତପା ଦେଇଛନ୍ତି । କଂଗ୍ରେସ ଦଳର ଯାଜପୁର ବିଧାନସଭା ଆସନରେ ପାର୍ଥୀ ଚୟନ କୁନେଇ ଅସନ୍ତୋଷ ବ୍ୟକ୍ତ କରି ଶ୍ରୀ ଦାସ କଂଗ୍ରେସ ଦଳ ଛାଡିଛନ୍ତି । ଦଳର ରାଜ୍ୟସଭାପତି ଶରତ ପଟ୍ଟନାୟକ ଙ୍କୁ ଇସ୍ତପା ପତ୍ର ପଠାଇ ଥିବା ବେଳେ ଏହାର କପି ସମସ୍ତ ଗଣମାଧ୍ୟମକୁ ପଠାଇଛନ୍ତି ।

ସୂଚନା ଥାଉକି ଶ୍ରୀ ଦାସ ସାଧୁଗୌଦେଶ୍ୱର ମହାବିଦ୍ୟାଳୟର ନିଜର ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ଦଶରଥ ପୁର ପଞ୍ଚାୟତର ସରପଞ୍ଚ ରୂପେ କାର୍ଯ୍ୟ ତୁଲାଇ ଥିଲେ । ଗତ ପଞ୍ଚାୟତ ନିର୍ବାଚନରେ ତରପଦା ପଞ୍ଚାୟତରୁ ସମିତିସଭ୍ୟ ଭାବେ ପ୍ରାର୍ଥୀ
ହୋଇଥିଲେ । ଚଳିତ ନିର୍ବାଚନରେ ଯାଜପୁର ଜିଲ୍ଲାରେ ସର୍ବପ୍ରଥମେ ବିଧାୟକ ପ୍ରାର୍ଥୀ ଭାବେ ଆବେଦନ କରିଥିଲେ । ଗତକାଲି କଂଗ୍ରେସର ଯାଜପୁରରେ ବିଧାୟକ ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ଆଜି କଂଗ୍ରେସ ଦଳରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତପା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା