Masthead

ମୁଁ ହିଁ ଦଳର ସ୍ଥାୟୀ ଅଧ୍ୟକ୍ଷ: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦୀର୍ଘ ଦିନ ଧରି କଂଗ୍ରେସର ଅଧ୍ୟକ୍ଷ ପଦ ନେଇ ଆଲୋଚନା ଓ ସମାଲୋଚନା ହୋଇ ଆସୁଛି । କିଏ ଏନେଇ ଜି-୨୩ ଗଠନ କରୁଛି ତ ଆଉ କିଏ ଏହା ପାଇଁ ରାହୁଲ ଗାନ୍ଧୀ ହିଁ ବେଷ୍ଟ ବୋଲି କହୁଛି । ଏହା ମଧ୍ୟରେ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏସବୁକୁ ନେଇ ମୁହଁ ଖୋଲିଛନ୍ତି । ତେବେ କଂଗ୍ରେସର ୱାକିଂ କିମଟିର ବୈଠକରେ ସୋନିଆ ହିଁ କଂଗ୍ରେସର ସ୍ଥାୟୀ ଅଧ୍ୟକ୍ଷା ବୋଲି କହିଛନ୍ତି । ସମସ୍ତ କଥାକୁ ମୁଁ ଗମ୍ଭୀରତା ସହ ଶୁଣିଛି ଓ ଏହାର ସମାଧାନ କରିଛି ।

ତେଣୁ ଗଣମାଧ୍ୟମ ଜରିଆରେ ଏସବୁ କହିବାର କିଛି ଆବଶ୍ୟକତା ନାହିଁ । ଅସନ୍ତୁଷ୍ଟ ନେତାଙ୍କୁ ଏହା ସୋନିଆଙ୍କର ସିଧାସଳଖ ଉତ୍ତର ବୋଲି କୁହାଯାଉଛି । କେବଳ ଏତିକି ନୁହେଁ ବରଂ ଦଳରେ ଯୁବକଙ୍କ ଅଂଶଗ୍ରହଣ ସଂଖ୍ୟା ବଢିଛି । ତାହା କୃଷକ ମୁଦ୍ଦା ହେଉ ବା ମହାମାରୀ ସମୟରେ ସହାୟତା ଯୋଗାଇଦେବା ପୁଣି ଯୁବ ଓ ମହିଳାଙ୍କ ସମସ୍ୟା ବୋଲି ସୋନିଆ ଗାନ୍ଧୀ କହିଛନ୍ତି ।

ଲଖିମପୁର ହିଂସା ଘଟଣାକୁ ନେଇ ମଧ୍ୟ ସୋନିଆ ବଡ଼ ବୟାନ ଦେଇଛନ୍ତି । ତେବେ ଏହି ଘଟଣା ଭାରତୀୟ ଜନତା ପାର୍ଟିର ମାନସିକତାକୁ ଦର୍ଶାଉଛି ବୋଲି ସୋନିଆ ଗାନ୍ଧୀ କହିଛନ୍ତି । ଏହି ବୈଠକରେ ସୋନିଆଙ୍କ ସମେତ ରାହୁଲ ଗାନ୍ଧୀ, ଅଶୋକ ଗେହଲଟ, ଆନନ୍ଦ ଶର୍ମା ଆଦି ୫୨ ବରିଷ୍ଠ ନେତା ଯୋଗ ଦେଇ ଦେଶରେ ବର୍ତ୍ତମାନ ରାଜନୈତିକ ସ୍ଥିିତି ବିଷୟରେ ଆଲୋଚନା କରିଥିବାର ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼