ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସୋନିଆ ଗାନ୍ଧୀ ଆସନ୍ତା ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଦଳର ଅଧ୍ୟକ୍ଷ ହୋଇ ରହିବେ । ସେପ୍ଟେମ୍ବର ପରେ ଯାଇ ଦଳର ନୂଆ ଅଧ୍ୟକ୍ଷ ବଛାଯିବ ବୋଲି ସୂଚନା ମିଳିଛି । ଏହା ମଧ୍ୟରେ ରାହୁଲ ଗାନ୍ଧୀ ବଡ଼ ବୟାନ ଦେଇଛନ୍ତି ।
ତେବେ ଯଦି ଦଳର ନେତାମାନେ ଚାପ ପକାନ୍ତି, ତାହାଲେ କଂଗ୍ରେସ ଦଳର ଅଧ୍ୟକ୍ଷ ହେବା ଚିନ୍ତା କରିବି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଏନେଇ ପଞ୍ଜାବ,ରାଜସ୍ଥାନ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ ଆଣ୍ଟୋନି ଭଳି ବରିଷ୍ଠ ନେତାମାନେ ରାହୁଲଙ୍କୁ ଅଧ୍ୟକ୍ଷ କରିବା ପାଇଁ ଦାବି କରିଆସୁଛନ୍ତି ।