ପୁଣି ପରଦାରେ ଆସିବ ସନ୍ନି ଦେଓଲ ଓ ଅମିଷା ପଟେଲଙ୍କ ଯୋଡି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ୨୦୦୧ରେ ରିଲିଜ୍ ହୋଇଥିଲା ବଲିଉଡ ଫିଲ୍ମ ‘ଗଦର-ଏକ୍ ପ୍ରେମ୍ କଥା’ । ଫିଲ୍ମଟି ରିଲିଜ୍ ହେବା ପରେ ଏହାର କାହାଣୀ, ଗୀତ ଏବଂ ଅଭିନୟ ସବୁକିଛି ଦର୍ଶକଙ୍କ ମନକୁ ଛୁଇଁଥିଲା । ଏବେ ବି ଏହି ଫିଲ୍ମ ପାଇଁ ଦର୍ଶକଙ୍କ ମନରେ ରହିଛି ଅନେକ କ୍ରେଜ୍ । ଫିଲ୍ମଟି ରିଲିଜ୍ ହେବା ପରେ ସୁପରହିଟ୍ ଯୋଡି ସନ୍ନି ଦେଓଲ ଏବଂ ଅମିଷା ପଟେଲଙ୍କର ଡିମାଣ୍ଡ ବଢି ଯାଇଥିଲା । ତେବେ ବର୍ତ୍ତମାନ ପୁଣି ଥରେ ପରଦାରେ ଦେଖିବାକୁ ମିଳିବ ଏହି ଯୋଡିଙ୍କୁ । କାହିଁକିନା ନିକଟରେ ଦଶହରା ଭେଟି ଦେଇଛନ୍ତି ବଲିଉଡ ଅଭିନେତା ସନ୍ନି ଦେଓଲ । ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ସୁପରହିଟ୍ ଫିଲ୍ମ ‘ଗଦର-ଏକ୍ ପ୍ରେମ୍ କଥା’ର ସିକ୍ୱେଲ୍ । ଅନେକ ଦିନ ପରେ ପୁଣି ଥରେ ସନ୍ନି ଦେଓଲ ଓ ଅମିଷା ପଟେଲଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ ।

ତେବେ ନିକଟରେ ଫିଲ୍ମର ଏକ ମୋଶନ୍ ପୋଷ୍ଟର ଲଞ୍ଚ୍ କରାଯାଇଛି । ନିର୍ମାତା ମାନେ ଏହି ପୋଷ୍ଟର ସୋସିଆଲ ମିଡିଆରେ ପୋଷ୍ଟ୍ କରିବା ପରେ ଦର୍ଶକ ମଧ୍ୟ ଏହାକୁ ବେଶ୍ ପସନ୍ଦ କରିଛନ୍ତି । ଫିଲ୍ମଟି ୨୦୨୨ରେ ରିଲିଜ୍ ହେବାକୁ ଯାଉଛି । ସେୟାର ହୋଇଥିବା ମୋଶନ୍ ପୋଷ୍ଟର ‘କଥା ଜାରି ହୈ…’ ରୁ ଆରମ୍ଭ ହେଉଛି । ଏହା ପରେ ସନ୍ନି ଦେଓଲ୍ , ଅମୀଷା ପଟେଲ୍ , ଉକ୍ରର୍ଷ ଶର୍ମାଙ୍କ ନାମ ଆସୁଛି । ଶେଷରେ ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଡ୍ୟୁସରଙ୍କ ନାମ ଦେଖିବାକୁ ମିଳିଛି । ତେବେ ମୋଶନ ପୋଷ୍ଟରରେ ଥିବା ଗୀତ ମଧ୍ୟ ବେଶ୍ ସୁନ୍ଦର ହୋଇଛି । ଫିଲ୍ମର ନର୍ଦ୍ଦେଶନା ଅନୀଲ ଶର୍ମା ହେବେ ଯିଏ କି ଏହି ଫିଲ୍ମର ପ୍ରଥମ ପାର୍ଟର ନିର୍ଦ୍ଦେଶନା ଦେଇଥିଲେ ।

ତେବେ ଏହି ପୋଷ୍ଟରକୁ ସେୟାର କରି ସନ୍ନି ଦେଓଲ ଲେଖିଛନ୍ତି ଯେ ଦୁଇ ଦଶକ ପରେ ଶେଷରେ ଅପେକ୍ଷାର ଅନ୍ତଃ ଘଟିଛି । ଦଶହରା ଅବସରରେ ଗଦର-୨ର ପୋଷ୍ଟର ରିଲିଜ୍ ହୋଇଛି ।ସୂଚନା ଅନୁସାରେ ଫିଲ୍ମର କାହାଣୀ ଭାରତ-ପାକିସ୍ତାନ ଉପରେ ପ୍ରସ୍ତୁତ କରାଯାଇଛି । ଫିଲ୍ମର ପ୍ରି-ପ୍ରଡକ୍ସନ କାମ ବି ଆରମ୍ଭ ହୋଇ ସାରିଲାଣି ।୨୦୨୧ରେ ରିଲିଜ୍ ହୋଇଥିବା ଗଦର-ଏକ୍ ପ୍ରେମ୍ କଥା କୁ ଦର୍ଶକ ଯେପରି ପସନ୍ଦ କରିଥଇଲେ ଏହି ଫିଲ୍ମକୁ ମଧ୍ୟ ସେପରି ଭଲପାଇବା ମିଳିବ ବୋଲି ଆଶା ରଖିଛନ୍ତି ନିର୍ମାତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ