Masthead

‘ବଡ଼ ଖବର’କୁ ସାହାଯ୍ୟ କରନ୍ତୁ, ନିରପେକ୍ଷ ଗଣମାଧ୍ୟମକୁ ଶକ୍ତ କରନ୍ତୁ…

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ଲୋକଙ୍କ ଶକ୍ତିରେ ବଳିୟାନ ଲୋକଙ୍କ ଚ୍ୟାନେଲ ‘ବଡ଼ ଖବର’ । ସାଧାରଣ ଜନତାଙ୍କ କଥା କହିବା ପାଇଁ ‘ବଡ଼ ଖବର’ର ପରିପକଳ୍ପନା । ହେଲେ ଚ୍ୟାନେଲ ଚଳାଇବାକୁ ଅର୍ଥର ଆବଶ୍ୟକତା ରହିଛି । ଆମକୁ ସାହାଯ୍ୟ କରନ୍ତୁ । ନିରପେକ୍ଷ ଗଣମାଧ୍ୟମକୁ ବଞ୍ଚାନ୍ତୁ ।

‘ବଡ଼ ଖବର’ । ଲୋକଙ୍କ ଚ୍ୟାନେଲକୁ ମାତ୍ର ଗୋଟିଏ ବର୍ଷ । ଏହି ଗୋଟିଏ ବର୍ଷ ଭିତରେ ଆପଣ ଆମକୁ ଦେଇଛନ୍ତି ଢେର ସାରା ଭଲ ପାଇବା । ବିଶ୍ୱାସ କରିଛନ୍ତି । ଭଲ ପାଇବା, ବିଶ୍ୱାସକୁ ପାଥେୟ କରି ଆଗକୁ ବଢୁଛି ଲୋକଙ୍କ ଚ୍ୟାନେଲ । ‘ବଡ଼ ଖବର’ର ଗୋଟିଏ ସଂକଳ୍ପ, ସେ ଲୋକଙ୍କ କଥା କହିବ । ଗରିବ, ଦଳିତ, ନିଷ୍ପେସିତ, ଅବହେଳିତ ମାନଙ୍କ ସ୍ୱର ସାଜିବ । ସେଇ ଆଧାରରେ ଆମେ କାର୍ଯ୍ୟ କରିଚାଲିଛୁ । ଆଗକୁ ମଧ୍ୟ ଚାଲିଥିବୁ । ଯେଉଁ ପ୍ରସଙ୍ଗରେ ଲୋକଙ୍କ ସ୍ୱାର୍ଥ ଅଛି, ସେହି ପ୍ରସଙ୍ଗ ବାରମ୍ବାର ପ୍ରସାରଣ କରିଆସିଛୁ । ଉଚ୍ଚ ପଦପଦବୀରେ ଥିବା ବ୍ୟକ୍ତିଙ୍କୁ ସମାଲୋଚନା କରିଛୁ । ସରକାରଙ୍କୁ ଚାପ ପକାଇଛୁ । ଯାହାର ପରିଣାମ ସ୍ୱରୂପ ସରକାର ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି । ଯାହା ଦ୍ୱାର ଉପକୃତ ହୋଇଛନ୍ତି ରାଜ୍ୟର ହଜାର ହଜାର ଜନତା । ସରକାରଙ୍କୁ ଖାଲି ସମାଲୋଚନା କରୁ ତାହା ନୁହେଁ, ଯେଉଁଠି ସମୂହ, ଗୋଟିଏ ଗୋଷ୍ଠୀର ଉପକାର ହୁଏ, ସେହି ସମୟରେ ‘ବଡ଼ ଖବର’ ସରକାରଙ୍କୁ ପ୍ରଶଂସା ମଧ୍ୟ କରିଥାଏ । ଯେତେବେଳେ।

‘ବଡ଼ ଖବର’ର ଭାଗ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ହାତରେ । ଲୋକଙ୍କ ଚ୍ୟାନେଲକୁ ଚଳାଇବାକୁ ହେଲେ ଅର୍ଥର ଆବଶ୍ୟକତା ରହିଛି । କାରଣ ଏହାର କୌଣସି ମାଲିକ ନାହାନ୍ତି । ସେଇଥିପାଇଁ ଚ୍ୟାନେଲ ପ୍ରତ୍ୟେକ ମାସ ୭ ତାରିଖରେ ପାଳନ କରିଆସୁଛି ‘ବଡ଼ ଖବର’ ଦିବସ । ଏହି ଦିନ ପ୍ରତ୍ୟେକ ଜିଲ୍ଲା, ବ୍ଲକରେ ଆମ ଟିମ ଆପଣଙ୍କ ପାଖରେ ପହଞ୍ଚିଯାଉଛନ୍ତି । ଆର୍ଥିକ ସହାୟତା ପାଇଁ । ଏହି ଅଭିଯାନରେ ସାମିଲ ହୁଅନ୍ତୁ । ନିରପେକ୍ଷ ଗଣମାଧ୍ୟମକୁ ଶକ୍ତ କରନ୍ତୁ । ଆମ ନମ୍ବର ହେଉଛି ୬୩୭୦୭୦୧୨୦୧କୁ ଫୋନ ପେ’, ଗୁଗଲ ପେ, ପେଟିଏମ୍, ଆମାଜନ ପେ’ ଜରିଆରେ ମଧ୍ୟ ସହାୟତା କରିପାରିବେ ।

ଲୋକଙ୍କ ଶକ୍ତିରେ ବଳିୟାନ ଲୋକଙ୍କ ଚ୍ୟାନେଲ ‘ବଡ଼ ଖବର’ । ସାଧାରଣ ଲୋକଙ୍କ କଥା କହିବା ପାଇଁ ‘ବଡ଼ ଖବର’ର ପରିପକଳ୍ପନା । ସେଇଥିପାଇଁ ପାଇଁ ଆମେ ସଂକଳ୍ପ ମଧ୍ୟ ନେଇଛି । ପୁଣି ଥରେ କହୁଛୁ, ଆମକୁ ସାହାଯ୍ୟ କରନ୍ତୁ, ନିରପେକ୍ଷ ଗଣମାଧ୍ୟମକୁ ବଞ୍ଚାନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍