‘ମୋତେ ମୃତ୍ୟୁର ସୌଦାଗର, ମଇଳା ଡ୍ରେନର ପୋକ ବୋଲି କୁହାଯାଉଥିଲା…’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲୋକ ସଭା ନିର୍ବଚନରେ ଶେଷ ପର୍ୟ୍ୟାୟ ଭୋଟ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସାକ୍ଷାତକାର ଦେଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର ସମୟରେ ବ୍ୟକ୍ତିଗତ ଆକ୍ରମଣ ସହ ଜଡିତ ପ୍ରଶ୍ନ ଉପରେ କହିଛନ୍ତି, କେହି ମୋତେ ମୃତ୍ୟୁର ସୌଦାଗର ବୋଲି କହିଥିବା ବେଳେ କେହି ମଇଳା ଡ୍ରେନର ପୋକ ବୋଲି କହିଛନ୍ତି। ୨୪ ବର୍ଷ ଧରି ଏହିପରି ଦୁର୍ବ୍ୟବହାର ସହିବା ପରେ ମୁଁ ଗାଳି ପ୍ରୁଫ୍‌ ପାଲଟିଯାଇଛି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସଂସଦରେ ଆମର ଜଣେ ସହକର୍ମୀ ମୋ ସହ ୧୦୧ ଦର୍ବ୍ୟବହାର ହୋଇଥିବା ହିସାବ କରିଥିଲେ। ତେଣୁ ନିର୍ବାଚନ ହେଉ କି ନାହିଁ, ଏହି ଲୋକମାନେ (ବିରୋଧୀ) ବିଶ୍ୱାସ କରନ୍ତି, ସେମାନଙ୍କର ଦୁର୍ବ୍ୟବହାର କରିବାର ଅଧିକାର ଅଛି। ନିରାଶା ଭାବ ଯୋଗ ଅପମାନଜନକ ଭାଷା ବ୍ୟବହାର କରିବା ସେମାନଙ୍କର ପ୍ରକୃତି ହୋଇଗଲାଣି।

ମୋଦି କହିଛନ୍ତି, ବଙ୍ଗଳା ନିର୍ବାଚନରେ ଟିଏମସି ବଞ୍ଚିବା ପାଇଁ ଲଢୁଛି। ଗତ ବିଧାନସଭା ନିର୍ବାଚନରେ ଆମେ ୩ରେ ଥିଲୁ ଏବଂ ବଙ୍ଗଳାର ଲୋକମାନେ ଆମକୁ ୮୦କୁ ନେଇଥିଲେ। ଗତ ନିର୍ବାଚନରେ ଆମେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଛୁ। ଏଥର ଯଦି ସମଗ୍ର ଭାରତରେ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଅଛି, ତେବେ ଏହା ପଶ୍ଚିମବଙ୍ଗ ହେବାକୁ ଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’