Masthead

ପ୍ରବଳ ବର୍ଷା ଆଶଙ୍କା ନେଇ କେଦାରନାଥ ଯାତ୍ରା ଉପରେ ରୋକ

ଡେରାଡୁନ(ବଡ଼ ଖବର ବ୍ୟୁରୋ) :   ଉତ୍ତାରଖଣ୍ଡରେ ପ୍ରବଳ ବର୍ଷା ଆଶଙ୍କା ନେଇ କେଦାରନାଥ ଯାତ୍ରା ଉପରେ ରୋକ ଲଗାଯାଇଛି । ଅକ୍ଟୋବର ୧୭ରୁ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ଚାରିଧାମ ସମେତ ଅଧିକାଂଶ ପାର୍ବତ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଇ ପାଣିପାଗ ବିଭାଗ ସତର୍କ କରାଇଛି ।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ବିପର୍ଯ୍ୟୟ ପରିଚାଳନା ବିଭାଗ, ପୋଲିସ ପ୍ରଶାସନ ଏବଂ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ସତର୍କ କରାଇଦେଇଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହ ନଦୀ ଓ ଡ୍ରେନଠାରୁ ଦୂରରେ ରହିବାକୁ ଅନୁରୋଧ କରିଛନ୍ତି । ଉତ୍ତରାଖଣ୍ଡକୁ ଆସୁଥିବା ଯାତ୍ରୀମାନଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରୁହନ୍ତୁ ବୋଲି ମଧ୍ୟ କୁହାଯାଇଛି । ଯେଉଁମାନେ ଚାରିଧାମ ଯାତ୍ରା କରିବାକୁ ଯାଉଛନ୍ତି ସେମାନେ ୨ ଦିନ ଯାତ୍ରା ଠାରୁ ଦୂରେଇ ରହିବା ଉଚିତ ବୋଲି ପ୍ରଶାସନ ପରାମର୍ଶ ଦେଇଛନ୍ତି ।

ସେପଟେ ଭାରତର ଉତ୍ତର ରାଜ୍ୟ ଗୁଡିକରେ କୌଣସି ମୁହୂର୍ତ୍ତରେ ବି ପାଣିପାଗ ବଦଳିପାରେ । ଆଜି ସକାଳେ ଜାତୀୟ ରାଜଧାନୀର କେତେକ ଅଞ୍ଚଳରେ ଅଳ୍ପ ବର୍ଷା ହୋଇଛି । ଦିଲ୍ଲୀରେ ବର୍ଷା ସମ୍ପର୍କରେ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂଜାରି କରିଛି । ଆଜି ଏନସିଆର, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନରେ ଅନେକ ଅଞ୍ଚଳରେ ବର୍ଷା ହେବାର ଆଶଙ୍କା କରାଯାଉଛି ।

ସେପଟେ କେରଳରେ କିଛି ଦିନ ଧରି ବର୍ଷା ଲାଗି ରହିଥିବାରୁ କେରଳରେ ସ୍ଥିତି ଏବେ ସଙ୍ଗିନ । ବର୍ତ୍ତମାନ ସୁଦ୍ଧା ବର୍ଷା ଜନିତ କ୍ଷୟକ୍ଷତି ଯୋଗୁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଏବେ ନିଖୋଜ ଥିବା ଖବର ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ