ଥାନାରେ ପ୍ରଜାକୋର୍ଟ

ସୋର (ବଡ଼ ଖବର ବ୍ୟୁରୋ): ଥାନା ପରିସରରେ ପ୍ରଜାକୋର୍ଟ । ମହିଳାଙ୍କୁ ଫୋନରେ ପ୍ରେମ ନିବେଦନ ଓ ଅଶ୍ଳୀଳ ଗାଳି ଘଟଣାର ସାମାଧାନ ବେଳେ ଥାନା ପରିସରରେ ବୃଦ୍ଧ ଓ ଯୁବକଙ୍କୁ ମହିଳାଙ୍କ ନିସ୍ତୁକ ମାଡ । ବାଲେଶ୍ବର ଜିଲ୍ଲା ସୋର ଥାନା ପରିସରରେ କେଦାରପୁର ଅଞ୍ଚଳର ୨ ଜଣ ମହିଳାଙ୍କୁ କୋଦଣ୍ଡପୁର ଅଞ୍ଚଳର ଜଣେ ଯୁବକ ବାରମ୍ବାର ଫୋନ କରି ପ୍ରେମ ନିବେଦନ କରିବା ସହ ଗାଳି ଅଶ୍ଳୀଳ ଗାଳି ଗୁଲଜ କରୁଥିଲେ ।

ଏନେଇ ସୋର ଥାନାରେ ଥରେ ଲିଖିତ ଅଭିଯୋଗ ହୋଇଥିଲା । ପରେ ଥାନା ପରିସର ମଣି ମନ୍ଦିରରେ ସମାଧାନ ହେଉଥିବା ବେଳେ ଫୋନ କରି ହଇରାଣ କରୁଥିବା ଯୁବକ ଓ ଯୁବକଙ୍କୁ ମହିଳାଙ୍କ ଫୋନ ନମ୍ବର ଦେଇଥିବା ବୃଦ୍ଧ ଜଣକ ମହିଳା ୨ ଜଣଙ୍କୁ ଗୋଡ ଧରି ଭୁଲ ମାଗୁଥିବା ସମୟରେ ମହିଳା ୨ ଜଣ ଥାନା ପରିସର ମଧ୍ୟରେ ନିସ୍ତୁକ ମାଡ ମାରି ଚାଲିଥିଲେ ।

ଥାନା ସମ୍ମୁଖରେ ୨ ମହିଳଙ୍କ ଏଭଳି ମାଡ ଘଟଣା ସାଧାରଣରେ ନିନ୍ଦା କରାଯାଉଥିବାବେଳେ ଥାନା ପରିସର ମଧ୍ୟରେ କିଛି ଦିନ ପୂର୍ବରୁ ଜଣେ ଓକିଲଙ୍କୁ ଥାନା କର୍ମଚାରୀଙ୍କ ମାଡ଼ ଘଟଣା ପରେ ପୁଣି ଥରେ ଥାନା ପରିସରରେ ଏଭଳି ପ୍ରଜା କୋର୍ଟ ହେଉଥିବାରୁ ପୋଲିସର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’