Masthead

କଡ଼େଇ ସାଜିଲା ସବାରୀ

ଥିରୁଅନନ୍ତପୁରମ (ବଡ଼ ଖବର ବ୍ୟୁରୋ): କେରଳରେ ଭୟଙ୍କର ହେଉଛି ପରିସ୍ଥିତି । ବିପର୍ୟ୍ୟୟ ସୃଷ୍ଟି କରିଛି ବର୍ଷା । ବିଭିନ୍ନ ନଦୀରେ ଜଳସ୍ତର ବିପଦ ସଙ୍କେତ ଟପିଛି । ଯେଉଁକାରଣରୁ ରାଜ୍ୟରେ ୧ଟି ଡ୍ୟାମ ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି । ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଏପରି ହୋଇଛି ଯେ, ବଡ଼ ବଡ଼ କୋଠା ଗୁଡ଼ିକ ପାଣିରେ ଭାସିଯାଉଥିବାର ଦେଖିବାକୁ ମିଳିଛି । କିନ୍ତୁ ଏହି ସ୍ଥିତିରେ ଜଣେ ବର ଓ କନ୍ୟା ବିବାହ ମଣ୍ଡପରେ ପହଞ୍ଚି ବିବାହ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି ।

Monsoon Wedding! In Kerala, the bride and groom arrive in the hall filled  with cooking utensils for the wedding - Bharat Times English News

ବନ୍ୟାରେ ରାସ୍ତାଘାଟ ଠାରୁ ଆରମ୍ଭ କରି ଚାରିଆଡ଼େ ଜଳମଗ୍ନ । କିନ୍ତୁ ସବୁ ବାଧାବିଗକନକୁ ଏଡ଼ାଇ ସୋମବାର ଉଭୟ ବର ଓ କନ୍ୟା ଏକ ବିଶାଳ ଆଲୁମିନିୟମ୍‌ ରୋଷେଇ କଡ଼େଇରେ ବସି ବନ୍ୟାଜଳରେ ବୁଡ଼ିଥିବା ରାସ୍ତା ପାର ହୋଇ ବିବାହ ମଣ୍ଡପରେ ପହଞ୍ଚିଛନ୍ତି । ନିକଟସ୍ଥ ଏକ ମନ୍ଦିରକୁ ଲାଗି ଥିବା ଥାଲାବାଡି ସ୍ଥିତ ମଣ୍ଡପରେ ସେମାନଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା। ତେବେ ମଣ୍ଡପ ମଧ୍ୟ ବର୍ଷା ଜଳରେ ବୁଡ଼ି ରହିଥିଲା । ରୋଷେଇ କଡ଼େଇ ସାହାଯ୍ୟରେ ବର କନ୍ୟା ସେଠାରେ ପହଞ୍ଚିବା ପରେ ଅଳ୍ପ କେତେଜଣ ପରିଜନଙ୍କ ଉପସ୍ଥିତିରେ ପରସ୍ପରକୁ ବିବାହ କରିଛନ୍ତି ।

Kerala floods: Couple sail to wedding in large cooking pot

ଏହି ଦମ୍ପତିଙ୍କ ନାଁ ଆକାଶ ଓ ଐଶ୍ୱର୍ୟା । ଟିଭି ଚ୍ୟାନେଲ୍‌ ଗୁଡ଼ିକରେ ଉଭୟଙ୍କର କଡ଼େଇରେ ବସି ବନ୍ୟା ପ୍ଲାବିତ ରାସ୍ତାରେ ଯିବାର ଦୃଶ୍ୟ ଦେଖିବାକୁ ମିଳୁଛି । ବନ୍ୟା ଜଳ ସ୍ତର ବୃଦ୍ଧି ଜନିତ ଖବର ପ୍ରସାରଣ ପାଇଁ ରିପୋର୍ଟରମାନେ ଉକ୍ତ ଜିଲ୍ଲାରେ ଉପସ୍ଥିତ ଥିଲେ । ଆକାଶ ଓ ଐଶ୍ୱର୍ୟା ଚେନଗନ୍ନୁର ସ୍ଥିତ ଏକ ହସ୍ପିଟାଲରେ ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟରତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ