Masthead

ଆସିବନି ତୃତୀୟ ଲହର

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ଚାଲିଥିବାବେଳେ ତୃତୀୟ ଲହରକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା । ଏପରିକି ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବୈଜ୍ଞାନିକମାନେ ବହୁବାର ଚେତାବନୀ ଦେଇ କହିଥିଲେ ଅକ୍ଟୋବର ଓ ନଭେମ୍ବର ମାସ ନିର୍ଣ୍ଣାୟକ ହେବ । ପ୍ରଥମ ଓ ଦ୍ୱିତୀୟ ଲହର ମଧ୍ୟରେ ଥିବା ଅନ୍ତରାଳ ଆଧାରରେ ଭୂତାଣୁ ବିଶେଷଜ୍ଞ ଓ ଚିକିତ୍ସକମାନେ ଜୋର ଦେଇ କହିଥିଲେ ଯେ ଅକ୍ଟୋବର ମଧ୍ୟ ଭାଗରୁ ନଭେମ୍ବର ମଧ୍ୟ ଭାଗ ଭିତରେ ତୃତୀୟ ଲହର ଆସିବ ଏବଂ ସେଥିରେ ଶିଶୁମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହେବେ । କିନ୍ତୁ ଏବେ ତୃତୀୟ ଲହର ସମ୍ପର୍କରେ ଆସିଛି ଖୁସି ଖବର ।

ବିଶେଷଜ୍ଞମାନେ କହୁଛନ୍ତି କରୋନାର ଆଉ ଏକ ଲହର ଆସିବାର ସାମନ୍ୟତମ ସଂକେତ ଏଯାଏଁ ମିଳିନାହିଁ । ପ୍ରଖ୍ୟାତ ଭୂିତାଣୁ ବିଶେଷଜ୍ଞ ଟି ଜାକବ ଜନ କହିଛନ୍ତି ଟିକା ନେବା ପରେ ୮୦ ପ୍ରତିଶତରୁ ଅଧିକ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ବିକଶିତ ହୋଇଥିବାରୁ ତୃତୀୟ ଲହର ଆଶଙ୍କା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ଅକ୍ଟୋବର ୧୫ ସୁଦ୍ଧା ଜିନୋମ ସିକ୍ୱେନସିଂ ଓ ଅନ୍ୟ ଅଦ୍ୟୟନରୁ ଜଣାଯାଇଛି ଏହି ଭାଇରସ ଆଉ ମ୍ୟୁଟେସନ ହେଉ ନାହିଁ । ଅଥାତ ଭାଇରସର ନୂଆରୂପ ସାମ୍ନାକୁ ଆସୁନାହିଁ । ସାର୍ସ କୋଭ ୨ ଜିନୋମ ସିକ୍ୱେନସିଂର ନୋଡ଼ାଲ ଅଧିକାରୀ ଡ଼ାକ୍ତର ବି ରବି କହିଛନ୍ତି କରୋନା ସଂକ୍ରମଣ ଡ଼େଲଟା ଭାରିଏଣ୍ଟ ପର୍ଯ୍ୟନ୍ତ ସୀମିତ ରହିଛି ଏବଂ ସଂକ୍ରମଣ କମିବାରେ ଲାଗିଛି ।

ସେପଟେ ଦେଶରେ ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ୪ ଲକ୍ଷ ଟ୍ରେଣ୍ଡ ପରେ ଏବେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩୦୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୧୦୦କୁ ଟପିଛି । ସେପଟେ ଯେଉଁଭଳି ଭାବରେ ଟିକାକରଣ କରାଯାଉଛି ସେଥିରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି । କରୋନା ଭାଇରସ ଖୁବ ଶିଘ୍ର ସାଧାରଣ ଜ୍ୱର ଅଥାତ୍ କାଶ ଥଣ୍ଡା ଭଳି ହୋଇଯିବ । କାରଣ ଲୋକେମାନେ ଏବେ ଏହି ଭାଇରସ ବିରୋଧରେ ଇମ୍ୟୁନିଟି ତିଆରୀ କରି ନେଇଛନ୍ତି । ରୋଗୀ ଓ ଦୁର୍ବଳ ଇମ୍ୟୁନିଟି ଥିବା ଲୋକଙ୍କୁ ଏହି ରୋଗ ପ୍ରତି ବିପଦ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!