Masthead

ଆକାଶ ଛୁଆଁ ପରିବା ଦର: ଗ୍ରାହକ ଡାକୁଛି ତ୍ରାହି ତ୍ରାହି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆକାଶ ଛୁଆଁ ପରିବା ଦର । ଖାଉଟି ମୁଣ୍ଡ ଉପରେ ପାହାର । ଖାଇବା ତେଲ, ଡାଲି ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ପରେ ଏବେ ପରିବା ବଜାରରରେ ନିଆଁ ଲାଗିଛି । ଆକାଶଛୁଆ ପରିବା ଦର ଖାଉଟିଙ୍କୁ ଅଣନିଃଶ୍ୱାସୀ କରି ପକାଉଛି । ସପ୍ତାହକ ଭିତରେ ଦର ଦୁଇଗୁଣରୁ ଅଧିକ ହୋଇଛି । ଅଧିକାଂଶ ପରିବାର ଦାମ୍ ୫୦ ଟଙ୍କା ଉପରେ ରହିଛି । ରାଜ୍ୟ ବାହାରୁ ଆସୁଥିବା ବନ୍ଧାକୋବି, ଫୁଲକୋବି, ବିନ୍, ଗାଜର, ଟମାଟୋ ଆଦିକୁ କିଣିବା ସାଧାରଣ ଖାଉଟିଙ୍କ ସାମର୍ଥ୍ୟ ବାହାରକୁ ଗଲାଣି । କାର୍ତ୍ତିକ ମାସରେ ପରିବା ଆହୁରି ବଢିବା ଆଶଙ୍କା ଥିବାରୁ କଁ ଖାଇବେ, କେମିତି ପରିବାର ଚଳାଇବେ ତାକୁ ନେଇ ଲୋକେ ଚିନ୍ତାରେ ପଜିଲେଣି । ଅବସ୍ଥା ଏଭଳି ହେଲାଣି ଭାତ ଥାଳିରୁ ସବୁଜ ପରିବା ଦର ବୃଦ୍ଧି ପାଇଁ କେତେବେଳେ ପଡୋଶୀ ରାଜ୍ୟ ତ ଆଉ କେତେବେଳେ ଅଭାବୀ ବିକ୍ରୀ ଓ ତୈଳ ଦରବୃଦ୍ଧିକୁ ଦାୟୀ କରାଯାଉଛି । ଏହି ଦୋଷ ଲଦାଲଦି ଭିତରେ ଖାଉଟିମାନେ ପୋଡି ହେଉଛନ୍ତି ।

ଅନ୍ୟପଟେ ଟମାଟୋ ବାଙ୍ଗାଲୋର, କଦଳୀ ଆନ୍ଧ୍ର, ପିଆଜ ନାସିକରୁ ଆସୁଛି । ଏଠି ଲୋକାଲ ମାଲ୍ର ସଟେଜ ରହୁଛି । ବାହାର ରାଜ୍ୟରୁ ପରିବା ଆସିବା ପରେ ଆମେ ବିକ୍ରି କରୁଛୁ ବୋଲି କିଛି ବ୍ୟବସାୟୀ କହିଛନ୍ତି । ୪୬ ଟଙ୍କାରେ କିଣିଲେ ୪ ଟଙ୍କା ଲାଭ ରଖିକି ବିକୁଛୁ । ତେବେ ଯଦି ଚଢାଇ ଦରରେ କିଣିବୁ, ସେହି ଅନୁସାରେ ବିକ୍ରି କରିବୁ । ଏହା ସହ ପରିବା ରେଟ୍ ବଢୁଥିବାରୁ ଆଗଭଳି ବେପାର ହେଉନଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ଅକ୍ଟୋବରରେ ପରିବା ଦର ବଢୁଥିବା ଦେଖିବାକୁ ମିଳୁଛି । କାରଣ ଅକ୍ଟୋବର ମାସରେ ଅତ୍ୟଧିକ ବର୍ଷା ଓ ଲଘୁଚାପ ଜନିତ ବର୍ଷା କାରଣରୁ ପରିବା ଚାଷ ନଷ୍ଟ ହୋଇଥାଏ । ଯାହାର ପ୍ରଭାବରେ ଦର ଦାମ୍ ବଢୁଥିବା ଅନୁମାନ କରାଯାଉଛି ।

ଅପରପକ୍ଷେ ଜମିରେ ପାଣି ଜମିବା କାରଣରୁ ଚାଷ ନଷ୍ଟ ହୋଇଥାଏ । ଅନ୍ୟମାସ ଗୁଡିକରେ ୭୫ ପ୍ରତିଶତ ପନିପରିବା ରାଜ୍ୟରୁ ମିଳୁଥିବା ବେଳେ ଏହି ୩ ମାସ ମାତ୍ର ୨୫ ପ୍ରତିଶତ ଉତ୍ପାଦନ ହୁଏ । ଡିସେମ୍ବର ବେଳକୁ ପରିବା ଦର ଶସ୍ତା ହୋଇଯାଉଥିବା ଦେଖିବାକୁ ମିଳେ । ତେବେ ଡିଜେଲ ଦର ବୃଦ୍ଧି ପରିବା ଦର ବୃଦ୍ଧିର ଅନ୍ୟତମ କାରଣ ବି କୁହାଯିବ । କଟକ ଛତ୍ରବଜାର ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ପରିବା ଆସିଥାଏ । ବେଙ୍ଗାଲୁରୁ ଓ କୋଲକାତାରୁ ବିଲାତି, ନାସିକରୁ ପିଆଜ ଆଦି ଆସିଥାଏ । ହେଲେ ସେସବୁ ରାଜ୍ୟରେ ବର୍ଷା କାରଣରୁ ଚାଷ ଜମିଗୁଡିକରେ ପାଣି ପଶିଯିବାରୁ ଫସଲ ନଷ୍ଟ ହୋଇଛି । ଫଳରେ ପନିପରିବା ଠିକ୍ ସମୟରେ ପହଞ୍ଚି ପାରୁନଥିବା ଦେଖିବାକୁ ମିଳିଛି । ତେଣୁ ଦରଦାମ୍ ଅହେତୁକ ବୃଦ୍ଧି ପାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ