Masthead

ମମିତା ମେହେର ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବିକଲା ବିଜେପି

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ମମିତା ମେହେର ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବିକଲା ବିଜେପି । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କର ବରଖାସ୍ତ ସହ ଗିରଫଦାରି ପାଇଁ ବିଜେପି ଦାବି କରିଛି। ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସିଧାସଳଖ ସମ୍ପୃକ୍ତି ନେଇ ବିଜେପି ଅଭିଯୋଗ କରିଛି । ସମ୍ପୂର୍ଣ୍ଣ ଘଟଣାକ୍ରମ ବିସ୍ମୟ ସୃଷ୍ଟି କରିଛି । ପୀଡିତାର ପରିବାର ଲୋକ ଗଣମାଧ୍ୟମ ଆଗରେ ଯାହା ପ୍ରକାଶ କରିଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ । ଶିକ୍ଷାନୁଷ୍ଠାନରେ ବିଭତ୍ସ କାର୍ଯ୍ୟ  ଓଡିଶାବାସୀଙ୍କୁ ଲଜ୍ଜିତ କରିଛି ।

ପୀଡିତାର ବାପା କହିଛନ୍ତି ଯେ, ଶିକ୍ଷାନୁଷ୍ଠାନରେ ଯୌନ ବ୍ୟଭିଚାର ଚାଲିଥିଲା । ଶିକ୍ଷାନୁଷ୍ଠାନର ସଂଚାଳକ ସାମିଲ ଥିଲେ । ମନ୍ତ୍ରୀ ମାନେ ବରାବର ସେଠାକୁ ଯାଉଥିଲେ । ପିଡ଼ୀତାର ବାପାଙ୍କ ଏଫଆଇଆର ରଖୁନଥିଲେ ପୋଲିସ । ପୀଡିତାଙ୍କ ବାପା ବୟାନ ଦେଇଛନ୍ତି । ମନ୍ତ୍ରୀ ଶାରୀରିକ ସମ୍ପର୍କ ରଖିବା ପାଇଁ ସେ ଜାଗାକୁ ଆସୁଥିଲେ । ମମିତା ମେହେରଙ୍କ ମୋବାଇଲ, ପେନଡ୍ରାଇଭ, ଲାପଟପ ପୋଲିସ ସିଜ୍ କରିଛି । ପୀଡିତା ମୋବାଇଲରେ ଅନେକ ସିକ୍ରେଟ ରଖିଥିଲା । ଏ ସବୁ ଅସମାହିତ ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିବା ଦରକାର । ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ କହୁଛନ୍ତି ସେ କଲେଜ ମୋ ଜୀବନ । ହେଲିକପ୍ଟର ଧରି ୨ ଜଣ ମନ୍ତ୍ରୀ କାହିଁକି କଲେଜରେ ପହଞ୍ଚିଥିଲେ । ମନ୍ତ୍ରୀ ପ୍ରତାପ ଜେନା ରେଭେନ୍ସା କଲେଜ ସହ ମହାଲିଙ୍ଗ କଲେଜକୁ ତୁଳନା କରୁଥିଲେ । ଗୋବିନ୍ଦ ସାହୁଙ୍କୁ ଭୁଇୟଶୀ ପ୍ରଶଂସା କରୁଥିଲେ ମନ୍ତ୍ରୀ । ଏ ସବୁ ପ୍ରଶ୍ନର ଉତ୍ତରକୁ ଓଡିଶାବାସୀ ଅପେକ୍ଷା କରିଛନ୍ତି । ପୀଡିତାଙ୍କ ପେନଡ୍ରାଇଭ, ମୋବାଇଲ ଆଦି ଉଦ୍ଧାର ହୋଇ ସାମ୍ନାକୁ ଆସିବା ଦରକାର ବିଜେପି ଦାବି କରିଛି ।

ସେହିପରି ବିଜେପି ସବୁଠୁ ବଡ଼ ଅଭିଯୋଗ ଏ ଘଟଣାରେ ବଡ଼ ବଡ଼ିଆଙ୍କୁ ସୁରକ୍ଷା ଦିଆଯାଉଛି । ଏ ଘଟଣାରେ ତଥ୍ୟକୁ ନଷ୍ଟ କରାଯାଉଛି। ମନ୍ତ୍ରୀ ମାନଙ୍କୁ ସୁରକ୍ଷା ଦିଆଯାଉଛି । ପଶ୍ଚିମ ଓଡିଶା ବିକାଶ ପରିଷଦର ଅର୍ଥ କଲେଜରେ ଲାଗିଛି । ପାଖାପାଖି ୩୨ ଲକ୍ଷ ଟଙ୍କା ଦିଆଯାଇଛି । ଵ୍ୟକ୍ତିଗତ ଭାବେ ଠିକାଦାର ମାନେ ଚଳିବା ପାଇଁ ବ୍ୟବସ୍ଥା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ