Masthead

ରାହୁଲଙ୍କୁ ଡ୍ରଗ୍ସ ଆଡିକ୍ଟ କହି ଅଡ଼ୁଆରେ ବିଜେପି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଶାସକ ଦଳ ଓ ବିରୋଧୀ ଦଳ ମଧ୍ୟରେ ବର୍ତ୍ତମାନ ରାଜନୀତି ଜୋର ଧରିଛି । କିଏ କାହାକୁ ଡ୍ରଗ୍ସ ଆଡିକ୍ଟ କହୁଛି ତ ଆଉ କିଏ ଏନେଇ ରାଜନୀତି ଆରମ୍ଭ କରିଛି । ଏହା ମଧ୍ୟରେ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର ବିଜେପିର ଏପରି ଆଭିମୁଖ୍ୟକୁ କଡ଼ା ନିନ୍ଦା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିବା ପାଇଁ ମଧ୍ୟ ପଛେଇ ନାହାଁନ୍ତି । ତେବେ ଶାସକ ଦଳର ପ୍ରତିପକ୍ଷ ଅର୍ଥାତ କର୍ଣ୍ଣାଟକ ବିଜେପି ସଭାପତି ରାହୁଲ ଗାନ୍ଧୀଙ୍କ ଦ୍ୱାରା ଡ୍ରଗ୍ସ ବ୍ୟବହାର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏବଂ ବିଜେପିକୁ ନିଜ ଶାଳିନତା ରକ୍ଷା କରି କଥା କହିବା ପାଇଁ ପରାମର୍ଶ ଦେଇଛନ୍ତି । ପ୍ରଥମେ ବିଜେପିକୁ କିପରି କଥା କୁହାଯାଏ, ତାହା ଶିଖିବା ଦରକାର ବୋଲି କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର କହିଛନ୍ତି । କେବଳ ଏତିକି ନୁହେଁ ବରଂ ଆମେ ଆମର ବିରୋଧୀଙ୍କ ପାଇଁ ମଧ୍ୟ ରାଜନୀତିରେ ସଭ୍ୟ ଏବଂ ସମ୍ମାନଜନକ କଥା କହିବା ଆବଶ୍ୟକ ।

ମୁଁ ଆଶା କରୁଛି ବିଜେପି ଏହାକୁ ଖୁବଶୀଘ୍ର ବୁଝି ପାରିବ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରଦେଶ ଅଧ୍ୟକ୍ଷଙ୍କ ବୟାନ ପାଇଁ କ୍ଷମା ମାଗିବ ବୋଲି ଡି.କେ ଶିବକୁମାର କହିଛନ୍ତି । ସେପଟେ କର୍ଣ୍ଣାଟକ ମୁଖ୍ୟ ନାଲିନ କୁମାର କେଟେଲ ରାହୁଲ ଗାନ୍ଧୀଙ୍କୁ ନିଶା ସେବକ ବୋଲି କହିଥିଲେ ଏବଂ ତାଙ୍କ ପାଖରେ ଏନେଇ ପ୍ରମାଣ ମଧ୍ୟ ଥିବାର ଦାବି କରିଥିଲେ । ବାସ ଏହା ପରେ ସାରା ଦେଶରେ ରାଜନୀତି ଚଳଚଞ୍ଚଳ ହୋଇ ଉଠିଥିଲା । ବିଶେଷ କରି କର୍ଣ୍ଣାଟକ ରାଜନୀତି । ବର୍ତ୍ତମାନ ଦେଖିବାର ବିଷୟ ବିଜେପି କେବେ ଏନେଇ କ୍ଷମା ପ୍ରାର୍ଥନା କରୁଛି । ଏବଂ କଂଗ୍ରେସ ଏହି ମୁଦ୍ଦାକୁ ନେଇ କେତେଦିନ ରାଜନୀତି କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍