Masthead

୪୩ ବର୍ଷରେ ପାଦ ଥାପିଲେ ସେହୱାଗ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ସାରା ବିଶ୍ୱରେ ବେଶ ପରିଚିତ ବିରେନ୍ଦ୍ର ସେହୱାଗ । ବିଶ୍ୱର ଅନେକ ପ୍ରସିଦ୍ଧ ବୋଲରଙ୍କୁ ନିଜ ବ୍ୟାଟିଂ ଫଳରେ ଚିତ କରିଦେଇଛନ୍ତି ସେହୱାଗ । ପ୍ରଥମରୁ ହିଁ କିପରି ବୋଲରଙ୍କୁ ବ୍ୟାଟ୍ସମ୍ୟାନ ଉପରେ ହାବି ହେବାକୁ ଦିଆଯାଏ ନାହିଁ, ତାହା ସାରା ବିଶ୍ୱ ତାଙ୍କ ପାଖରୁ ଶିଖିଛି । ସେପଟେ ଭାରତୀୟ ଦଳର ଓପନର ବ୍ୟାଟ୍ସମ୍ୟାନ ଥିଲେ ସେହୱାଗ । ତାଙ୍କ ସହ ସାଥ ଦେଉଥିଲେ ମାଷ୍ଟରବାଷ୍ଟର ସଚିନ ତେନ୍ଦୁଲକର ।

ତାଙ୍କ ଯୋଡ଼ି ଏତେ ପପୁଲାର ଥିଲା ଯେ ଉଭୟଙ୍କୁ ଜୟ ଓ ଭୀରୁର ଆଖ୍ୟା ଦିଆଯାଇଥିଲା । ଏହା ମଧ୍ୟରେ ବିରେନ୍ଦ୍ର ସେହୱାଗ ନିଜର ୪୩ ତମ ଜନ୍ମଦିନ ପାଳନ କରିଛନ୍ତି । ଏନେଇ ସାରା ବିଶ୍ୱରୁ ତାଙ୍କ ପାଇଁ ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି । ଯେତେବେଳେ ସେହୱାଗ ଦେଶ ପାଇଁ ଖେଳୁଥିଲେ ସେ ଅନେକ ରେକର୍ଡ ସ୍ଥାପନ କରିଛନ୍ତି । ୧୦୪ ଟେଷ୍ଟରୁ ମୋଟ ୮,୫୮୬ ରନ ସଂଗ୍ରହ କରିଥିଲେ । ସେହିପରି ୨୫୧ ଦିନିକିଆ ମ୍ୟାଚରୁ ୮,୨୭୩ ରନ ସଂଗ୍ରହ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା