Masthead

ଜେଇଇ ଆଡଭାନ୍ସ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଇଆଇଟି ନୂତନ ଇତିହାସ ସୃଷ୍ଟି କରିବାକୁ ଯାଉଛି । ବିଶ୍ୱ ମହାମାରୀ କରୋନା ଏବେ ଇତିହାସକୁ ବଦଳାଇବାରେ ଲାଗିଛି । ପୂର୍ବରୁ ଜେଇଇ ଆଡଭାନ୍ସରେ ଛାତ୍ରଛାତ୍ରୀମାନେ ଦୁଇଥର ଅଂଶ ଗ୍ରହଣ କରୁଥିଲେ । ପ୍ରଥମ ଥର ପାଇଁ ଜେଇଇ ଆଡଭାନ୍ସରେ ଛାତ୍ରମାନଙ୍କୁ ତୃତୀୟ ସୁଯୋଗ ଦେବା ପାଇଁ ପ୍ରସ୍ତୁତି ଚାଲିଛି । ସରକାର ମାତ୍ର ଏକବର୍ଷ ପାଇଁ ଏହି ସୁଯୋଗ ଦେବାକୁ ପ୍ରସ୍ତୁତ ହେଉଛନ୍ତି ।

ଏହି ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଅକ୍ଟୋବର ୧୩ ରେ ମିଳିତ ଆଡମିଶନ ବୋର୍ଡ (ଜେଏବି)ର ସ୍ୱତନ୍ତ୍ର ବୈଠକ ଡକାଯାଇଛି। ଏଥିରେ ସମସ୍ତ ୨୩ ଆଇଆଇଟିର ନିର୍ଦ୍ଦେଶକ,କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ପ୍ରତିନିଧି,ୟୁଜିସି,ଏଆଇସିଟିଇ,ଏନଟିଏର ବରିଷ୍ଠ ଅଧିକାରୀମାନେ ଯୋଗଦେବେ ।

ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ କହିବାନୁସାରେ,କୋଭିଡ -୧୯ କାରଣରୁ ଏବଂ ଛାତ୍ରମାନଙ୍କ ଚାହିଦାକୁ ଆଧାର କରି ଜେଇଇ ଆଡଭାନ୍ସରେ ତୃତୀୟ ସୁଯୋଗ ଦେବା ପାଇଁ ଏକ ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି । ଯଦି ଆଇଆଇଟି ସମେତ ଅନ୍ୟ ସମସ୍ତ ଅନୁଷ୍ଠାନର ପ୍ରତିନିôଧମାନେ ରିଜୋଲ୍ୟୁସନ୍ ପାସ୍ କରନ୍ତି,ତେବେ ଛାତ୍ରଛାତ୍ରୀମାନେ ଜେଇଇ ଆଡଭାନ୍ସ ୨୦୨୧ ରେ ତୃତୀୟ ସୁଯୋଗ ପାଇବେ । ତେବେ ଏହି ସୁଯୋଗ ସମସ୍ତ ଛାତ୍ରମାନଙ୍କୁ ମିଳିବ ନାହିଁ । ଯେଉଁମାନେ ଦୁଇଟି ସୁଯୋଗ ହରାଇଛନ୍ତି ଏବଂ କୋଭିଡ -୧୯ କାରଣରୁ ପରୀକ୍ଷା ଦେଇପାରି ନାହାନ୍ତି କିମ୍ବା ପରୀକ୍ଷାରେ ଭଲ ପ୍ରଦର୍ଶନ କରିନାହାନ୍ତି ସେମାନେ ଏହି ବିଶେଷ ସୁଯୋଗ କେବଳ ଗୋଟିଏ ବର୍ଷ ପାଇଁ ପାଇବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି