Masthead

ଫେରୁଛନ୍ତି ରିୟା 

ମୁମ୍ବାଇ ( ବଡ଼ ଖବର ବ୍ୟୁରୋ): ଜେଲର ଚାରିକାନ୍ଥ ଭିତରେ କଟୁଥିଲା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜୀବନ । ଦୀର୍ଘ ୨୮ଦିନପରେ ସେ ଘରକୁ ଫେରୁଛନ୍ତି । ଫିଲ୍ମ ଅଭିନେତା ଶୁସାନ୍ତ ସିଂ ରାଜପୁର ମୃତ୍ୟୁ ମାମଲାରେ ଛନ୍ଦି ହୋଇପଡିଥିଲେ ରିୟା । ସିବିଆଇ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଡ୍ରଗସ୍ ଲିଙ୍କର ଖେଳତାଡ କରିଥିଲା ଏନସିବି ।  ସେପ୍ଟେମ୍ବର ୯ ତାରିଖରେ ଡ୍ରଗସ୍ ଲିଙ୍କ ନେଇ ରିୟାଙ୍କୁ ଗିରଫ କରିଥିଲା ଏନସିବି । ଜାମିନ୍ ଆବେଦନ ଖାରଜ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ସେଠାରେ ୧୦ଦିନ ରହିବା ପରେ ପୁଣି ଜାମିନ୍ ଆବେଦନ କରିଥିଲେ ରିୟା । ତାହା ମଧ୍ୟ ଖାରଜ ହୋଇଯାଇଥିଲା । ତଳକୋର୍ଟର ରାୟକୁ ମୁମ୍ବାଇ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ରିୟା ।  ଆଜି  ରିୟାଙ୍କୁ ହାଇକୋର୍ଟ ଦେଇଛନ୍ତି ଜାମିନ୍ । ତାହା ପୁଣି ମିଳସର୍ତ୍ତମୂଳକ । କୋର୍ଟଙ୍କ ବିନା ଅନୁମତିରେ ସେ ମୁମ୍ବାଇ ଛାଡ଼ିପାରିବେନି ।  ୧ଲକ୍ଷ ଟଙ୍କା ଓ ପାସପୋର୍ଟ ଦାଖଲ କରି ସେ ଜାମିନ୍ରେ ଆସିଛନ୍ତି । ତଦନ୍ତରେ ସହଯୋଗ କରିବାକୁ ରିୟା କୋର୍ଟରେ ମଧ୍ୟ ସତ୍ୟପାଠ ଦାଖଲ କରିଛନ୍ତି । ଡ୍ରଗସ୍ ଲିଙ୍କରେ ଗିରଫ ହୋଇଥିବା ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ଅନ୍ୟମାନଙ୍କର  ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ  ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ