Masthead

ମିଳିଲାନି ମହୋକିଲୋଙ୍କୁ ଜାମିନ, ମାଜିଷ୍ଟ୍ରେଟେଙ୍କୁ ତାଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମିଳିଲାନି ମହକିଲୋଙ୍କୁ ଜାମିନ । ମାଜିଷ୍ଟ୍ରେଟଙ୍କୁ ତାଲା ପକାଇଲେ ଓକିଲ । ଏସଡିଜେଏମ ଜାମିନ ଶୁଣାଣୀ କରି ଖାରଜ କରିଦେଇଥିଲେ । ଏଥିରେ ରାଗିଯାଇ ଓକିଲୋ ଏସଡିଜେଏମଙ୍କ କୋର୍ଟ ରୁମରେ ତାଲା ପକାଇ ଦେଇଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର କୋର୍ଟରେ ।

ଯାହାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ଏବଂ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଜିଲ୍ଲା ଜର୍ଜଙ୍କ ହସ୍ତକ୍ଷେପ ଯୋଗୁଁ ଘଟଣାର ସମାଧାନ ହୋଇଛି । ସୂଚନା ଅନୁସାରେ ଯୌତୁକ ନିର୍ଯାତନା ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲଣ କରିବା ପରେ ସେ ଜେଲ ଯାଇଥିଲେ ।

ଯାହାର ଶୁଣଣୀ ଗୁରୁବାର ଥିଲା । ଅପରାହ୍ନ ୨ଟା ବେଳେ ମାମଲା ଶୁଣାଣୀ କରିବା ପରେ ଜାମିନ ଖାରଜ କରିଦେଇ ଥିଲେ ମାଜିଷ୍ଟ୍ରେଟ । ଯାହାକୁ ନେଇ ଓକିଲ ରାଗି ଯାଇଥିଲେ । ତାଙ୍କୁ ଚାମ୍ବରରେ ତାଲା ପକାଇବା ସହ ‘ଏସଡିଜେଏମ କୋର୍ଟ ଭୁବନେଶ୍ୱର ବୟକଟ’ ବୋଲି କାଗଜରେ ଲେଖି କବାଟରେ ମାରି ଦେଇଥିଲେ । ଏଭଳି ଘଟଣାକୁ ନେଇ ବହୁ ବରିଷ୍ଠ ଓକିଲ ନିନ୍ଦା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼