Masthead

ସୁରଙ୍କୁ ବିଜେଡିରେ ମିଶିବା ନେଇ ଆସିଥିଲା ଅଫର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ଜଟଣୀର କଂଗ୍ରେସ ବିଧାୟକ ସୁର ରାଉରାୟ ବିଜେଡିରେ ମିଶିବା ନେଇ ଅଫର ଆସିଥିଲା । ତେବେ ଏହା ଏବେ ନୁହେଁ ଦୀର୍ଘ ୧୯ ବର୍ଷ ତଳେ । ଏ ନେଇ ସୁର ରାଉତ ରାୟ ନିଜେ କହିଛନ୍ତି । ପ୍ରଦୀପ ମାଝି କଂଗ୍ରେସ ଛାଡିବା ପରେ ସୁରରାଉତ ରାୟ ଏଭଳି ପ୍ରତିକ୍ରାୟା ଦେଇଛନ୍ତି । ସେ କହିଛନ୍ତି ଯେ, ଗତ ୧୯ ବର୍ଷ ତଳେ ବିଜେଡିରେ ମିଶିବା ନେଇ ଘରକୁ ଡାକି ତାଙ୍କୁ ଅଫର ଦେଇଥିଲେ ନିଜେ ନବୀନ ପଟ୍ଟନାୟକ । କିନ୍ତୁ ଜବାବରେ ସେ କହିଥିଲେ ମୁଁ ମରିବା ଯାଏଁ କଂଗ୍ରେସରେ ରହିବି ।

ତେବେ ଆଜି କଂଗ୍ରେସରୁ ଇସ୍ତଫା ଦେଇଥିବା ପ୍ରଦୀପ ମାଝିଙ୍କ ଉପରେ ବର୍ଷିଛନ୍ତି ସୁର । ସେ କହିଛନ୍ତି, ଯାହାର ପାୱାର ଓ ମନି ଦରକାର, ସେ ଗୋଟିଏ ଦଳରେ ସ୍ଥିର ରହିବ ପାରିବ ନାହିଁ । ପ୍ରଦୀପଙ୍କ ଇସ୍ତଫାରେ ଦଳର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି , ପ୍ରଦୀପଙ୍କ ଇସ୍ତଫା କଂଗ୍ରେସର କିଛି କ୍ଷତି କରିବ ନାହିଁ । ସେ ଆହୁରି କହିଛନ୍ତି ଯେ କିଛି ସଦସ୍ୟଙ୍କୁ ସସପେଣ୍ଡ କରିବା ପୂର୍ବରୁ ସେମାନେ ନିଜେ ହିଁ ଦଳ ଛାଡି ପଳାଉଛନ୍ତି ।

ସୂଚନା ଅନୁଯାୟୀ, ପିସିସି କାର୍ଯ୍ୟକାରୀ ସଭାପତି ଥିବା ପ୍ରଦୀପ ମାଝୀ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ପ୍ରଦୀପ ନିଜର ଇସ୍ତଫା ପତ୍ର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା