Masthead

ବାଗେଶ୍ୱର ବାବାଙ୍କୁ ରାଜକୋଟରୁ ଆସିଲା ଖୋଲା ଚ୍ୟାଲେଞ୍ଜ

ଅହମଦାବାଦ (ବଡ଼ ଖବର ବ୍ୟୁରୋ): ଅନେକ ସମୟ ଧରି ଚର୍ଚ୍ଚାରେ ରହି ଆସୁଥିବା ବାଗେଶ୍ୱର ଧାମର ପୀଠାଧୀଶ୍ୱର ଧୀରେନ କୃଷ୍ଣ ଶାସ୍ତ୍ରୀଙ୍କ ଗୁୁଜରାଟ ଆଗମନ ପୂର୍ବରୁ ଆସିଲା ଖୋଲା ଚ୍ୟାଲେଞ୍ଜ । ବାଗେଶ୍ୱର ଧାମର ସରକାର ଗୁଜରାଟ ଆସିବାର ଅଛି । ଏହାରି ମଧ୍ୟରେ ତାଙ୍କୁ ସୁରଟ , ଅହମ୍ମଦାବାଦ ଓ ରଜକୋଟରେ କାର୍ଯ୍ୟକ୍ରମ କରିବାର ଅଛି । କିନ୍ତୁ ରାଜକୋଟରେ ବାବାଙ୍କର ଦିବ୍ୟ ଦରବାରର ଆୟୋଜନ ମଧ୍ୟରେ ବାବାଙ୍କୁ ଖୋଲା ଚ୍ୟାଲେଞ୍ଜ ଦିଆଯାଇଛି । ଏହାରି ମଧ୍ୟରେ ବାଗେଶ୍ୱର ବାବାଙ୍କୁ ଖୋଲା ଚ୍ୟାଲେଞ୍ଜରେ କୁହାଯାଇଛି ସେ କୁହନ୍ତୁ କି ରାଜକୋଟ୍ରେ ନିଶା କେଉଁଠାରୁ ଆସୁଛି ଓ କାହା ନିଦେ୍ର୍ଦଶରେ ଆସୁଛି? ଏହି ପ୍ରଶ୍ନର ଉତ୍ତର ଦେଲେ ବାବାଙ୍କ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି । ରାଜକୋଟରେ ବାଗେଶ୍ୱର ବାବାଙ୍କ ଦିବ୍ୟ ଦରବାର ଜୁନ୍ ଆରମ୍ଭରେ ରେସକୋର୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ । ଏହି ଖୋଲା ଚ୍ୟାଲେଞ୍ଜ ପୁରୁଷୋତ୍ତମ ପିପଲିଆ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଦେଇଛନ୍ତି । ପିପଲିଆ ନିଜ ଫେସବୁକ ଆକାଉଣ୍ଟରେ ଚାରୋଟି ଭିନ୍ନ ପୋଷ୍ଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ