Masthead

ସବୁ ଡଙ୍ଗାବୁଡ଼ା ଏକାଠି ଭେଟ: ସୁର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ବିଜେଡିରେ ମିଶିବା ନେଇ ବେଶ୍ ଚର୍ଚ୍ଚା ବି ହେଉଛି। ତେବେ ଯେଉଁମାନେ କଂଗ୍ରେସ ଛାଡ଼ିଛନ୍ତି ସେମାନଙ୍କ ଉପରେ ବର୍ଷି ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ‘ସବୁ ଡଙ୍ଗାବୁଡ଼ା ଏକାଠି ଭେଟ’।  ଅର୍ଥାତ୍ ସେ ପ୍ରଦୀପ ମାଝୀଙ୍କ କଥା ହେଉ କି ଚନ୍ଦ୍ରଶେଖର ମାଝୀ ହୁଅନ୍ତୁ କି କୈଳାସ କୁଲେଶିକା ହୁଅନ୍ତୁ। ପ୍ରାୟତ ସମସ୍ତେ କଂଗ୍ରେସ ଛାଡ଼ିବା ପରେ ବିଜେଡିରେ ମିଶିଛନ୍ତି। ତେଣୁ ଯେଉଁ କଂଗ୍ରେସ ନେତା ମାନଙ୍କୁ ନେଇ ବିଜେଡି ତାର କଳେବର ବୃଦ୍ଧି କଥା କହୁଛି ସେ ସଜାଗ ହେଇଯାଉ । ବିଜେଡିର ଭେଳା ବୁଡ଼ିବା ସମୟ ଆସିଗଲାଣି ତେଣୁ ନବୀନ ସଜାଗ ହୋଇଯାଆନ୍ତୁ ବୋଲି କରିଛନ୍ତି ସୁର।

ସେପଟେ ପ୍ରଦୀପଙ୍କ ଇସ୍ତଫା ପ୍ରସଙ୍ଗରେ କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପ୍ରଦୀପଙ୍କ ଇସ୍ତଫା କଂଗ୍ରେସର କିଛି କ୍ଷତି କରିବନି। କିଛି ସଦସ୍ୟଙ୍କୁ ଦଳ ସସ୍‌ପେଣ୍ଡ କରିବା ପୂର୍ବରୁ ସେମାନେ ଇସ୍ତଫା ଦେଇ ପଳାଉଛନ୍ତି। ଯଦି ପ୍ରଦୀପ ମାଝୀ ପ୍ରକୃତରେ ଲୋକମାନଙ୍କ ପାଇଁ କାମ କରୁଥିଲେ ତେବେ ସେ ଦୁଇ ଦୁଇ ଥର ଯାରିଲେ କେମିତି ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି