Masthead

ଭାରତୀୟ ନୌସେନାରେ ସାମିଲ ହେବ ଏମକେ ୫୪ ଟର୍ପେଡୋ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗୋଟିଏ ପଟେ ଏଲଓସିରେ କ୍ରମାଗତ ଅସ୍ତ୍ରବିରତି ଉଲ୍ଲଂଘନ ସହ ଜମ୍ମୁ କାଶ୍ମୀରରେ ଆତଙ୍କୀଙ୍କ ଆକ୍ରମଣ ଅନ୍ୟପକ୍ଷେ ଉତ୍ତର ସୀମାରେ ଚୀନ ସହ ବିବାଦ । ଦୈତ ଚ୍ୟାଲେଞ୍ଜ ପାଲଟିଥିବା ପାକିସ୍ତାନ ଓ ଚୀନକୁ କଡା ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତ । କୂଟନୀତି ସହ ପରାକ୍ରମ ବୃଦ୍ଧିରେ ଲାଗିଛି ଭାରତୀୟ ସେନା । ଭାରତ ଚଳିତ ବର୍ଷ ଅନେକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛି। ଏହିକ୍ରମରେ ଶୁକ୍ରବାର ଆମେରିକା ସହ ଏକ ପ୍ରମୁଖ ସାମରିକ ଚୁକ୍ତି କରିଛି ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ।

ଆମେରିକା ସରକାରଙ୍କ ସହ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର ୪୨୩ କୋଟି ଟଙ୍କା ଚୁକ୍ତି ସ୍ବାକ୍ଷର ହୋଇଛି । ଭାରତୀୟ ନୌସେନାକୁ ମିଳିବାକୁ ଯାଉଛି ଏମକେ ୫୪ ଟର୍ପେଡୋ । ପ୍ରତିରକ୍ଷା ମନ୍ତ୍ରଣାଳୟ ୪୨୩ କୋଟି ଟଙ୍କା ବ୍ୟୟରେ ଭାରତୀୟ ନୌସେନା ପାଇଁ ଏମକେ ୫୪ ଟର୍ପେଡୋ କ୍ରୟ ପାଇଁ ବୈଦେଶିକ ସାମରିକ ବିକ୍ରୟ ଅଧୀନରେ ଆମେରିକା ସରକାରଙ୍କ ସହ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି। ତେବେ ଭାରତ ଏହାର ପି-୮ଓ ବିମାନରେ ଏମକେ ୫୪ ହାଲୁକା ଟର୍ପେଡୋ ବ୍ୟବହାର କରିବାକୁ ଯୋଜନା କରୁଛି ।

ଏମକେ ୫୪ ହେଉଛି ଏକ ଉନ୍ନତ ହାଲୁକା ଟର୍ପେଡୋ ଯାହା ଆମେରିକାର ନୌସେନାର ସହଯୋଗରେ ରେଥିୟାନ ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ସିଷ୍ଟମ ଦ୍ବାରା ଡିଜାଇନ ଏବଂ ବିକଶିତ ହୋଇଛି । ଏହା ପୂର୍ବରୁ ଏହାକୁ ହାଲୁକା ହାଇବ୍ରିଡ୍ ଟର୍ପେଡୋ ଭାବରେ ଜଣାଯାଉଥିଲା । ଏଏସଡବ୍ଲ୍ୟୁ ଟର୍ପେଡୋ ଗଭୀର ସମୁଦ୍ରରେ କରାଯାଇଥାଏ । ଏହା ଅଣ୍ଡର ୱାଟର ଟାର୍ଗେଟକୁ ଟ୍ରାକିଂ, ବର୍ଗୀକରଣ ଏବଂ ଆକ୍ରମଣ କରିବାରେ ସକ୍ଷମ ଅଟେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ