Masthead

ନିଶା ବେପାରୀ ଘରୁ ୮ କେଜି ସୁନା ଜବତ

ଖଲ୍ଲିକୋଟ (ବଡ଼ ଖବର ବ୍ୟୁରୋ): ୪୦ ବର୍ଷର ନିଶା ବେପାରରୁ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଖୋଜାପଲ୍ଲି ବଢ଼ଦାଣ୍ଡ ସାହିର ରଜନିକାନ୍ତ ପଟ୍ଟନାୟକ ରୋଜଗାର କରିଥିଲେ ୧୨ କୋଟି ଟଙ୍କାର ସମ୍ପତ୍ତି। ଏହାକୁ ପୋଲିସ ଜବତ କରିଛି।ଖଲ୍ଲିକୋଟ ପୁଲିସକୁ ମିଳିଛି ବଡ ସଫଳତା । ଗୁରୁବାର ବିଳମ୍ବିତ ରାତିରେ କୌଣସି ପ୍ରକାରେ ଖବର ପାଇଁ ଖଲ୍ଲିକୋଟ ଥାନା ଓ ଭେଜିପୁଟ ଫାଣ୍ଡି ପୁଲିସ ପକ୍ଷରୁ ଖଲ୍ଲିକୋଟ ଥାନା ଅଧିନ ଖୋଜାପାଲି ଗ୍ରାମର ବଡଦାଣ୍ଡ ସାହିରେ ରହୁଥିବା ରଜନୀକାନ୍ତ ପଟ୍ଟନାୟକଙ୍କ ବାସ ଭବନ ଉପରେ ଚଢ଼ାଉ କରିଥିଲେ ।

ରଜନୀକାନ୍ତ କନ୍ଧମାଳରୁ ଚୋରାରେ ଗଂଜେଇ ଆଣି ବ୍ୟବସାୟ କରୁଥିବା ବେଳେ ନିଜ ଗାଡ଼ି ଯୋଗେ ଗଂଜେଇକୁ ଚଲାଣ କରୁଥିବା ଖବର ପାଇ ଚଢ଼ାଉ ହୋଇଥିଲା । ଏହି ଚଢ଼ାଉବେଳେ ୩୪ କେଜି ଗଞ୍ଜେଇ,୧୦ କିଲୋଗ୍ରାମ ଅଫିମ, ୭୫ ଲକ୍ଷ ୯ ହଜାର ଟଙ୍କା ଓ ୮ କେଜି ୫୯୬ ଗ୍ରାମ ସୁନା ଜବତ ହୋଇଛି । ଏନେଇ ଆଜି ଖଲ୍ଲିକୋଟ ଥାନା ପରିସରରେ ଗଞ୍ଜାମ ଏସ୍ପି ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା