Masthead

ନଭେମ୍ବର ପରେ କ’ଣ ହେବ ମନରେଗା ଭାଗ୍ୟ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗ୍ରାମାଞ୍ଚଳରେ ସବୁଠାରୁ ବଡ଼ ନିଯୁକ୍ତି ଯୋଜନା ହେଉଛି ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ କର୍ମ ଯୋଗାଣଯୋଜନା । କରୋନା ମହାମାରୀ ସମୟରେ ଯେବେ ଲୋକ ସେମାନଙ୍କ ରୋଜଗାର ଯୋଗାଇଥିଲା ସେବେ ଏହି ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ରୋଜଗାରର ମାଧ୍ୟମ ପାଲଟିଥିଲା । କିନ୍ତୁ ବର୍ତ୍ତମାନ ଏହି ମନରେଗା ଯୋଜନା ବନ୍ଦ ହେବାର ଆଶଙ୍କା ଦେଖାଦେଇଛି । ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ କାମ ଯୋଗାଇବା କାଠିକର ହେବ ।

କାରଣ ଏହାକୁ ଜାରି ରଖିବାକୁ ଆବଶ୍ୟକ ପଡ଼ୁଥିବା କେନ୍ଦ୍ରୀୟ ମଞ୍ଜୁରି ନ ଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ଜଣାପଡ଼ିଛି । କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ୧୪କୋଟି ଶ୍ରମ ଦିବସ ସୃଷ୍ଟି କରିବାକୁ ମଞ୍ଜୁରୀ ଦେଇଥିଲେ । ଯାହାକି ଏବେ ସରିଯିବାକୁ ବସିଲାଣି । ତେଣୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଯଦି ଆଉ ମଞ୍ଜୁରି ନ ଦିଏ ତେବେ ଯୋଜନା କାର୍ଯ୍ୟକାରୀ କରିବା ସମ୍ଭବ ହେବନାହିଁ ।

ମନରେଗା ଯୋଜନାରେ ପ୍ରତ୍ୟେକ ପଞ୍ଜୀକୃତ ବ୍ୟକ୍ତିଙ୍କୁ ଅତି କମରେ ୧୦୦ ଦିନର କାମ ଯୋଗାଇବା ପାଇଁ ବ୍ୟବସ୍ଥା ଥିବାବେଳେ ରାଜ୍ୟକୁ ଆବଶ୍ୟକ ମୁତାବକ ମଞ୍ଜୁରି ମଳୁନି । ଚଳିତ ବର୍ଷ ପାଇଁ ମିଳିଥିବା ୧୪ କୋଟି ଶ୍ରମ ଦିବସ ମଧ୍ୟରୁ ସେପ୍ଟେମ୍ବର ଶେଷସୁଦ୍ଧା ୧୩କୋଟି ୩୫ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇ ପାରିଛି । ଅବଶିଷ୍ଟ ୬୫ଲକ୍ଷ ଶ୍ରମ ଦିବସ ଅକ୍ଟୋବର ସୁଦ୍ଧା ଶେଷ ହୋଇଯିବ ।

ନଭେମ୍ବରରେ ଯଦି ଆଉ ମଞ୍ଜୁରି ନ ମିଳିବ ତେବେ ଲୋକଙ୍କୁ ରୋଜଗାର ଯୋଗାଇବା ସମ୍ଭବ ହେବନି । ସରକାରଙ୍କ ପାଖରେ ଆସନ୍ତା ଜାନୁୟାରୀ ପର୍ଯ୍ୟନ୍ତ କର୍ମଯୋଗାଣ କରିବାର ବିଶେଷ ସୁଯୋଗ ରହିଛି । ଆଉ ପଞ୍ଚାୟତ ନିର୍ବାଚନ ପାଇଁ ଫେବୃୟାରୀ ଓ ମାର୍ଚ୍ଚ ମାସରେ ମନରେଗା ଯୋଜନା କାର୍ଯ୍ୟକାରୀ କରାଇବା କ୍ଷେତ୍ରରେ ଅନ୍ତରାୟ ହୋଇପାରେ । କାରଣ ବ୍ଲକ ଠାରୁ ପଞ୍ଚାୟତ ପର୍ଯ୍ୟନ୍ତ ନିର୍ବାଚନରେ ବ୍ୟସ୍ତ ରହିବା ଯୋଗୁଁ ଶ୍ରମ ଯୋଗାଣ କାର୍ଯ୍ୟକ୍ରମରେ ସମନ୍ୱୟ ରକ୍ଷା କରିବା ଅଧିକାରୀଙ୍କ ପକ୍ଷେ ସମ୍ଭବ ହୋଇ ନପାରେ ।

ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୦ କୋଟି ୫୦ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିଥିବା ବେଳେ ଏହା ଅପେକ୍ଷା ଚଳିତ ବର୍ଷ ଅଧିକ ମଞ୍ଜୁରି ମିଳିବ ବୋଲି ବରିଷ୍ଠ ଅଧିକାରୀ ମାନେ ଆଶା କରିଥିଲେ । କିନ୍ତୁ ପ୍ରଥମ ପର୍ଯ୍ୟାୟରେ ୧୪ କୋଟି ଶ୍ରମ ଦିବସ ସୃଷ୍ଟି ପାଇଁ ମଞ୍ଜୁରି ମିଳିଲା । ରାଜ୍ୟରେ ଯେତିକି ଶ୍ରମ ଶକ୍ତି ରହିଛି ଏହା ସୁରୁଖୁରୁରେ ୨୫ କୋଟି ଶ୍ରମ ଦିବସ ସଅଷ୍ଟି କରିପାରିବ ବୋଲି ଅଧିକାରୀ ମାନେ କହିଛନ୍ତି । ତେବେ ବର୍ତ୍ତମାନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ମଞ୍ଜୁର ନଥିବାରୁ କାର୍ମ୍ୟକ୍ରମ ରୂପାୟନ ଦାୟିତ୍ୱରେ ଥିବା ଅଫିସର ଚିନ୍ତାରେ ପଡ଼ିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ