Masthead

‘ବିଗ୍ ବି’ଙ୍କ ଏହି ଟ୍ୱିଟ୍; ପଢ଼ିଲେ ମିଳିବ ପ୍ରେରଣା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ପୁଣି କୌନ ବନେଗା କରୋଡ଼ପତିର ଫ୍ଲୋରରେ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି । ତାଙ୍କର ବଳିଷ୍ଠ ସଂଚାଳନା ସୋ’କୁ ଲୋକପ୍ରିୟତା ଦେଇଛି । କାର୍ଯ୍ୟକ୍ରମରେ ବିଗ୍ ବି ପ୍ରତିଯୋଗୀମାନଙ୍କୁ କେବଳ ପ୍ରଶ୍ନ ପଚାରି ଉତ୍ତର ଚାହାନ୍ତି ନାହିଁ ବରଂ ସେମାନଙ୍କ ବ୍ୟକ୍ତିଗତ ଜୀବନର ସଂଘର୍ଷମୟ ମୁହୂର୍ତ୍ତର ଅଙ୍ଗେନିଭା କଥା ସମ୍ପର୍କରେ ମଧ୍ୟ ଆଲୋଚନା କରନ୍ତି । ଏଥି ସହିତ ଅମିତାଭ ବଚ୍ଚନ ସେଟରୁ ଅନେକ ଫଟୋ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ସେୟାର କରନ୍ତି । ଏବେ ଏବେ ସେ ଆଉ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ସେୟାର କରିବାବେଳେ ସେ କାମକୁ ପୂଜା ବୋଲି ବର୍ଣ୍ଣନା କରିଛନ୍ତି ।

ପୂର୍ବରୁ ସେ ଅନେକ ଥର ଏହି ସୋ’ରେ ନିଜର ପିତା ତଥା ମହାନ ଲେଖକ ହରିବଂଶ ରାୟ ବଚ୍ଚନଙ୍କ ଲେଖା ”ଯେ ପର୍ଯ୍ୟନ୍ତ ଜୀବନ ଅଛି, ସେ ଯାଏଁ ସଂଘର୍ଷ ଅଛି” ଲାଇନ୍ କହିଛନ୍ତି । ମହାନ ଅଭିନେତା ତାଙ୍କ ଟ୍ୱିଟର ଆକାଉଣ୍ଟରେ ଫଟୋ ପୋଷ୍ଟ କରି ଏଥର ଏକ ସ୍ୱତନ୍ତ୍ର କ୍ୟାପସନ ଲେଖିଛନ୍ତି। ସେ ଟୁଇଟ୍ କରି ଲେଖିଛନ୍ତି, ‘କାମ ହେଉଛି ପୂଜା .. ଉତ୍ସବ ପାଳନ କରାଯାଏ .. କିନ୍ତୁ ପ୍ରତ୍ୟେକ ଦିନ କାମର ଉଦ୍ଦେଶ୍ୟ ରହିଥାଏ .. କାମ ହେଉଛି ଗୁରୁ .. କାମ ହେଉଛି ଉଦ୍ଧାର.. ଆଳସ୍ୟର କାନ୍ଥକୁ ଡେଇଁପଡ ଏବଂ ଏହାକୁ ହାସଲ କର .. ପ୍ରତ୍ୟେକ ପ୍ରତିରୋଧର ସମ୍ମୁଖୀନ ହୁଅ .. ଏହାକୁ ତୁମ କାମର ଉଦ୍ଦେଶ୍ୟ କୁହ” ।
ଅମିତାଭ ବଚ୍ଚନଙ୍କ ଏହି ପୋଷ୍ଟରେ ତାଙ୍କ ପୁଅ ଅଭିଷେକ ବଚ୍ଚନ ବହୁତ ପ୍ରଭାବିତ ହୋଇଛନ୍ତି । ସେ ବିଗ୍ ବିଙ୍କ ପୋଷ୍ଟକୁ ରିଟ୍ୱିଟ କରି ଲେଖିଛନ୍ତି, ‘ଏହା ହିଁ ପ୍ରେରଣା’।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼