ମମିତା ମୃତ୍ୟୁ ମାମଲା, ମହିଳା ବିଜେପି କର୍ମୀ –ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମମିତାଙ୍କୁ ନ୍ୟାୟ ଦାବିରେ ସବୁଠି ବିକ୍ଷୋଭ, ପ୍ରତିବାଦ । ସମସ୍ତଙ୍କ ଦାବି ମମିତାଙ୍କୁ ମିଳୁ ନ୍ୟାୟ । ଏଭଳି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଦୋହଲି ଯାଇଛି ସାରା ରାଜ୍ୟ । ପୋଲିସ ଉପରେ ଉଠିଛି ବଡ଼ ପ୍ରଶ୍ନ । ଗୋବିନ୍ଦ ସାହୁଙ୍କ ସହିତ ଭଲ ସଂପର୍କ ରଖିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରଫ ଦାବି ସହ ଘଟଣାର ସିବିଆଇ ତଦନ୍ତ ଦାବିରେ ଗର୍ଜୁଛନ୍ତି ବିରୋଧୀ। ଭୁବନେଶ୍ୱରଠୁ ଭବାନିପାଟଣା ଯାଏ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୋଧରେ ହେଉଛି ନାରାବାଜୀ।

ଏପରିକି ଶହଶହ ସଂଖ୍ୟାରେ ବିଜେପି କର୍ମୀ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଆଜି ବିଜେପି ମହିଳା ମୋର୍ଚ୍ଚାର ଶତାଧିକ ନେତ୍ରୀ ଭୁବନେଶ୍ୱରସ୍ଥିତ ଦଳୀୟ ଅଫିସରୁ ବାହାରି ନବୀନ ନିବାସ ଅଭିମୁଖେ ଯାଇଥିଲେ। ଦିବ୍ୟଶଙ୍କରଙ୍କ ଇସ୍ତଫା, ଗିରଫ ଦାବିରେ କୋକେଇ ଶୋଭାଯାତ୍ରା କରିଥିଲେ। ବିଜେପିର ବିକ୍ଷୋଭକୁ ଆଖି ଆଗରେ ରଖି ଶିଶୁ ଭବନରୁ ନବୀନ ନିବାସ ମଧ୍ୟରେ ୨୨ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି।

ଏହା ମଧ୍ୟରେ ବିଜେପି କର୍ମୀ ୨ଟି ବାରିକେଡ ଭାଙ୍ଗି ୩ୟ ବାରିକେଡ ନିକଟରେ ପହଞ୍ଚିବା ସମୟରେ ପୁଲିସ୍‌ ସହ ମୁହାଁମୁହିଁ ହୋଇଛନ୍ତି ମହିଳା ବିଜେପି କର୍ମୀ। ଏପରିକି ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଫଲରେ ଶତାଧିକ ବିଜେପି କର୍ମୀ ତୃତୀୟ ବାରିକେଡ ନିକଟରେ ଧାରଣାରେ ବସିଛନ୍ତି । ଅପରପକ୍ଷେ, ଯେଉଁ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ମାରି ପୋତି ଦିଆଯାଉଛି, ସେ ସ୍କୁଲର ପିଲା କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ