ସ୍କୁଲ ବନ୍ଦ କରି ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ମନ୍ତ୍ରୀ ଓ ବିଧାୟିକ

କରଞ୍ଜିଆ (ବଡ଼ ଖବର ବ୍ୟୁରୋ): ସ୍କୁଲ ବନ୍ଦକରି ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ମନ୍ତ୍ରୀ ଓ ବିଧାୟିକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଗସ୍ତରେ ଆସି ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ଜିଲ୍ଲାର ବିଭିନ୍ନ ବ୍ଳକରେ ମନ୍ତ୍ରୀ ବିଧାୟକମାନେ ଏହି କାର୍ଡ ବଣ୍ଟନ କରିଥିଲେ । ତେବେ ବିଭିନ୍ନ ଜାଗାରେ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ସମୟରେ ବିଭିନ୍ନ ଅବ୍ୟବସ୍ଥା ସାମ୍ନାକୁ ଆସିଛି । କିଛି ଜାଗାରେ ସ୍କୁଲ ଚାଲିଥିବା ବେଳେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଦ୍ୱାରା ଛାତ୍ରଛାତ୍ରୀଙ୍କ ପାଠପଢା ବ୍ୟାଘାତ ହୋଇଛି ।

ରରୁଆଁ ବ୍ଳକର ରରୁଆଁ ସ୍କୁଲ ଏବଂ କରଞ୍ଜିଆ ବ୍ଳକର କେରକେରା ସ୍କୁଲରୁ ଆସିଛି ଏପରି ଅଭିଯୋଗ। ରରୁଆଁ ଉଚ୍ଚ ପ୍ରଥାମିକ ବିଦ୍ୟାଳୟରେ ଜଳସମ୍ପଦ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଥିଲେ । କେରକେରା ସ୍କୁଲରେ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ଏବଂ ସୁଲତା ଦାସ ବଣ୍ଟନ କରିଥିଲେ । ଫାଙ୍କା ପଡିଆରେ ଲୋକଙ୍କୁ କାର୍ଡ ନବାଣ୍ଟି ସ୍କୁଲ ଚାଲିଥିବା ସମୟରେ ସ୍କୁଲ ପଡିଆରେ କାହିଁକି ଏପରି କାର୍ଯ୍ୟକ୍ରମ କରାଯାଇଛି ପ୍ରଶ୍ନ ଉଠୁଛି । କୌଣସି ସରକାରୀ ନିର୍ଦ୍ଦେଶ ନାମା ନ ଥାଇ ସ୍କୁଲବନ୍ଦ କରିବା ପାଇଁ କିଏ ନିର୍ଦ୍ଦେଶ ଦେଲେ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!