Masthead

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ହାତୀ ଆତଙ୍କ

(ବଡ଼ ଖବର ବ୍ୟୁରୋ):  ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ହାତୀ ଆତଙ୍କ । ଦୁଇଟି ହାତୀଙ୍କ ଉତ୍ପାତ ଯୋଗୁ ଗ୍ରାମବାସୀ ନୟାନ୍ତ ହୋଇପଡିଛନ୍ତି ।ତେବେ ଦୀର୍ଘ ୫ ଦିନ ହେବ ବଣାଇ ରେଞ୍ଜ, ତମରା ରେଞ୍ଜ ଅଞ୍ଚଳର ବିଭିନ୍ନ ଗ୍ରାମ ନିକଟକୁ ଆସି ଫସଲ ନଷ୍ଟ କରୁଛନ୍ତି । ହାତୀ ଯୋଗୁ ଭୟରେ ଲୋକେ ତାଟିକବାଟ ଦେଇ ରହୁଛନ୍ତି । ତେବେ ହାତୀ ଦିନରେ ପାଖରେ ଥିବା ଜଙ୍ଗଲରେ ରହୁଥିବା ବେଳେ ରାତିରେ ବାହାରି ଧାନ ଖାଉଥିବା ସ୍ଥାନୀୟ ଲୋକେ କହିଛନ୍ତି । ହାତୀକୁ ଘଉଡାଇବାକୁ ବନବିଭାଗର ରେଞ୍ଜର ,ଏସିଏଫ, ହୀତୀ ସ୍କ୍ୱାଡ ଓ ସ୍ଥାନୀୟ ଜନସାଧାରଣ ଉଦ୍ୟମ ଜାରି ରଖିଛନ୍ତି । ହେଲେ ହାତୀ ଦୁଇଟି ବାର ବାର ଆସି ଫସଲ ନଷ୍ଟ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ଧାନ ଫସଲ ନଷ୍ଟ କରୁଥବାରୁ ଚାଷୀ ମାନେ ଏବେ ଚିନ୍ତାରେ । ବନ ବିଭାଗ କହିଛି ଯାହା କ୍ଷତି ହୋଇଛି ଆକଳନ କରି କ୍ଷତି ପୂରଣ ଦିଆ ଯିବ । ସୂଚନା ଆନୁଯାୟୀ, ଏବେ ଏହି ଦୁଇଟି ଦନ୍ତା ହାତୀ ବ୍ରାହ୍ମଣୀ ନଦୀ ପାର ହୋଇ ଏବେ ବଣାଇ ସହର ସ୍ଥିତ ବନ ବିଭାଗ ଡାକ ବଙ୍ଗଳା ନିକଟରେ ଥିବା ଜଙ୍ଗଲରେ ଅଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା