Masthead

ଧାନଫସଲ ଜଗିବାକୁ ଯାଇ ମଞ୍ଚାରୁ ପଡି ମହିଳା ମୃତ

(ବଡ଼ ଖବର ବ୍ୟୁରୋ):  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ପିଟାପିଟି ଗାଁରେ ଗତକାଲି ସଂନ୍ଧ୍ୟା ସମୟରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଗାଁର ଜୟନ୍ତି କିସାନ ମଞ୍ଚାରୁ ପଡି ମୃତ୍ୟୁ ଘଟିଛି । ମିଳିଥିବା ସୁଚନା ଅନୁସାରେ ବିଗତ କିଛିଦିନ ହେବ ପିଟାପିଟି ଅଞ୍ଚଳରେ ଜଙ୍ଗଲି ଜନ୍ତୁଙ୍କ ଉପଦ୍ରବ ବଢିବାରେ ଲାଗିଛି । ଗାଁରେ ଜଙ୍ଗଲି ଜନ୍ତୁ ମାନେ ଧାନଫସଲ ନଷ୍ଟ କରୁଥିବାରୁ ପିଟାପିଟି ଗାଁ ଲୋକେ ଧାନଫସଲକୁ ଜଗିବା ପାଇଁ ଜମି ପାଖରେ ମଞ୍ଚା ନିର୍ମାଣ କରି ଫସଲ ଜଗିଥାନ୍ତି ।

ଗାଁରେ କାଲିମଧ୍ୟ ଜୟନ୍ତି ରାତିରେ ଧାନଫସଲ ଜଗିବା ପାଇଁ ମଞ୍ଚା ପାଖକୁ ଯାଇଥିଲେ। ମଞ୍ଚାକୁ ଚଢୁ ଚଢୁ ଦୁର୍ଭାଗ୍ୟବସତଃ ମଞ୍ଚାରୁ ଖସି ପଡିଥିଲେ। ଅନ୍ୟମାନେ ତାଙ୍କୁ ପଡିଯିବାର ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତେବେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ହରିଚନ୍ଦନପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣୁଥିବା ସମୟରେ ଅଧାବାଟରେ ତାଙ୍କର ମୃତ୍ୟୁ ଘଟିଥି। ସ୍ବାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ ଆଜିସକାଳୁ ହରିଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି ।  ଅନ୍ୟପକ୍ଷରେ ଅଧିକ ତଦନ୍ତ ମଧ୍ୟ ଚଳାଇଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି