Masthead

ନାବାଳିକା ନିଖୋଜ, କ’ଣ କରୁଛି ବୋଲଗଡ଼ ପୋଲିସ

ବୋଲଗଡ଼ (ବଡ଼ ଖବର ବ୍ୟୁରୋ): ଆଉ ଦିନ କେଇଟା ପରେ ପାଳିଥାନ୍ତେ ଝିଅ ଜନ୍ମଦିନ । ହେଲେ ଝିଅ ନିଖୋଜ । ଝିଅର ଫଟୋ ଦେଖି କାନ୍ଦୁଛି ମାଆ । ଆଖିରୁ ଶୁଖୁନି ଲୁହ। ଝିଅ ନିଖୋଜର ଏକ ମାସ ବିତିଥିଲେବି ଚୁପ ବସିଛି ବୋଲଗଡ ଥାନା ପୋଲିସ। ବୋଲଗଡ଼ ପୋଲିସ ଅପାରଗତାର ଏକ ନମୁନା ଦେଖିବାକୁ ମିଳିଛି ବୋଲଗଡ ଅଂଚଳରେ। ଲଗାତାର ଏକ ମାସ ମଧ୍ୟରେ ଦୁଇ ଦୁଇଟି ନାବାଳିକା ଅପହରଣ ହେବା ସାଧାରଣରେ ଚିନ୍ତା ବଢାଇଛି। ସେପଟେ ପୋଲିସରେ ଅଭିଯୋଗ ପରେ ବୋଲଗଡ଼ ପୋଲିସ ଗୁରୁତ୍ୱ ନଦେବା ପରିବାର ଦୁଃକୁ ଦ୍ୱିଗୁଣିତ କରିଛି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଦିବ୍ୟସିଂପୁର ଶାସନର ରମା ମହାରଣା ଓ ପ୍ରଫୁଲ ମହାରଣାଙ୍କ ଝିଅ ଗତ ସେପ୍ଟେମ୍ବର ମାସ ୨୨ ତାରିଖରୁ ନିଖୋଜ ଅଛି। କଳାଙ୍ଗ ଠାରୁ ଟିଉସନ ସାରି ଫେରିବା ବାଟରେ କିଏ ଟେକି ଅପହରଣ କରି ନେଇଥିବା କୁହାଯାଉଛି।

ଗ୍ରାମର ଜଣେ ଯୁବକ ବହୁବାର ଟିଉସନରୁ ଫେରିବା ବାଟରେ ତାକୁ ହଇରାଣ କରୁଥିଲା । ତେବେ ପରିବାର ପକ୍ଷରୁ ଅଭିଯୋଗ ବି ଥାନାରେ କରାଯାଇଛି। ହେଲେ ପୋଲିସ ଖାମଖିଆଳି ମନୋଭାବ ପୋଷଣ କରୁଥିବା ଦେଖିବାକୁ ମିଳିଛି । କଳାଙ୍ଗ ସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିବା ପ୍ରଫୁଲ ଙ୍କ୧୩ ବର୍ଷର ଝିଅ ସବୁଦିନ ପରି ଗତ ୨୨ ତାରିଖ ରେ ବି ଟିୟୁସନ ଯାଇଥିଲା । ହେଲେ ସନ୍ଧ୍ୟା ଗଡି ରାତି ହୋଇଯାଇଥିଲେ ବି ଆଉ ଘରକୁ ଫେରି ନଥିଲା । ଘର ଲୋକ ବହୁ ଖୋଜା ଖୋଜି କରିବା ପରେ ବି କେଉଁଠୁ ସନ୍ଧାନ ପାଇନଥିଲେ ।

ପରେ ଯାଇ ବୋଲଗଡ ଥାନାରେ ଅଭିଯୋଗ କରିଥିଲେ। ୟା ଭିତରେ ବହୁବାର ବୋଲଗଡ ଥାନା ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଶେଷ ରେ ଖୋର୍ଦ୍ଧା ଏସପିଙ୍କ ଦ୍ୱାରାସ୍ତ ହେଲେ ନିଖୋଜ ଝିଅର ପରିବାର। ଏସ୍ପି ଏଦିଗରେ ତୁରନ୍ତ ପଦକ୍ଷପ ନେବାକୁ କହିଥିବାବେଳେ , ପୋଲିସର କଛପ ଗତି ଏବେ ଚିନ୍ତାରେ ପକାଇଛି ପରିବାରକୁ। ସେପଟେ ଝିଅ ନମିଳିଲେ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଲେଣି ଗ୍ରାମବାସୀ। ତେବେ ନିଖୋଜର ଏକ ମାସରୁ ଅଧିକ ଦିନ ବିତି ଯାଇଥିଲେ ବି କାହିଁକି ପୋଲିସ ପଦକ୍ଷେପ ନେଉନି ତାକୁ ନେଇ ଚିନ୍ତାରେ ପରିବାର। ସେପଟେ ଦିନ ଯେତିକି ଗଡୁଛି ଝିଅର ଜୀବନ ପ୍ରତି ବିପଦର ଆଶଙ୍କାରେ ପରିବାର। ଅନ୍ୟ ପକ୍ଷରେ ବୋଲଗଡ଼ ପୋଲିସ ଏ ସଂକ୍ରାନ୍ତ ରେ ମୁହଁ ଖୋଲୁ ନଥିବାବେଳେ କାହା ଚାପରେ ନିରବ ବସୁଛି ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ