Masthead

ଆଜି ଆଇପିଏଲରେ ଧୋନୀ- କାର୍ତ୍ତିକ୍ ସାମ୍ନାସାମ୍ନି

ଦୁବାଇ, (ବଡ଼ ଖବର ବ୍ୟୁରୋ): ଆଜି ଆଇପିଏଲର ତ୍ରୟୋଦଶ ସିଜନର ୨୧ତମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍ ଓ କୋଲକାତା ନାଇଟ ରାଇଡ଼ର୍ସ। ମହେନ୍ଦ୍ର ସିଂ ଧୋନୀଙ୍କୁ ଟକ୍କର ଦେବେ ଦିନେଶ କାର୍ତ୍ତିକ୍ । ଏହି ମ୍ୟାଚ ଆଜି ଆବୁଧାବିରେ ଖେଳାଯିବ । କୋଲକାତା ପୂର୍ବ ମ୍ୟାଚରେ ପରାଜୟ ପରେ ଏହି ମ୍ୟାଚରେ ପୁଣି ଥରେ ବିଜୟ ଧାରାକୁ ଫେରିବାକୁ ଉଦ୍ୟମ କରିବ । ସେହିପରି ଭାବରେ ଚେନ୍ନାଇ ଲଗାତର ତିନୋଟି ମ୍ୟାଚ ପରାଜୟ ପରେ ଗତ ମ୍ୟାଚରେ ଦମଦାର ପ୍ରତ୍ୟାବର୍ତ୍ତନ କରି ବିଜୟ ଧାରାକୁ ଫେରିଛି । କୋଲକାତା ପଏଣ୍ଟେ ଟେବୁଲରେ ଚତୁର୍ଥ ସ୍ଥାନରେ ଥିବା ବେଳେ ଚେନ୍ନାଇ ପଞ୍ଚମ ସ୍ଥାନରେ ରହିଛି । ଉଭୟ ଦଳ ଆଜି ଏହି ମ୍ୟାଚ ଜିତି ପଏଣ୍ଟେ ଟେବୁଲରେ ଉପରକୁ ଯିବା ପାଇଁ ଚେଷ୍ଟା କରିବେ । କୋଲକାତା ଦଳର ଅଲରାଉଣ୍ଡର  ରସେଲ ଗତ ପାଞ୍ଚଟି ମ୍ୟାଚରେ ଭଲ ପ୍ରଦର୍ଶନ କରିନଥିବା ବେଳେ ଆଜି କିପରି ପ୍ରଦର୍ଶନ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା