Masthead

ବାପଛେଉଣ୍ଡ ଝିଅର କରୁଣ କାହାଣୀ

କାମାକ୍ଷାନଗର (ବଡ଼ ଖବର ବ୍ୟୁରୋ): ବିପଦ ଆସିଲେ ଚତୁର୍ଦ୍ଦିଗ ଅନ୍ଧାର ଦେଖାଯାଏ । ଆପଣାର ଲୋକମାନେ ହାତ ଛାଡିଦିଅନ୍ତି । ଭଗବାନଙ୍କ ଉପରେ ଭରସା କରିବା ଛଡା ଅନ୍ୟ ଉପାୟ ବା କାହିଁ? ଏଭଳି କରୁଣ ଦୃଶ୍ୟ କାମାକ୍ଷାନଗର ବ୍ଳକ କାନପୁରା ପଞ୍ଚାୟତ ପଲ୍ଲୀସାନ୍ତରାପୁର ଗାଁରେ ଦେଖିବାକୁ ମଳିଛି । ପଲ୍ଲୀସାନ୍ତରାପୁର ଗାଁର ରୀତା ପ୍ରଧାନ । ବୟସ ୧୫ । ବାପା ସନ୍ତୋଷ ପ୍ରଧାନ ଏବଂ ମା ଗୀତା ଅତି ସରାଗରେ ରୀତାଙ୍କୁ ବଢାଇଥିଲେ । ସନ୍ତୋଷଙ୍କ ମୃତ୍ୟୁପରେ ପରଘରେ ମୂଲ ମଜୁରି ଲାଗି ଝିଅକୁ ମଣିଷ କରିବାର ସ୍ୱପ୍ନ ଦେଖିଥିଲେ ଗୀତା ।

ଝିଅ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ହଠାତ ଦେହ ଖରାପ ହେଲା । ପରେ ପରେ ତାଙ୍କ ପେଟ ଏବଂ ନାଭି ବଢ଼ିବାରେ ଲାଗିଲା । ଏପରିକି ଗୋଡ ମଧ୍ୟ ସରୁ ହେବାକୁ ଲାଗିଲା । ରୀତାଙ୍କର କାର୍ଡ଼ିଓମାଇଓପାଥି ଆଣ୍ଡ ଅମ୍ବଲିକାଲ ହାର୍ନିଆ ହୋଇଥିବା ଡ଼ାକ୍ତର କହିଥିଲେ । ରୀତା ଯାହା ସଞ୍ଚିଥିଲେ ଝିଅକୁ ଡ଼ାକ୍ତର ଦେଖାଇବାରେ ସରିଗଲା । ଚିକିତ୍ସାଲାଗି ବଡ଼ ମେଡ଼ିକାଲରେ ଦେଖାଇବାକୁ ଡ଼ାକ୍ତର ନିର୍ଦ୍ଦେଶ ଦେଇଥିଲେ । ଟଙ୍କା ନଥିବାରୁ ବାଧ୍ୟ ହୋଇ ଘରକୁ ନେଇଆସିଥିଲେ ଗୀତା । ଭାଗ୍ୟ ଆଉ ଭଗବାନଙ୍କ ଭରସାରେ ଘରେ ପଡିରହିଛନ୍ତି ମା’ ଆଉ ଝିଅ । ଖେଳିବା ବୁଲିବା ବୟସରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରୀତା । ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନାହିଁ । ସରକାରୀ ସହାୟତା ଲାଗି ମା’ ବାରମ୍ବାର ପ୍ରଶାସନକୁ ଗୁହାରି କରିଥିଲେ ସୁଦ୍ଧା ସୁଫଳ ମିଳୁ ନାହିଁ । ସରକାରୀ ସହାୟତା ମିଳିଲେ ଝିଅର ଚିକିତ୍ସା ହୋଇପାରନ୍ତା ବୋଲି କହିଛନ୍ତି ଗୀତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି