Masthead

ମୁସଲମାନ ଧର୍ମ ଛାଡ଼ି ହିନ୍ଦୁ ହେବେ ସୁକର୍ଣ୍ଣୋଙ୍କ ଝିଅ

ଇଣ୍ଡୋନେସିଆ (ବଡ଼ ଖବର ବ୍ୟୁରୋ): ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ ସୁକମାବତୀ ସୁକର୍ଣ୍ଣୋ ଇସଲାମ ଧର୍ମ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅକ୍ଟୋବର ୨୬ ରେ, ସେ ଏକ ପୂଜାରେ ସାମିଲ ହେବେ ଓ ଏହା ସହିତ ହିନ୍ଦୁ ଧର୍ମ ଗ୍ରହଣ କରିବେ । ସିଏନ୍ଏନ୍ ଇଣ୍ଡୋନେସିଆର ରିପୋର୍ଟ ଅନୁଯାୟୀ ଏହି କାର୍ଯ୍ୟକ୍ରମ ମଙ୍ଗଳବାର ସୁକର୍ଣ୍ଣୋ ହେରିଟେଜ୍ ଏରିଆରେ ଅନୁଷ୍ଠିତ ହେବ । ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କର ତୃତୀୟ ଝିଅ ସୁକମାବତୀ । ପୂର୍ବତନ ରାଷ୍ଟ୍ରପତି ମେଗାବତୀ ସୁକର୍ଣ୍ଣୋପୁତ୍ରୀଙ୍କ ସାନ ଭଉଣୀ ।

୭୦ ବର୍ଷୀୟ ସୁକମାବତୀ ସୁକର୍ଣ୍ଣୋପୁତ୍ରୀ ଇଣ୍ଡୋନେସିଆରେ ରୁହନ୍ତି । ୨୦୧୮ ରେ କଠୋରପନ୍ଥୀ ଇସଲାମ ଗୋଷ୍ଠୀ ତାଙ୍କ ବିରୁଦ୍ଧରେ ଇସଲାମକୁ ଅପମାନ କରିଥିବାର ଅଭିଯୋଗ ଆଣିଥିଲେ । ଏହା ଘଟଣା ପରେ ସେ କ୍ଷମା ମଧ୍ୟ ମାଗିଥିଲେ । ଏହା ପରେ ବି ବିବାଦ ଥମି ନଥିଲା ଏବଂ କ୍ରମାଗତ ଭାବେ ତାଙ୍କୁ ସମାଲୋଚନା କରାଯାଉଥିଲା । ସୁକମାବତୀଙ୍କ ଜେଜେମାଆଙ୍କ ଧର୍ମ ଯୋଗୁ ସେ ହିନ୍ଦୁ ଧର୍ମ ପ୍ରତି ଆକର୍ଷିତ ହୋଇଛନ୍ତି । ହିନ୍ଦୁ ଧର୍ମଶାସ୍ତ୍ରକୁ ସେ ଭଲ ଭାବେ ଅଧ୍ୟାୟନ କରିଥିବା ସୁକୁମାବତୀଙ୍କ ଓକିଲୋ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ