Masthead

ପୁଣି ଫେରିଲା ଲକଡାଉନ, ଚିନ୍ତାରେ ବେଜିଂ

ବେଜିଂ(ବଡ଼ ଖବର): ବେଜିଂରେ ଭଙ୍କର ରୂପ ନେଉଛି ଭୂତାଣୁ। ଚିନ୍ତାରେ ଚାଇନା। କରୋନାର ଉତ୍ପତିସ୍ଥଳ କୁହାଯାଉଥିବା ଚୀନରେ ବେକାବୁ ହୋଇପଡ଼ିଛି କରୋନା। ବେଶ୍ କିଛି ଦିନର ବ୍ୟବଧାନ ପରେ ପୁଣି ସହରକୁ ଫେରିଛି ଲକଡାଉନ। ମଙ୍ଗଳବାର ଠୁ ବିଭିନ୍ଲନ ସ୍ଥାନରେ ଲଡାଉନ ଘୋଷଣା କରାଯାଇଛି। ସଂକ୍ରମଣ ରୋକିବା ପାଇଁ ଲୋକଙ୍କୁ ଘରୁ ବାହାରକୁ ବାହାରିବା ପାଇଁ ମନା କରାଯାଇଛି। ଅତ୍ୟନ୍ତ ଜରୁରୀ ଥିଲେ ହିଁ ବାହାରକୁ ଆସିବା ପାଇଁ ଅନୁମତି ରହିଛି।

ଦେଶର ମୋଟ ଜନସଂଖ୍ୟାର ଏକ ଚତୁର୍ଥାଂଶ ଲୋକଙ୍କୁ ଟିକା ଦେଇଥିବା ଚୀନ୍ ଖୁବ୍ ଶୀଘ୍ର ତିନି ବର୍ଷ ଏବଂ ତଦୁର୍ଦ୍ଧ୍ୱ ପିଲାମାନଙ୍କୁ ଡୋଜ ଦେବାକୁ ନିଷ୍ପତ୍ତି ନେଇଛି। ଜୁନ୍ ମାସରେ ଚାଇନା ତିନିରୁ ୧୭ ବର୍ଷ ବୟସର ପିଲାମାନଙ୍କ ପାଇଁ ଦୁଇଟି ଟିକା, ସିନୋଫର୍ମ ଏବଂ ସିନୋଭାକ୍ ଅନୁମୋଦନ କରିଥିଲା। କିନ୍ତୁ ତା’ପରେ ସେଗୁଡିକ କେବଳ ୧୨ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ପ୍ରୟୋଗ କରାଯାଇଥିଲା। ଚୀନ୍‌ରେ ବର୍ତ୍ତମାନ କରୋନାର ଡେଲ୍ଟା ଭାରିଆଣ୍ଟ ମାତିଛି। ଯାହା ମୂଳ ଭାଇରସ ଠାରୁ ଅଧିକ ମାରାତ୍ମକ। ତେଣୁ ଲକଡାଉନ୍ ଫେରିବା ଭଳି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼