ନୂଆ ଦଳ ଗଢିବେ ଅମରିନ୍ଦର

ପଞ୍ଜାବ (ବଡ଼ ଖବର ବ୍ୟୁରୋ): ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି । ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କ ସହିତ ଦୀର୍ଘଦିନ ବିବାଦ ଲାଗିରହିବା ପରେ ଅମରିନ୍ଦର ଗତ ସେପ୍ଟେମ୍ବର ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଅମରିନ୍ଦର କହିଛନ୍ତି ଯେ ସେ ନିଜର ନୂଆ ରାଜନୈତିକ ଦଳର ନାମ ଓ ଚିହ୍ନଟ ସ୍ଥିର କରିସାରିଛନ୍ତି ଏବଂ ତାହାକୁ ଅନୁମୋଦନ ନିମନ୍ତେ ଭାରତର ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯାଇଛି ।

ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅମରିନ୍ଦର ନିଜ ମୁଖ୍ୟମନ୍ତ୍ରୀ ସମୟର ସଫଳତାର ହିସାବ ଫର୍ଦ୍ଦ ଉପସ୍ଥାପନ କରିଥିଲେ । ମୁଖ୍ୟମନ୍ତୀ ଭାବରେ ସାଢେ ଚାରିବର୍ଷ ରହିବା ଅବସରରେ ସେ କଣ କରିଛନ୍ତି ଏବଂ କଂଗ୍ରେସର ଇସ୍ତାହାର କଣ ରହିଥିଲା, ତାହା ସେ ସାମ୍ବାଦିକଙ୍କ ନିକଟରେ ପ୍ରକାଶ କରିଥିଲେ । ଅମରିନ୍ଦର କହିଥିଲେ, ଜଣେ ସୈନିକ ଭାବରେ ସେ ମୂଳ ତାଲିମ ନେଇଛନ୍ତି । ତାଲିମ ସମୟରୁ ନେଇ ସେନା ଚାକିରୀ ଛାଡିବା ପର୍ୟ୍ୟନ୍ତ ୧୦ ବର୍ଷ କାଳ ସେ ସେନାବାହିନୀରେ ରହିଥିଲେ ।

ତେଣୁ ସେ ମୂଳକଥା ଜାଣିଛନ୍ତି । ସେ ଏହା ମଧ୍ୟ କହିଥିଲେ ଯେ ପଞ୍ଜାବର ଗୃହମନ୍ତ୍ରୀ ଭାବରେ ସେ ସାଢେ ୯ ବର୍ଷ କାମ କରିଛନ୍ତି । ଅଥଚ ଜଣେ ମାସେ ଗୃହମନ୍ତ୍ରୀ ରହିଥିବା ବ୍ୟକ୍ତି ତାଙ୍କଠାରୁ ଅଧିକ ଜାଣିଥିବା କହୁଛନ୍ତି । ପଞ୍ଜାବରେ ଅଶାନ୍ତ ପରିସ୍ଥିତି କେହି ଚାହାଁନ୍ତି ନାହିଁ । ପଞ୍ଜାବରେ ସମସ୍ତେ ଅତ୍ୟନ୍ତ ଜଟିଳ ପରିସ୍ଥିତି ଦେଇ ଗତିକରୁଛନ୍ତି, ଏକଥା ବୁଝିବା ଦରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ