Masthead

ନୂଆ ଦଳ ଗଢିବେ ଅମରିନ୍ଦର

ପଞ୍ଜାବ (ବଡ଼ ଖବର ବ୍ୟୁରୋ): ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି । ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କ ସହିତ ଦୀର୍ଘଦିନ ବିବାଦ ଲାଗିରହିବା ପରେ ଅମରିନ୍ଦର ଗତ ସେପ୍ଟେମ୍ବର ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଅମରିନ୍ଦର କହିଛନ୍ତି ଯେ ସେ ନିଜର ନୂଆ ରାଜନୈତିକ ଦଳର ନାମ ଓ ଚିହ୍ନଟ ସ୍ଥିର କରିସାରିଛନ୍ତି ଏବଂ ତାହାକୁ ଅନୁମୋଦନ ନିମନ୍ତେ ଭାରତର ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯାଇଛି ।

ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅମରିନ୍ଦର ନିଜ ମୁଖ୍ୟମନ୍ତ୍ରୀ ସମୟର ସଫଳତାର ହିସାବ ଫର୍ଦ୍ଦ ଉପସ୍ଥାପନ କରିଥିଲେ । ମୁଖ୍ୟମନ୍ତୀ ଭାବରେ ସାଢେ ଚାରିବର୍ଷ ରହିବା ଅବସରରେ ସେ କଣ କରିଛନ୍ତି ଏବଂ କଂଗ୍ରେସର ଇସ୍ତାହାର କଣ ରହିଥିଲା, ତାହା ସେ ସାମ୍ବାଦିକଙ୍କ ନିକଟରେ ପ୍ରକାଶ କରିଥିଲେ । ଅମରିନ୍ଦର କହିଥିଲେ, ଜଣେ ସୈନିକ ଭାବରେ ସେ ମୂଳ ତାଲିମ ନେଇଛନ୍ତି । ତାଲିମ ସମୟରୁ ନେଇ ସେନା ଚାକିରୀ ଛାଡିବା ପର୍ୟ୍ୟନ୍ତ ୧୦ ବର୍ଷ କାଳ ସେ ସେନାବାହିନୀରେ ରହିଥିଲେ ।

ତେଣୁ ସେ ମୂଳକଥା ଜାଣିଛନ୍ତି । ସେ ଏହା ମଧ୍ୟ କହିଥିଲେ ଯେ ପଞ୍ଜାବର ଗୃହମନ୍ତ୍ରୀ ଭାବରେ ସେ ସାଢେ ୯ ବର୍ଷ କାମ କରିଛନ୍ତି । ଅଥଚ ଜଣେ ମାସେ ଗୃହମନ୍ତ୍ରୀ ରହିଥିବା ବ୍ୟକ୍ତି ତାଙ୍କଠାରୁ ଅଧିକ ଜାଣିଥିବା କହୁଛନ୍ତି । ପଞ୍ଜାବରେ ଅଶାନ୍ତ ପରିସ୍ଥିତି କେହି ଚାହାଁନ୍ତି ନାହିଁ । ପଞ୍ଜାବରେ ସମସ୍ତେ ଅତ୍ୟନ୍ତ ଜଟିଳ ପରିସ୍ଥିତି ଦେଇ ଗତିକରୁଛନ୍ତି, ଏକଥା ବୁଝିବା ଦରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି