Masthead

ବିନା ଶିକ୍ଷକରେ ଚାଲିଛି ହାଇସ୍କୁଲ

ରାଜନଗର (ବଡ଼ ଖବର ବ୍ୟୁରୋ): ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ଲକ୍ଷରେ ରାଜ୍ୟସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା ହେଲେ ଶିକ୍ଷା ବିଭାଗର ବିଚିତ୍ର ବ୍ୟବସ୍ଥା ଏବେବି ପରିହାସ କରୁଛି ଶିକ୍ଷା ବିଭାଗକୁ । ବିନା ଶିକ୍ଷକରେ ଚାଲିଛି ହାଇ ସ୍କୁଲ । ହାଇସ୍କୁଲରେ ପାଠ ପଢାଉଛନ୍ତି ପ୍ରାଇମେରୀ ଶିକ୍ଷକ । ସପ୍ତାହକୁ ତିନି ଦିନ ଅନ୍ୟ ସ୍କୁଲରୁ ଡେପୁଟେସନରେ ଶିକ୍ଷକ ଆସି ପାଠ ପଢ଼ାଉଛନ୍ତି । ବାକିଦିନ ପିଲାମାନେ ନିଜେ ପାଠ ପଢୁଛନ୍ତି । ଏଭଳି ଏକ ସ୍କୁଲ ରହିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସାତଭାୟାର ବଗପାଟିଆ ଠାରେ ।ରାଜନଗର ବ୍ଲକ ସାତଭାୟାର ସରକାରୀ ଉନ୍ନିତ ପଞ୍ଚୁବରାହୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅବ୍ୟବସ୍ଥା ।

୨୦୧୨ ମସିହାରୁ ନୋଡାଲ ଉପ୍ରା ବିଦ୍ୟାଳୟକୁ ସରକାରୀ ଅପଗ୍ରେଡେଡ ହାଇସ୍କୁଲର ମାନ୍ୟତା ମିଳିଛି । ହାଇସ୍କୁଲର ମାନ୍ୟତା ପାଇବା ପରେ ନବମ ଏବଂ ଦଶମ ଶ୍ରେଣୀର ପାଠ ପଢା ମଧ୍ୟ ହେଉଛି । ଏହା ଭିତରେ ୮ଟି ବ୍ୟାଚ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇ ସାରିଲେଣି କିନ୍ତୁ ହାଇସ୍କୁଲରେ ପଢାଇବା ପାଇଁ ଏଯାଏଁ ଜଣେବି ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇ ନାହାଁନ୍ତି । ଏହି ହାଇସ୍କୁଲରେ ନବମ ଶ୍ରେଣୀରେ ୧୦୦ ଜଣ ଓ ଦଶମ ଶ୍ରେଣୀରେ ୮୧ଜଣ ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ଅନ୍ୟ ସ୍କୁଲରୁ ଡେପୁଟେସନରେ ଆସି ତିନିଜଣ ଶିକ୍ଷକ ସପ୍ତାହକୁ ତିନିଦିନ ପାଠ ପଢାଉଛନ୍ତି । ବାକି ତିନିଦିନ କଥା ନକହିବା ଭଲ ।

ସେପଟେ ଶିକ୍ଷକ ନଥିବାରୁ ବର୍ଷକର ପାଠ୍ୟକ୍ରମ ସରିନଥିବା ବେଳେ ପିଲାମାନେ କେମିତି ମାଟ୍ରିକ ପରୀକ୍ଷା ଦେବେ ବୋଲି ଶିକ୍ଷକ ପ୍ରଶ୍ନ କରିଛନ୍ତି । ପ୍ରାଥମିକ ବିଦ୍ୟାଳୟ ପାଇଁ ନିଯୁକ୍ତି ପାଇଥିବା ୯ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେବି ଟ୍ରେଣ୍ଡ ବିଇଡି ଶିକ୍ଷକ ନଥିବାରୁ ସେମାନେ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ପଢାଇ ପାରୁନଥିବା ଅଭିଭାବକ ଅଭିଯୋଗ କରିଛନ୍ତି । ହେଲେ ବର୍ତ୍ତମାନ ଏହି ସ୍କୁଲରେ ଜଣେ ଗଣ ଶିକ୍ଷକଙ୍କୁ ପ୍ରଧାନ ଶିକ୍ଷକ ରଖା ଯାଇଛି । ଶିକ୍ଷାର ବିକାଶ ପାଇଁ ଡିମଡିମ ପିଟୁଥିବା ସରକାର ଏଠାରେ ହାଇସ୍କୁଲ ଖୋଲିଦେଇ କୌଣସି ଶିକ୍ଷକ ନିଯୁକ୍ତି ନଦେବା ଶିକ୍ଷା ବିଭାଗର ନଗନ୍ନ ଚିତ୍ର କୁ ଦାଣ୍ଡରେ ପକାଇଛି । ଘରୋଇ ସ୍କୁଲ ଛାଡି କିଭଳି ଭାବରେ ପିଲାମାନେ ସରକାରୀ ସ୍କୁଲ ଆସିବାକୁ ଆଗ୍ରହ ହେବେ ସେନେଇ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ସ୍କୁଲ ଗୁଡିକୁ ସରକାର ମଡେଲ ସ୍କୁଲରେ ପରିଣତ କରୁଥିବା ବେଳେ ସାତଭାୟାର ଏହି ହାଇସ୍କୁଲରେ ବିନା ଶିକ୍ଷକରେ ପାଠ ପଢା ମଡେଲ ସ୍କୁଲକୁ ପରିହାସ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା