Masthead

ଡଷ୍ଟବିନରେ ପୁଳା ପୁଳା ରାସନ କାର୍ଡ

ସୋର (ବଡ଼ ଖବର ବ୍ୟୁରୋ):   ଲୋକଙ୍କ ପାଇଁ ଆସିଥିବା ପୁଳା ପୁଳା ରାସନ କାର୍ଡ ଏବେ ଡଷ୍ଟବିନରେ । ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ । ଖଇରା ବ୍ଲକ୍ ପରିସରରେ ଏକ ପରିତ୍ୟକ୍ତ ଘର ଭଙ୍ଗା ଯାଉଥିବାବେଳେ ଏହା ଭିତରୁ ପୁଳାପୁଳା ରାସନକାର୍ଡ ମିଳିବାକୁ ନେଇ ନାନା କଥା କୁହାଯାଉଛି  । ଘର ଭଙ୍ଗା ପରେ କାର୍ଡ ଅନ୍ୟାନ୍ୟ ବହୁ କାଗଜପତ୍ରକୁ ଏକ ଟ୍ରାକ୍ଟରରେ ଆଜି ସନ୍ଧ୍ୟାରେ ସ୍ଥାନାନ୍ତର କରାଯାଉଥିବା ବେଳେ ସାଧାରଣ ଲୋକ ଓ ଖବରଦାତାଙ୍କ ଦୃଷ୍ଟି ଗୋଚର ହୋଇଥିଲା ।

ଲୋକମାନଙ୍କର କାର୍ଡ ଗୁଡିକୁ ନଦିଆଯାଇ ତାକୁ ଏଭଳି ଭାବେ ଲୁଚାଇ ରଖାଯିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ କରାଯାଇଛି । ଏ ସମ୍ପର୍କରେ ବ୍ଲକ ଯୋଗାଣବିଭାଗ ଅଧିକାରୀ ନିରଞ୍ଜନ ସାହୁଙ୍କୁ ଯୋଗାଯୋଗ କରାଯିବାରେ ରାସନକାର୍ଡରେ ଜାଲିଆତି କରାଯାଇଥିବା ବିଷୟକୁ ସିଧାସଳଖ ଖଣ୍ଡନ କରିଛନ୍ତି । ତାଙ୍କର କହିବା ଅନୁଯାୟୀ ଯେଉଁ ଘର ଭଙ୍ଗାଗଲା ସେଠାରେ ପୂର୍ବରୁ ସେଠାରେ ଯୋଗାଣବିଭାଗ କାର୍ଯ୍ୟାଳୟ ଚାଲୁଥିଲା ।

ପ୍ରଥମ ପର୍ଯ୍ୟାୟରେ ଜଣେ ଜଣେ ବ୍ୟକ୍ତିଙ୍କ ନାମରେ ଏକାଧିକ କାର୍ଡ ଆସିଥିଲା । ଆଉ କିଛି କାର୍ଡରେ ନାମ ତ୍ରୁଟିପୂର୍ଣ୍ଣ ହୋଇ ଆସିଥିଲା । ଲୋକମାନଙ୍କୁ ପରବର୍ତ୍ତୀ ସମୟରେ ସଂଶୋଧିତ କାର୍ଡ ପ୍ରଦାନ କରାଯାଇଥିଲା  । ଏହି ଅନାବଶ୍ୟକୀୟ କାର୍ଡ ଓ କାଗଜପତ୍ରକୁ ନଷ୍ଟ ପାଇଁ ରଖାଯାଇଥିଲା ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା