Masthead

ଡଷ୍ଟବିନରେ ପୁଳା ପୁଳା ରାସନ କାର୍ଡ

ସୋର (ବଡ଼ ଖବର ବ୍ୟୁରୋ):   ଲୋକଙ୍କ ପାଇଁ ଆସିଥିବା ପୁଳା ପୁଳା ରାସନ କାର୍ଡ ଏବେ ଡଷ୍ଟବିନରେ । ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ । ଖଇରା ବ୍ଲକ୍ ପରିସରରେ ଏକ ପରିତ୍ୟକ୍ତ ଘର ଭଙ୍ଗା ଯାଉଥିବାବେଳେ ଏହା ଭିତରୁ ପୁଳାପୁଳା ରାସନକାର୍ଡ ମିଳିବାକୁ ନେଇ ନାନା କଥା କୁହାଯାଉଛି  । ଘର ଭଙ୍ଗା ପରେ କାର୍ଡ ଅନ୍ୟାନ୍ୟ ବହୁ କାଗଜପତ୍ରକୁ ଏକ ଟ୍ରାକ୍ଟରରେ ଆଜି ସନ୍ଧ୍ୟାରେ ସ୍ଥାନାନ୍ତର କରାଯାଉଥିବା ବେଳେ ସାଧାରଣ ଲୋକ ଓ ଖବରଦାତାଙ୍କ ଦୃଷ୍ଟି ଗୋଚର ହୋଇଥିଲା ।

ଲୋକମାନଙ୍କର କାର୍ଡ ଗୁଡିକୁ ନଦିଆଯାଇ ତାକୁ ଏଭଳି ଭାବେ ଲୁଚାଇ ରଖାଯିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ କରାଯାଇଛି । ଏ ସମ୍ପର୍କରେ ବ୍ଲକ ଯୋଗାଣବିଭାଗ ଅଧିକାରୀ ନିରଞ୍ଜନ ସାହୁଙ୍କୁ ଯୋଗାଯୋଗ କରାଯିବାରେ ରାସନକାର୍ଡରେ ଜାଲିଆତି କରାଯାଇଥିବା ବିଷୟକୁ ସିଧାସଳଖ ଖଣ୍ଡନ କରିଛନ୍ତି । ତାଙ୍କର କହିବା ଅନୁଯାୟୀ ଯେଉଁ ଘର ଭଙ୍ଗାଗଲା ସେଠାରେ ପୂର୍ବରୁ ସେଠାରେ ଯୋଗାଣବିଭାଗ କାର୍ଯ୍ୟାଳୟ ଚାଲୁଥିଲା ।

ପ୍ରଥମ ପର୍ଯ୍ୟାୟରେ ଜଣେ ଜଣେ ବ୍ୟକ୍ତିଙ୍କ ନାମରେ ଏକାଧିକ କାର୍ଡ ଆସିଥିଲା । ଆଉ କିଛି କାର୍ଡରେ ନାମ ତ୍ରୁଟିପୂର୍ଣ୍ଣ ହୋଇ ଆସିଥିଲା । ଲୋକମାନଙ୍କୁ ପରବର୍ତ୍ତୀ ସମୟରେ ସଂଶୋଧିତ କାର୍ଡ ପ୍ରଦାନ କରାଯାଇଥିଲା  । ଏହି ଅନାବଶ୍ୟକୀୟ କାର୍ଡ ଓ କାଗଜପତ୍ରକୁ ନଷ୍ଟ ପାଇଁ ରଖାଯାଇଥିଲା ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ