Masthead

ଦିବ୍ୟାଙ୍ଗଙ୍କ ଅତ୍ମାହୁତି ଉଦ୍ୟମ

ପାରାଦୀପ (ବଡ଼ ଖବର ବ୍ୟୁରୋ): ପାରାଦୀପ ଲକ୍ ଅନ୍ତର୍ଗତ କୋଠି ଗ୍ରାମରେ ଦିବ୍ୟାଙ୍ଗଙ୍କୁ ମାଡ଼ ପ୍ରତିବାଦରେ ପାରାଦୀପ ଲକ ଥାନା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିବା ଦିବ୍ୟାଙ୍ଗଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି ଲକ୍ ଥାନା ପୋଲିସ । ସୂଚନା ଅନୁଯାୟୀ ଗତ ୨୪ ତାରିଖରେ କୋଠି ଗ୍ରାମରେ ଥିବା ପରିତ୍ୟକ୍ତ ସ୍ଥାନରେ ପାଇଖାନା ନିର୍ମାଣ କରୁଥିବା ସମୟରେ କୋଠି ଗ୍ରାମର କିଛି ବ୍ୟକ୍ତିମାନେ ବିରୋଧ କରିବା ସହିତ ଦିବ୍ୟାଙ୍ଗ ହେମନ୍ତ କୁମାର ପ୍ରଧାନଙ୍କୁ ଆକ୍ରମଣ କରିଥିଲେ ।

ଏହି ବିଷୟରେ ପାରାଦୀପ ଲକ୍ ଥାନାରେ ଅଭିଯୋଗ କରିଥିଲେ ଦିବ୍ୟାଙ୍ଗ ହେମନ୍ତ ପ୍ରଧାନ । ପୋଲିସ ମଧ୍ୟ ଦିବ୍ୟାଙ୍ଗଙ୍କୁ ମେଡିକାଲରେ ଚିକିତ୍ସା କରାଇ ଆସାମୀମାନଙ୍କ ବିପକ୍ଷରେ ମାମଲା ରୁଜୁ କରିବା ସହିତ ଗତକାଲି ଆସାମୀମାନଙ୍କୁ ଥାନାରୁ ନୋଟିସ ବେଲ ପ୍ରଦାନ କରାଯାଇଥିଲା । ଦିବ୍ୟାଙ୍ଗ ହେମନ୍ତ ପ୍ରଧାନ କୋଠି ଗ୍ରାମରେ ମଧ୍ୟଭାଗ ରେ ଥିବା ଗାୟତ୍ରୀ ମନ୍ଦିରରେ ଦୀର୍ଘ ୨୦ ବର୍ଷ ଧରି ପୂଜାର୍ଚ୍ଚନା କରିଆସୁଥିଲେ । ତେବେ ନିଜର ଶୌଚ ପାଇଁ ନିକଟରେ ଥିବା କ୍ଲବ୍ ଘରକୁ ଯାଉଥିବା ସମୟରେ କ୍ଲବ୍ ସଦସ୍ୟ ମାନେ ବିରୋଧ କରିଥିଲେ । ଜିଲ୍ଲାପ୍ରଶାସନ ଓ ବ୍ଲକ ପ୍ରଶାସନକୁ ଅନୁରୋଧ କରି ଗାୟତ୍ରୀ ମନ୍ଦିର ନିକଟରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ପାଇଖାନା ନିର୍ମାଣ କରୁଥିବା ସମୟରେ ଗ୍ରାମର କିଛି ବ୍ୟକ୍ତି ଦିବ୍ୟାଙ୍ଗ ହେମନ୍ତଙ୍କୁ ଆକ୍ରମଣ କରିଥିଲେ ।

ଥାନାରେ ଏତଲା ପରେ ଅଭିଯୁକ୍ତମାନେ ଥାନାରୁ ନୋଟିସ ବେଲ ପାଇ ପୁନର୍ବାର ଦିବ୍ୟାଙ୍ଗ ହେମନ୍ତ ପ୍ରଧାନ ପାଖକୁ ଯାଇ ବେଲ ପେପର ଦେଖାଇବା ସହିତ ଆକ୍ରମଣ କରିଥିଲେ ବୋଲି ଆଜି ଲକ୍ ଥାନା ସମ୍ମୁଖରେ ନ୍ୟାୟ ଦାବିରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୋଲିସ ଦିବ୍ୟାଙ୍ଗଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିବା ସହିତ ଘଟଣା ରେ ତଦନ୍ତ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ