Masthead

ପେଗାସସ ମାମଲା; ଯାଞ୍ଚ ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟିମ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସତ୍ୟର ଅନୁସନ୍ଧାନ ପାଇଁ ଗଠନ ହେଲା କମିଟି । କେନ୍ଦ୍ର ଏହାକୁ ଅଣଦେଖା କରୁଥିବାବେଳେ ସୁପ୍ରିମକୋର୍ଟ ନେଇଛନ୍ତି ବଡ଼ ନିଷ୍ପତ୍ତି । ଯାଞ୍ଚ ପାଇଁ ଗଠନ କରାଯାଇଛି ଏସଆଇଟି । ୩ ଜଣିଆ କମିଟିରେ ଅଛନ୍ତି ଫରେନସିକ ଏକ୍ସପର୍ଟ, ଆଇଟି ଏକ୍ସପୋର୍ଟ ଓ ସାଇବର ଏକ୍ସପୋର୍ଟ । ରିପୋର୍ଟ ଦେବାର ସମୟଅବଧୀ ହେଉଛି ୮ ସପ୍ତାହ । ଦେଶର ବହୁ ଚର୍ଚ୍ଚିତ ପେଗାସସ ମାମଲା ଥମିବାରେ ନାଁ ନେଉନି । ବିରୋଧୀ ଏହା ବିରୋଧରେ ବାରମ୍ବାର ସ୍ୱର ଉତ୍ତୋଳନ କରୁଥିବା ସତ୍ତେ୍ୱ କେନ୍ଦ୍ର ଏହାକୁ ଅଣଦେଖା କରିବାରେ ଲାଗିଛନ୍ତି । ଏପରିକି ମୌସୁମୀ ଅଧିବେଶନରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା । ଅଧିବେଶନରେ ସମସ୍ତ ବିରୋଧୀ ଏକାଠି ହୋଇ ପେଗାସସ ମାମଲା ପ୍ରସଙ୍ଗ ଉଠାଉଥିଲେ ମଧ୍ୟ ନା’ ଶାସକ ଦଳ ଏହାକୁ ସ୍ୱୀକାର କରିଥିଲେ , ନା’କି ଏନେଇ କୌଣସି ପ୍ରତିଉତ୍ତର ରଖିଥିଲେ ।

ଅନ୍ୟପଟେ ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ପେଗାସସ ମାମଲାର ଚର୍ଚ୍ଚା ଆରମ୍ଭ ହୋଇଥିଲା । ଭାରତରେ ସାମ୍ବାଦିକ, କାର୍ଯ୍ୟକର୍ତ୍ତା ତଥା ରାଜନେତାଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଇସ୍ରାଏଲ ଦ୍ୱାରା ପ୍ରସ୍ତୁତ ପେଗାସସ ସପ୍ଟୱାର ବ୍ୟବହାର କରାଯାଉଥିବାର ଅଭିଯୋଗ ହୋଇଥିଲା । ସେପଟେ କେନ୍ଦ୍ରକୁ ଘେରିବା ପାଇଁ ସମସ୍ତ ବିରୋଧୀ ଦଳ ଏକାଠି ହୋଇଥିଲେ । ଏନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବାସଭବନରେ ବାରମ୍ବାର ବୈଠକ ହେଉଥିବାର ଦେଖିବାକୁ ମିଳିଥିଲା । ଏପରିକି ସଂସଦରେ ମଧ୍ୟ ଏହି ପ୍ରସଙ୍ଗ ନେଇ ବିରୋଧୀ ଓ ଶାସକ ଦଳ ମଧ୍ୟରେ ହଟହଟ୍ଟା ହୋଇଥିବାର ଚିତ୍ର ସାମ୍ନାକୁ ଆସିଥିଲା । ହେଲେ ବାରମ୍ବାର କେନ୍ଦ୍ର ସରକାର ଏହାକୁ ଅଣଦେଖା କରୁଥିବାରୁ ଏହି ପ୍ରସଙ୍ଗ ବର୍ତ୍ତମାନ ସୁପ୍ରିମକୋର୍ଟରେ । ଏହା ମଧ୍ୟରେ ପେଗାସସ ଗୁପ୍ତଚର ମାମଲାର ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶୀର୍ଷ ଅଦାଲତ ଏନେଇ ତିନି ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି ।

ଏହାର ନେତୃତ୍ୱ ନେବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଆର. ଭି ରାଜେନ୍ଦ୍ରନ । ତାଙ୍କୁ ଛାଡ଼ି ପୂର୍ବତନ ଆଇପିଏସ ଅଧିକାରୀ ଆଲୋକ ଜୋଶୀ ଏବଂ ଡ ସନ୍ଦୀପ ଓବରୋଇ କମିଟିର ଅନ୍ୟ ସଦସ୍ୟ ହେବେ ବୋଲି ସୂଚନା ମିଳିଛି । ସେପଟେ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ଦ୍ୱାରା ଏପର୍ଯ୍ୟନ୍ତ କୌଣସି ନିଦ୍ଦିଷ୍ଟ ନିଷ୍ପତ୍ତି ନିଆଯାଇ ନାହିଁ । ତେଣୁ ଅଭିଯୋଗକାରୀଙ୍କ ଆବେଦନ ଗ୍ରହଣ କରିବା ଛଡ଼ା ଆମ ପାଖରେ କୌଣସି ବିକଳ୍ପ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । କେବଳ ଏତିକି ନୁହେଁ ବରଂ ନାଗରିକଙ୍କ ଗୋପନୀୟତା ରକ୍ଷା କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । ସାଧାରଣ ନାଗରିକଙ୍କ ଗୋପନୀୟତା ରକ୍ଷା କରିବା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କାମ । ଏହା ନିଶ୍ଚିତ ସମ୍ବିଧାନିକ ସୁରକ୍ଷା ଦ୍ୱାରା ବନ୍ଧା ହେବା ଆବଶ୍ୟକ । ଆମେ ବର୍ତ୍ତମାନ ଟେକନୋଲୋଜି ଯୁଗରେ ଅଛୁ ।

ଆମ ପାଇଁ ଟେକନୋଲୋଜି ଯେତିକି ଗୁରୁତ୍ୱପୂର୍ଣ୍ଣ, ଏହାର ଗୋପନୀୟତା ଅଧିକାରର ସୁରକ୍ଷା ସେତିକି ଗୁରୁତ୍ୱପୂର୍ଣ୍ଣ । କେବଳ ସାମ୍ବାଦିକ, ରାଜନେତା ପାଇଁ ନୁହେଁ ବରଂ ସମସ୍ତ ନାଗରିକଙ୍କ ପାଇଁ ଗୋପନୀୟତା ଗୁରୁତ୍ୱପୂର୍ଣ୍ଣ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହା ପୂର୍ବରୁ ସେପ୍ଟେମ୍ବର ୧୩ରେ ପେଗାସସ ମାମଲାର ଶୁଣାଣି ହୋଇଥିଲା । ଶୁଣାଣି ସମୟରେ କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲେ ଯେ ଏହି ପ୍ରସଙ୍ଗରେ ଏକ ଆଫିଡେଭିଟ ଦାଖଲ କରାଯିବ ନାହିଁ ।

କାହିଁକିନା ଏହା ସାଧାରଣ ଆଲୋଚନାର ବିଷୟ ନୁହେଁ । ତେଣୁ ଏହି ମାମଲାରେ ଆଫିଡେଭିଟ ଦାଖଲ କରାଯାଇ ପାରିବ ନାହିଁ । କିନ୍ତୁ ଗୁପ୍ତଚର ଅଭିଯୋଗରେ ଯାଞ୍ଚ ପାଇଁ ସେ ଏକ ପ୍ୟାନେଲ ଗଠନ କରିବାକୁ ରାଜି ହୋଇଛନ୍ତି । ବର୍ତ୍ତମାନ ଦେଖିବାର ବିଷୟ ଏହି ପ୍ରସଙ୍ଗର ଉଚିତ ସମାଧାନ କେବେ ବାହାରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି