ପେଗାସସ ମାମଲା; ଯାଞ୍ଚ ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟିମ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସତ୍ୟର ଅନୁସନ୍ଧାନ ପାଇଁ ଗଠନ ହେଲା କମିଟି । କେନ୍ଦ୍ର ଏହାକୁ ଅଣଦେଖା କରୁଥିବାବେଳେ ସୁପ୍ରିମକୋର୍ଟ ନେଇଛନ୍ତି ବଡ଼ ନିଷ୍ପତ୍ତି । ଯାଞ୍ଚ ପାଇଁ ଗଠନ କରାଯାଇଛି ଏସଆଇଟି । ୩ ଜଣିଆ କମିଟିରେ ଅଛନ୍ତି ଫରେନସିକ ଏକ୍ସପର୍ଟ, ଆଇଟି ଏକ୍ସପୋର୍ଟ ଓ ସାଇବର ଏକ୍ସପୋର୍ଟ । ରିପୋର୍ଟ ଦେବାର ସମୟଅବଧୀ ହେଉଛି ୮ ସପ୍ତାହ । ଦେଶର ବହୁ ଚର୍ଚ୍ଚିତ ପେଗାସସ ମାମଲା ଥମିବାରେ ନାଁ ନେଉନି । ବିରୋଧୀ ଏହା ବିରୋଧରେ ବାରମ୍ବାର ସ୍ୱର ଉତ୍ତୋଳନ କରୁଥିବା ସତ୍ତେ୍ୱ କେନ୍ଦ୍ର ଏହାକୁ ଅଣଦେଖା କରିବାରେ ଲାଗିଛନ୍ତି । ଏପରିକି ମୌସୁମୀ ଅଧିବେଶନରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା । ଅଧିବେଶନରେ ସମସ୍ତ ବିରୋଧୀ ଏକାଠି ହୋଇ ପେଗାସସ ମାମଲା ପ୍ରସଙ୍ଗ ଉଠାଉଥିଲେ ମଧ୍ୟ ନା’ ଶାସକ ଦଳ ଏହାକୁ ସ୍ୱୀକାର କରିଥିଲେ , ନା’କି ଏନେଇ କୌଣସି ପ୍ରତିଉତ୍ତର ରଖିଥିଲେ ।

ଅନ୍ୟପଟେ ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ପେଗାସସ ମାମଲାର ଚର୍ଚ୍ଚା ଆରମ୍ଭ ହୋଇଥିଲା । ଭାରତରେ ସାମ୍ବାଦିକ, କାର୍ଯ୍ୟକର୍ତ୍ତା ତଥା ରାଜନେତାଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଇସ୍ରାଏଲ ଦ୍ୱାରା ପ୍ରସ୍ତୁତ ପେଗାସସ ସପ୍ଟୱାର ବ୍ୟବହାର କରାଯାଉଥିବାର ଅଭିଯୋଗ ହୋଇଥିଲା । ସେପଟେ କେନ୍ଦ୍ରକୁ ଘେରିବା ପାଇଁ ସମସ୍ତ ବିରୋଧୀ ଦଳ ଏକାଠି ହୋଇଥିଲେ । ଏନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବାସଭବନରେ ବାରମ୍ବାର ବୈଠକ ହେଉଥିବାର ଦେଖିବାକୁ ମିଳିଥିଲା । ଏପରିକି ସଂସଦରେ ମଧ୍ୟ ଏହି ପ୍ରସଙ୍ଗ ନେଇ ବିରୋଧୀ ଓ ଶାସକ ଦଳ ମଧ୍ୟରେ ହଟହଟ୍ଟା ହୋଇଥିବାର ଚିତ୍ର ସାମ୍ନାକୁ ଆସିଥିଲା । ହେଲେ ବାରମ୍ବାର କେନ୍ଦ୍ର ସରକାର ଏହାକୁ ଅଣଦେଖା କରୁଥିବାରୁ ଏହି ପ୍ରସଙ୍ଗ ବର୍ତ୍ତମାନ ସୁପ୍ରିମକୋର୍ଟରେ । ଏହା ମଧ୍ୟରେ ପେଗାସସ ଗୁପ୍ତଚର ମାମଲାର ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶୀର୍ଷ ଅଦାଲତ ଏନେଇ ତିନି ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି ।

ଏହାର ନେତୃତ୍ୱ ନେବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଆର. ଭି ରାଜେନ୍ଦ୍ରନ । ତାଙ୍କୁ ଛାଡ଼ି ପୂର୍ବତନ ଆଇପିଏସ ଅଧିକାରୀ ଆଲୋକ ଜୋଶୀ ଏବଂ ଡ ସନ୍ଦୀପ ଓବରୋଇ କମିଟିର ଅନ୍ୟ ସଦସ୍ୟ ହେବେ ବୋଲି ସୂଚନା ମିଳିଛି । ସେପଟେ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ଦ୍ୱାରା ଏପର୍ଯ୍ୟନ୍ତ କୌଣସି ନିଦ୍ଦିଷ୍ଟ ନିଷ୍ପତ୍ତି ନିଆଯାଇ ନାହିଁ । ତେଣୁ ଅଭିଯୋଗକାରୀଙ୍କ ଆବେଦନ ଗ୍ରହଣ କରିବା ଛଡ଼ା ଆମ ପାଖରେ କୌଣସି ବିକଳ୍ପ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । କେବଳ ଏତିକି ନୁହେଁ ବରଂ ନାଗରିକଙ୍କ ଗୋପନୀୟତା ରକ୍ଷା କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । ସାଧାରଣ ନାଗରିକଙ୍କ ଗୋପନୀୟତା ରକ୍ଷା କରିବା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କାମ । ଏହା ନିଶ୍ଚିତ ସମ୍ବିଧାନିକ ସୁରକ୍ଷା ଦ୍ୱାରା ବନ୍ଧା ହେବା ଆବଶ୍ୟକ । ଆମେ ବର୍ତ୍ତମାନ ଟେକନୋଲୋଜି ଯୁଗରେ ଅଛୁ ।

ଆମ ପାଇଁ ଟେକନୋଲୋଜି ଯେତିକି ଗୁରୁତ୍ୱପୂର୍ଣ୍ଣ, ଏହାର ଗୋପନୀୟତା ଅଧିକାରର ସୁରକ୍ଷା ସେତିକି ଗୁରୁତ୍ୱପୂର୍ଣ୍ଣ । କେବଳ ସାମ୍ବାଦିକ, ରାଜନେତା ପାଇଁ ନୁହେଁ ବରଂ ସମସ୍ତ ନାଗରିକଙ୍କ ପାଇଁ ଗୋପନୀୟତା ଗୁରୁତ୍ୱପୂର୍ଣ୍ଣ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହା ପୂର୍ବରୁ ସେପ୍ଟେମ୍ବର ୧୩ରେ ପେଗାସସ ମାମଲାର ଶୁଣାଣି ହୋଇଥିଲା । ଶୁଣାଣି ସମୟରେ କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲେ ଯେ ଏହି ପ୍ରସଙ୍ଗରେ ଏକ ଆଫିଡେଭିଟ ଦାଖଲ କରାଯିବ ନାହିଁ ।

କାହିଁକିନା ଏହା ସାଧାରଣ ଆଲୋଚନାର ବିଷୟ ନୁହେଁ । ତେଣୁ ଏହି ମାମଲାରେ ଆଫିଡେଭିଟ ଦାଖଲ କରାଯାଇ ପାରିବ ନାହିଁ । କିନ୍ତୁ ଗୁପ୍ତଚର ଅଭିଯୋଗରେ ଯାଞ୍ଚ ପାଇଁ ସେ ଏକ ପ୍ୟାନେଲ ଗଠନ କରିବାକୁ ରାଜି ହୋଇଛନ୍ତି । ବର୍ତ୍ତମାନ ଦେଖିବାର ବିଷୟ ଏହି ପ୍ରସଙ୍ଗର ଉଚିତ ସମାଧାନ କେବେ ବାହାରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ