Masthead

ମାଟି ତଳେ ମନ୍ଦିର

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ମନ୍ଦିର ମାଳିନୀ ଭୁବନେଶ୍ଵର । ଏଠି ରହିଛି ସାତ ଶହରୁ ଅଧିକ ମନ୍ଦିର। ତେବେ ଅନେକ ମନ୍ଦିର ଏବେବି ମାଟି ତଳେ ପୋତି ରହିଥିବା ଅନୁମାନ କରାଯାଉଛି। ଶ୍ରୀ ଲିଙ୍ଗରାଜ ମନ୍ଦିରର ଉତ୍ତର ଦ୍ଵାର ଠାରୁ ମାତ୍ର ଅନତି ଦୂରରେ ଶୁକଶାରୀ ମନ୍ଦିର ରହିଛି। ଏହି ମନ୍ଦିର ପାର୍ଶ୍ବରୁ ଆଜି ମାଟି ତଳେ ଆଉ ଦୁଇଟି ମନ୍ଦିର ପୋତି ରହିଥିବା ଠାବ କରାଯାଇଛି। ମନ୍ଦିରର ଗଢଣକୁ ଦେଖି ଅନୁମାନ କରାଯାଉଛି ଏହା ଶୁକଶାରୀ ମନ୍ଦିର ନିର୍ମାଣ ସମୟର। ଯାହା ଖ୍ରୀଷ୍ଟପୂର୍ବ ୧୩-୧୪ ଶତାବ୍ଦୀର ମନ୍ଦିର ବୋଲି ଏଏସଆଇ କହିଛି।

ପୂର୍ବରୁ  ଗୋଟିଏ ପାଚେରୀ ଭିତରେ ଥିବା ଶୁକଶାରୀ ମନ୍ଦିର ମଧ୍ୟରୁ ସାରୀ ମନ୍ଦିରର ସୁରକ୍ଷା ଏଏସଆଇ ଅଧିନରେ ଥିବା ବେଳେ ଶୁକ ମନ୍ଦିର ଓଡ଼ିଶା ପ୍ରତ୍ନତତ୍ତ୍ଵ ବିଭାଗ ଅଧିନରେ ଥିଲା ୨୦୧୪ରେ ଏଏସଆଇ ଶାରୀ ମନ୍ଦିର ଚାରିପଟେ ଖନନ କଲାବେଳେ ଏହା ତଳେ ଆଉ ତିନୋଟି ମନ୍ଦିର ଥିବା ଜାଣିବାକୁ ପାଇଥିଲା। ପରେ ସମସ୍ତ ମନ୍ଦିରକୁ  ଏଏସଆଇ ନିଜ ଅଧିନକୁ ଆଣିଥିଲା। ତ୍ରୟୋଦଶ ଶତାବ୍ଦୀରେ ଗଙ୍ଗ ବଂଶର ଶାସନ କାଳରେ ଏହି ମନ୍ଦିର ନିର୍ମିତ ହୋଇଥିବା ଐତିହାସିକମାନେ ମତ ପ୍ରକାଶ କରନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ