ନ୍ୟାୟ ଅପେକ୍ଷାରେ ବିତିଲାଣି ବର୍ଷେ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ନ୍ୟାୟ ଅପେକ୍ଷାରେ ବିତିଲାଣି ବର୍ଷେ, ସହଯୋଗ ପାଇଁ ଆଗକୁ ଆସିଲା ବଡ଼ ଖବର । ଗତ ସପ୍ଟେମ୍ବର ବଡ଼ ଖବର ଦିବସ କେନ୍ଦୁଝର ଘଟଗାଁ ଠାରେ ପାଳିତ ହେଉଥିବା ବେଳେ ଜିଲ୍ଲାର ହରିଚନ୍ଦନପୁର ବ୍ଲକ କାଦୁଅଡିହା ଗ୍ରାମର ଲିଳାବତୀ ସାହୁ ବଡ଼ ଖବରର ମୁଖ୍ୟ ସମ୍ପାଦକଙ୍କ ପାଖରେ ପହଁଚି ତାଙ୍କର ୨୨ ବର୍ଷିୟ ଝିଅକୁ କେମିତି ବ୍ଲାକମେଲିଂ କରି ମରିବା ପାଇଁ ବାଧ୍ୟ କରାଯାଇଛି ଓ ଘଟଣାକୁ ଜାଣିଶୁଣି ଚାପି ଦିଆ ଯାଇଛି ତାହା କାନ୍ଦି କାନ୍ଦି କହିଥିଲେ । ଏହା ପରେ ବଡ଼ ଖବର ବର୍ଷେ ତଳର ଘଟଣାର ଖୋଳତାଡ କରିବା ଆରମ୍ଭ କରିଦେଇଥିଲା । ଝିଅର ଶେଷ ଫୋନ କଲ୍ ରେକର୍ଡ ଓ ପୋଲିସର କାର୍ଯ୍ୟାନୁଷ୍ଠାନ ବାବଦରେ ଆମେ ଜାଣିବା ପରେ ସବୁ ଜଳଜଳ ହୋଇ ସାମ୍ନାକୁ ଆସିଥିଲା ।

ଅନ୍ୟ ପକ୍ଷରେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ପ୍ରତିକ୍ରିିୟା ଶୁଣିଲେ ଘଟଣାକୁ ଜାଣିଶୁଣି ଚାପି ଦିଆଯାଇଥିବା ସ୍ପଷ୍ଟ ହେଉଛି । ଏପଟେ ନିଜ ଏକ ମାତ୍ର ଝିଅକୁ ଆଜି ପର୍ଯ୍ୟନ୍ତ ଝୁରୁଛନ୍ତି ବାପା ମା’ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ କାଦୁଅଡିହା ଗାଁର ମଳୟ ସାହୁ ଓ ଲିଳାବତୀ ସହୁଙ୍କ ଏକମାତ୍ର ଅଲିଅଳି ଝିଅ ଥିଲା ମହେସ୍ୱେତା । ବାଇଶି ବର୍ଷ ବୟସରେ ସେ ଗତ ବର୍ଷ ସେପ୍ଟମ୍ବର ୨୫ ତାରିଖରେ ଘରେ କେହି ନଥିବା ବେଳେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲା । ତେବେ ମହେଶ୍ୱେତାଙ୍କ ସହ ସେହି ବ୍ଲକର ଭଅଁରପୁର ଗାଁର ସୁବାସ ସାହୁ ନାମକ ପିଲା ସହ ପ୍ରେମ ସମ୍ପର୍କ ପାଖାପାଖି ୨ ବର୍ଷରୁ ଅଧିକ ଥିଲା ।

କିନ୍ତୁ ଘର ଲୋକଙ୍କ ବିରୋଧ ହେତୁ ଉଭୟଙ୍କ ପ୍ରେମ ସମ୍ପର୍କରେ କଳହ ସୃଷ୍ଟି ହୋଇଥିଲା ଓ ସବୁ ସର୍ମ୍ପକ ଭାଙ୍ଗି ଯାଇଥିଲା । ହେଲେ ଏହା ପରେ ପ୍ରତିଶୋଧ ପରାୟଣ ହୋଇ ସୁବାସ ବାରମ୍ବାର ମହେଶ୍ୱେତାଙ୍କୁ ଫୋନରେ ନିଜ ପାଖରେ ଥିବା କିଛି ଆପତିଜନକ ଭିଡିଓକୁ ଭାଇରାଲ କରିବାର ଧମକ ଦେବା ଆରମ୍ଭ କରିଦେଇଥିଲା । ଫଳରେ ଲୋକଲଜ୍ୟାକୁ ଡରି ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଥିଲେ ମହେଶ୍ୱେତା । ତେବେ ଝିଅର ଆତ୍ମହତ୍ୟା ପରେ ବାପା ମାଆ ମହେଶ୍ୱେତାର ମୋବାଇଲରୁ ଏହି ଅଡିଓଟି ପାଇଥିଲେ ଓ ଘଟଣା ବିଷୟରେ ପୋଲିସକୁ ଅବଗତ କରାଇବା ସହ ସୁବାସ ନାଁରେ ଏଫଆଇଆର ଦେଇଥିଲେ । ପ୍ରମାଣ ସ୍ୱରୁପ ଘର ଲୋକ ମହେଶ୍ୱେତାର ମୋବାଇଲ ଓ ଏହି ଅଡିଓକୁ ପୋଲିସକୁ ଦେବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ଦେଖା କରି ଗୁହାରି କରିଥିଲେ ।

ଏହା ପରେ ସବୁ ବେଳେ ବିବାଦିୟ ରହୁଥିବା କେନ୍ଦୁଝର ପୋଲିସ ଝିଅକୁ ହରାଇ ଦୁଃଖରେ ଭାଙ୍ଗିପଡିଥିବା ମଳୟ ଓ ଲିଳାବତିଙ୍କୁ ମିଛ ଆସ୍ୱାସନା ଦେବା ସହ ମହେଶ୍ୱେତାଙ୍କ ମୃତ୍ୟୁକୁ ଅପମୃତ୍ୟୁ ବୋଲି ଘୋଷଣା କରି ସୁବାସକୁ ଖସାଇ ଦେଇଛି ଯାହା ହରିଚନ୍ଦନପୁର ଥାନା ଅଧିକାରୀଙ୍କ ପ୍ରତିକ୍ରିିୟାରୁ ସ୍ପଷ୍ଟ ହେଉଛି । ଏମିତିକି ଝିଅର ମୃତ୍ୟୁ ଦିନରୁ ହରିଚନ୍ଦନପୁର ପୋଲିସ ଅଧିକ ପ୍ରମାଣ ଯୋଗାଡ ନାଁରେ ମହେଶ୍ୱେତାର ମୋବାଇଲ ନେଇ ଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ଘର ଲୋକଙ୍କୁ ମଧ୍ୟ ଫେରାଉନି ଯାହା ପୋଲିସର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେବେ କାହା ଚାପରେ ପୋଲିସ ପରିବାର ଲୋକଙ୍କ ଅଭିଯୋଗ ଓ ସବୁ ପ୍ରାମାଣକୁ ଅଣଦେଖା କରି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ