Masthead

ପୋଲିସର ପ୍ରମାଣ ଗୋବିନ୍ଦକୁ ଫାଶୀ ଦେବ?

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ମମିତା ମେହେର ହତ୍ୟା ମମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯାଉ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପଦବୀରୁ ହଟାଯାଉ । ଏହି ମାମଲାରେ ଜଡ଼ିତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଓଡ଼ିଶା ଜଳୁଛି । କଳାହାଣ୍ଡିରୁ କଟକ, ମାଲକାନଗିରିରୁ ମୟୂରଭଞ୍ଜ ସବୁଠି ମମିତା ତାତି । ବିରୋଧୀ କରିଛନ୍ତି ମୁଖ୍ୟ ପ୍ରସଙ୍ଗ । କିନ୍ତୁ ପୋଲିସ ପାଖରେ ୫୪ ଟି ପ୍ରମାଣ ଥିଲେ ମଧ୍ୟ ଉପଯୁକ୍ତ ତଦନ୍ତ ହେଉନାହିଁ ।

ତଦନ୍ତ ସମ୍ପର୍କରେ ପୋଲିସ ସୂଚନା ଦେଉନାହିଁ । ମୋଟ ୫୪ ଟି ସାମଗ୍ରୀ ପୋଲିସ ଫରେନସିକ ପରୀକ୍ଷା ପାଇଁ ପଠାଇଥିବା ଆଲୋଚନା ହେଉଛି । ମମିତା ହତ୍ୟା ମାମଲାରେ କେହି ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି । କିନ୍ତୁ ୫୪ ଟି ସାମଗ୍ରୀ ମୁଖ୍ୟ ପ୍ରମାଣ ହେବ ବୋଲି କୁହାଯାଉଛି । ନଭେମ୍ବର ୨ରେ ଜହ୍ଲାଦ ଗୋବିନ୍ଦ ଓ ରାଧେଙ୍କୁ କୋର୍ଟରେ ହାଜର କରାଯିବ । ପୋଲିସର ପ୍ରମାଣ ଗୋବିନ୍ଦ ଫାଶୀ ଖୁଣ୍ଟରେ ଝୁଲିବା ପାଇଁ ଯଥେଷ୍ଟ ହେବ ତ ? ସବୁଠୁ ବଡ଼ କଥା ହେଉଛି ମନ୍ତୀ ଦିବ୍ୟଶଙ୍କରଙ୍କ ପରମ ଭକ୍ତ ଗୋବିନ୍ଦ ସାହୁ ।

ମନ୍ତ୍ରୀଙ୍କ ଅଜ୍ଞାତରେ ସେ କୌଣସି କାମ କରନ୍ତି ନାହିଁ । ମମିତା ସମ୍ପର୍କରେ ମଧ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଥାଇ ପାରନ୍ତି । ତେବେ ମନ୍ତ୍ରୀଙ୍କୁ ପୋଲିସ କାହିଁକି ତଦନ୍ତ ପରିସର ଭୁକ୍ତ କରୁନାହିଁ । ନୟାଗଡ଼ର କୁନି ଝିଅ ପରୀ ଘଟଣାରେ ପୋଲିସ ଟିକନିଖ ତଥ୍ୟ ଦେଉଥିଲା । କିନ୍ତୁ ମମିତା ଘଟଣାରେ ପୋଲିସ କାହିଁକି ମୁହଁ ଖୋଲୁନି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରଖିବାକୁ ପୋଲିସ ଉଦ୍ୟମ କରୁନାହିଁ ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି