Masthead

ପଇସା ପାଇଁ ଡାକ୍ତରଙ୍କ ଭୁଲ ଅପରେସନ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ପଇସା ନ ଦେବାରୁ କଲେ ଭୁଲ ଅପରେସନ । ଅସହ୍ୟ ଯନ୍ତ୍ରଣାରେ ଛଟପଟ ରୋଗୀ । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ମାନବିକତା ଭୁଲିଗଲେ କର୍ମଚାରୀ । ପଇସା ପାଇଁ କରି ବସିଲେ ଜଘନ୍ୟ ନାରକୀୟ କାଣ୍ଡ । ଜଣେ ଗର୍ଭବତୀ ମହିଳାଙ୍କ ନର୍ମାଲ ଭାବରେ ଶିଶୁ କନ୍ୟାକୁ ଜନ୍ମ ଦେବା ପରେ କର୍ମଚାରୀମାନେ ଆଶା ଦିଦିଙ୍କୁ ପଇସା ମାଗିଲେ ଆଉ ପଇସା ନଦେବାରୁ ରାଗରେ ମହିଳା ଙ୍କର ମଳ ଦ୍ୱାରା କୁ ଷ୍ଟିଚ କରିଦେଲେ । ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଖୋଦ ଆଶା ଦିଦି । ଯାହାକି ସାରା ଜିଲ୍ଲା ରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏବେ ଅସହ୍ୟ ଯନ୍ତ୍ରଣା ରେ ଛଟପଟ ହେଉଛନ୍ତି ମହିଳା ।

 

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସ୍ୱାମ ମୁଣ୍ଡା ସାହିର ଚିଙ୍ଗୁଡି ମୁଣ୍ଡାଙ୍କର ଗର୍ଭବତୀ ପତ୍ନୀ ସସ୍ମିତା ମୁଣ୍ଡା ଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ପ୍ରଥମେ ପାଟଣା ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର ଓ ପରେ ୨୦ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଏବଂ ସେହି ଦିନ ହିଁ ସସ୍ମିତାଙ୍କ ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା । ୨୧ ତାରିଖ ଦିନ ଅର୍ଥାତ ତା ପର ଦିନ ସସ୍ମିତା ଙ୍କୁ ଡାକ୍ତରଖାନାରୁ ଘରକୁ ଛାଡି ଦିଆଯାଇଥିଲା । ସେ ଘରେ ପହଞ୍ଚିବା ପରେ ଆଉ ଠିକ ଭାବରେ ମଳତ୍ୟାଗ କରି ପାରିଲେ ନାହିଁ । ଅସହ୍ୟ ଯନ୍ତ୍ରଣା ସହ୍ୟ କରିନପାରି ସେ ୨୫ ତାରିଖରେ ପୁଣି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଲେ ।

ସେଠାରେ ପରୀକ୍ଷା ପରେ ଶିଶୁ କନ୍ୟା ପ୍ରସବ ପରେ ମଳଦ୍ୱାର ଷ୍ଟିଜ ହୋଇଥିବା ଯୋଗୁଁ ଏପରି ହୋଇଥିବା ଜାଣିବା ପରେ ତାଙ୍କୁ ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣାଯାଇଛି । ଆଶା ଦିଦିଙ୍କର ଅଭିଯୋଗ ଅନୁସାରେ ସେ ସେହି ୨୦ ତାରିଖ ଦିନ ଶିଶୁ ଜନ୍ମ ହେବା ପରେ କର୍ମଚାରୀମାନେ ତାଙ୍କୁ ପଇସା ମାଗିଥିଲେ ହେଲେ ଶିଶୁ ଜନ୍ମ କରିଥିବା ପରିବାର ଗରିବ ହୋଇଥିବାରୁ ସେମାନେ ଦେଇ ପାରିବେକି ନାହିଁ ସେ କହି ପାରିବେ ନାହିଁ କହିବାରୁ ତାଙ୍କୁ ଅନେକ ଧମକ ଚମକ ଦିଆଯିବା ସହ ପିଲା ଚୋରି ଅଭିଯୋଗରେ ମଧ୍ୟ ଜେଲ ପଠାଇଦେବାର ଧମକ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ପଚାରିବାରୁ ସେ ଚିରାଚରିତ ଢଙ୍ଗରେ ମୁଁ ଏ ବିଷୟ ରେ କିଛି ଜାଣି ନାହିଁ , ବୁଝିଲା ପରେ କହିବା , ଗୋଟେ ପରେ ଆସି ଏପରି କହି ନିଜ ମୁଣ୍ଡରୁ ଦୋଷ ଖସାଇ କ୍ୟାମେରା କୁ ମୁହଁ ଲୁଚାଇ ଗାଡିରେ ବସି ପାର ହୋଇଗଲେ । ଏଠାରେ ସୂଚନା ଯୋଗ୍ୟ ଯେ ଆଗରୁ ମଧ୍ୟ ପିଲା ବଦଳ , ଭୁଲ ରକ୍ତ ଯୋଗୁ ରୋଗୀ ମୃତ୍ୟୁ ଆଦି ଭଳି ଅନେକ ଘଟଣା ପାଇଁ ଏହି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସବୁ ବେଳେ ବିବାଦରେ ରହିଆସିଛି ଏବେ କିନ୍ତୁ ଏହା ସବୁ ସୀମା ଟପି ଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି